Writer Roja Panda

Abstract

5.0  

Writer Roja Panda

Abstract

ରାଜରାସ୍ତା ଜାମ

ରାଜରାସ୍ତା ଜାମ

3 mins
275


ଆଜି ଏମିତିରେ ସକାଳେ ବିଳମ୍ବରେ ଉଠିଥିବାରୁ ମୋର କାର୍ଯ୍ୟାଳୟ ଯିବାପାଇଁ ବହୁତ ଡେରି ହେଇସାରିଲାଣି । କହିବାକୁ ଗଲେ ପ୍ରାୟ ଏକ ଘଣ୍ଟାର ବିଳମ୍ବ । ଓଃ ଏ ଥକାପଣ ଆଉ ସକାଳରେ ବିଳମ୍ବ ନିଦ୍ରାଭଙ୍ଗ ଯୋଗୁ ମୁଁ ପ୍ରାୟ କିଛିଦିନ ହେବ ନିୟମିତ ଭାବରେ ଅପମାନିତ ହେଇଚାଲିଛି । ତଥାପି ମୋର ନିଦ୍ରାଭଙ୍ଗର ସମୟରେ କୌଣସି ପରିବର୍ତ୍ତନ ଆସିନାହିଁ । କେବେ ଆସିବ କେଜାଣି ? ସେ ଯାହା ହେଉ ମୁଁ ତରତର ହେଇ ବାହାରିପଡ଼ିଲି କାର୍ଯ୍ୟାଳୟ ଅଭିମୁଖେ । ସାଙ୍ଗରେ ଥିଲେ ଡାକ୍ତର ସୌମ୍ୟ । ଦୁହେଁ ଅଳ୍ପ କିଛି ବାଟ ଅତିକ୍ରମ କରିଛୁ କି ନାହିଁ ସାମ୍ନାରେ ଦେଖିଲୁ ବିଭିନ୍ନ ପ୍ରକାର ଯାନବାହାନର ଲମ୍ବା ଧାଡି । ହେ ଭଗବାନ ! କ'ଣ କରିବୁ ଏବେ ? ମୁଁ ନିଜକୁ ନିଜେ ଗାଳି ଦେଉଥାଏ । ଆଜି ଅଫିସରେ ମୋର କପାଳ ଫାଟିଲା । ଠିକ ସେଇ ସମୟରେ କିଛି ସାଇରନ ଶୁଣାଗଲା । ଯେମିତି ପୋଲିସ ଭ୍ୟାନଟିଏ ସାଇରନ ଦେଇ ଆସୁଛି । କିନ୍ତୁ କାଇଁ ରାଜରାସ୍ତା ତ ବିଲକୁଲ ସୁନସାନ । ରାସ୍ତାର ଦୁଇ ପାର୍ଶ୍ଵରେ ଆମପରି ଗୁଡ଼ାଏ ଗାଡି ଚାଳକ ନିଜ ଯାନବାହାନ ଧରି ଅପେକ୍ଷା କରିଛନ୍ତି ସାମ୍ନାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀଙ୍କ ଆଦେଶକୁ । ସମସ୍ତେ ପ୍ରାୟ ମୋ ପରି ତରତର । ଆବେଗଭରା ନୟନରେ ଚାହିଁଛନ୍ତି ଟ୍ରାଫିକ କର୍ମଚାରୀ ଆଉ ଟ୍ରାଫିକ ସିଗନାଲକୁ । ସେମାନଙ୍କ ମଧ୍ୟରେ ଥିଲେ କିଛି ପରୀକ୍ଷା ଦେବାକୁ ଯାଉଥିବା ଛାତ୍ର, କିଛି ମୋ ପରି କର୍ମଜୀବୀ, କିଛି ରେଳ ଷ୍ଟେସନରେ ଟ୍ରେନ ଛାଡିବା ପୂର୍ବରୁ ନିର୍ଦ୍ଧାରିତ ସମୟରେ ପହଞ୍ଚିବାକୁ ଥିବା ଯାତ୍ରୀ, ଏବଂ ଶେଷରେ ଗୋଟେ ଅଟୋରେ ଥିଲେ ଜଣେ ଗର୍ଭବତୀ ନାରୀ । ଆମେ ସମସ୍ତେ ପ୍ରାୟ ଦଶ ମିନିଟରୁ ଉର୍ଦ୍ଧ ସେଠାରେ ସେଇ ଉଦୁଉଦିଆ ଖରାରେ ଅପେକ୍ଷା କରିସାରିଲୁଣି । ଗର୍ଭବତୀ ନାରୀଟି କଷ୍ଟରେ ଚିତ୍କାର କରିଚାଲିଛି । ପରୀକ୍ଷାର୍ଥୀମାନେ ନିର୍ଦ୍ଧାରିତ ସମୟରେ ପହଞ୍ଚି ନପାରିବାର ଭୟରେ ବିଷାଦଗ୍ରସ୍ତ । ଅନ୍ୟାନ୍ୟ ଲୋକଙ୍କ କଥା ନକହିବା ଭଲ । ସମସ୍ତଙ୍କ ମୁହଁରେ ବିରକ୍ତିଭାଵ ଫୁଟି ବାହାରୁଛି । ଠିକ ସେଇ ସମୟରେ ସାଇରନ ବାଜୁଥିବା ଗାଡିଟି ରାଜରାସ୍ତା ଉପରେ କ୍ରସ କଲା । ସମସ୍ତେ ଆସ୍ୱସ୍ତି ଅନୁଭବ କଲେ । ନିଜ ନିଜର ଗାଡି ଷ୍ଟାର୍ଟ କରିବାକୁ ପ୍ରୟାସ କରନ୍ତେ ସଙ୍ଗେ ସଙ୍ଗେ ଟ୍ରାଫିକ ପୋଲିସ ବାହିନୀ ଆସି ସମସ୍ତଙ୍କ ରାସ୍ତା ଅବରୋଧ କଲେ । ପୁଣି କଣ ହେଲା ଭାବିଲାବେଳକୁ ଠିକ ସେତିକିବେଳେ ଚାରି ପାଞ୍ଚଟି ଆମ୍ବାସଡର କାର ପଛକୁ ପଛ ହେଇ ରାଜରାସ୍ତା କ୍ରସ କଲା । ତାପରେ ଲେବୁଲ କ୍ରସିଂ ଉଠିଲା ପରି ଲୋକମାନେ ହର୍ଣ୍ଣ ମାରି ନିଜ ନିଜର କର୍ମସ୍ଥଳୀକୁ ଆଗମନ କଲେ । ମୁଁ କିନ୍ତୁ ରାଗରେ ତମତମ ହେଇ ଉପସ୍ଥିତ ଟ୍ରାଫିକ ପୋଲିସଙ୍କୁ ପଚାରିଲି -"କଣ ଗଭର୍ଣ୍ଣର ଗଲେ କି ? ଏତେ ସମୟ ଆମର ନଷ୍ଟ କରିଲେ" । ମୋ କଥା ଶୁଣି ଟ୍ରାଫିକ ପୋଲିସ କହିଲେ, ନା ସ୍ୱାସ୍ୟମନ୍ତ୍ରୀ ଆସିଥିଲେ ଅନୁସନ୍ଧାନରେ । ଡାକ୍ତରଖାନାରେ ରୋଗୀମାନେ ଠିକରେ ସେବା ପାଉଛନ୍ତିକି ନାହିଁ ଜାଣିବାପାଇଁ । ମୁଁ ଟ୍ରାଫିକ ପୋଲିସଙ୍କ କଥା ଶୁଣି ବହୁତ ଜୋର ରେ ଠୋ ଠୋ ହେଇ ହସିବାକୁ ଲାଗିଲି ଏବଂ ଅଟୋରେ ଥିବା ଗର୍ଭବତୀ ମହିଳା ଜଣକ ଆଡକୁ ଇଙ୍ଗିତ କରି କହିଲି , ଓଃ ହୋ ଅନୁସନ୍ଧାନ । ରୋଗୀମାନଙ୍କୁ ଏହିଭଳି ବିପଦରେ ପକେଇ । କ୍ଷଣିକ ମଧ୍ୟରେ ଉକ୍ତ ଗର୍ଭବତୀ ମହିଳା ଜଣକ ଚିତ୍କାର କରିବାକୁ ଲାଗିଲେ ଖୁବ ଜୋରରେ ଏବଂ ନବଜାତ ଶିଶୁଟିଏ ଜନ୍ମ ଦେଲେ ସେଇ ରାଜରାସ୍ତାର ଅଟୋ ଭିତରେ । ପାଖରେ କୌଣସି ସୁବିଧା ନଥିଲା । ଡାକ୍ତରଖାନା ମାତ୍ର ଦଶ ମିନିଟର ଦୂରରେ ଥିଲା । ନବଜାତ ଶିଶୁଟିର ଶରୀର ଶିଥିଳ ପଡିଯାଉଥିଲା । ତାର ଜୀବନ ବଞ୍ଚାଇବା ପାଇଁ ଡାକ୍ତରଖାନାର ଆଇସିୟୁ ଦରକାର ଥିଲା କିନ୍ତୁ ହାତରେ ଖୁବ କମ ସମୟ ଥିଲା । ଶେଷରେ ନୂଆ କରି ଦୁନିଆକୁ ଆସିଥିବା କଅଁଳ ପିଲାଟା ଦୁନିଆର ଏପରି କଦାକାର ରୂପଦେଖି ଭୟରେ ପୁଣି ନିଜ ଈଶ୍ୱରଙ୍କ ଦୁନିଆକୁ ଚାଲିଗଲା । ଏଇ ଦଶ ମିନିଟ ଭିତରେ ସବୁକିଛି ଆରମ୍ଭ ହେଇ ପୁଣି ଶେଷ ହେଇଗଲା । ଏଇ ଦଶ ମିନିଟରେ ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ନିଜ ରାଜଭବନରେ ପହଞ୍ଚି ସାରିଥିବେ । ପରୀକ୍ଷାର୍ଥୀ ମାନେ ଅଣନିଶ୍ୱାସୀ ହେଇ ଦୌଡୁଛନ୍ତି ପରୀକ୍ଷା ହଲକୁ । ପରୀକ୍ଷା ଦଶ ମିନିଟ ପୂର୍ବରୁ ଆରମ୍ଭ ହେଇସାରିଲାଣି । ଯାତ୍ରୀମାନଙ୍କ ଟ୍ରେନ ମଧ୍ୟ ଷ୍ଟେସନ ଛାଡିସାରିଲାଣି । ନବଜାତ ଶିଶୁଟିର ଜୀବନ ଦୀପ ଧୀରେ ଧୀରେ ଆକାଶ ଛୁଇଁବା ଉପରେ । ମାଆଟି ଏବେବି ମୂର୍ଛିତ ଅବସ୍ଥାରେ । ପୁଣି ରାଜରାସ୍ତା ଜାମ । ଏଥର କିନ୍ତୁ ଚିଲ, ସାଗୁଣା ଆଉ ବୁଲା କୁକୁରଙ୍କ ଭିଡରେ । 



Rate this content
Log in

Similar oriya story from Abstract