Geetanjali Prusty

Inspirational

3.8  

Geetanjali Prusty

Inspirational

ନୂଆ ବର୍ଷ

ନୂଆ ବର୍ଷ

2 mins
151



   ଦାଣ୍ଡରେ ଖେଳୁଥିଲା କୁନା l ହଠାତ ଘର ଭିତରକୁ ଧାଇଁ ଆସିଲା ବାପା ବାପା ନୂଆ ବରଷ କଣ ସମସ୍ତେ କଣ ଭୋଜି କରୁଛନ୍ତି ବାଜା ବାଜୁଛି ଗୀତ ଶୁଭୁଚି, ବାପା! ସେ ନୂଆବରଷ ଟା କଣ ? କାହାର ବାହାଘର ନା ଜନ୍ମଦିନ l

କାହ୍ନୁ ପୁଅକୁ ବୁଝାଇଲା ଗୋଟିଏ ବର୍ଷ ସରିଲା, ଆଉ ଗୋଟିଏ ବର୍ଷ ଆସିଲା l

ସେଇ ବର୍ଷ ଟି ଆଜି ଆରମ୍ଭ ହେଲା l

କୁନା ଏଥର ବୁଝି ଗଲା, ତା ହେଲେ ଗୋଟେ ବର୍ଷ ର ଜନ୍ମଦିନ l ବାପା ଆମେ ଭୋଜି କରିବାନି ? ଆମର ବାଜା ବାଜିବନି ? ବାପା ବାପା କହୁନ ? କାହ୍ନୁ ବିଚରା ଶୂନ୍ୟ ଆକାଶକୁ ଚାହିଁଲା l ସେ ଗୋଟେ ଦିନ ମଜୁରିଆ l

ମଜୁରୀ ଟଙ୍କା କେଇଟା ଆଣିଲେ ତାର ଚୁଲି ଜଳିବ, ପେଟ କୁ ଗଣ୍ଡେ ଦନା ଯିବ l

ଏ ନୂଆବର୍ଷ ପାଳିବାକୁ ପଇସା ସେ କାହୁଁ ଆଣିବ? ପାଞ୍ଚ ବର୍ଷ ର ଛୋଟ ପିଲା, ସେ କଣ ଜାଣେ ଅଭାବ ଅସୁବିଧା l ଭୋଜି ଭାତ, ବାଜା ଏସବୁ କୋଉଠୁ ଆସିବ?

କାହ୍ନୁ ବ୍ୟସ୍ତ ହୋଇ ପୁଅକୁ କୋଳରେ ବାସାଇଲା l

ତା ମୁଣ୍ଡ କୁ ଆଉଁସି ଦେଇ କହିଲା, ଆମେ ଗରିବ ଲୋକ ବାପା, ନୂଆ ବର୍ଷ ପାଳି ବାକୁ ପଇସା କୋଉଠୁ ଆଣିବା l ଏ ବର୍ଷ ଯାଉ, ଆରବର୍ଷ କୁ ଆମେ ମନ ଖୁସି ରେ ନୂଆ ବର୍ଷ ପାଳିବା l ଆଉ ଏ ନୂଆ ବର୍ଷ ? ପଚାରିଲା କୁନା l ଇଏ ପୂରୁଣା ହେଇ ଯାଇ ଥିବ l ଆକୁ ଆଉ ଲୋକେ ଖୋଜିବେନି l ତୁ କେମିତି ତୋର ନୂଆ ଜାମା ପେଣ୍ଟ ପାଇଗଲେ ପୁରୁଣା କୁ ଆଉ ଆଦର କରୁନି, ତାକୁ ଫୋପଡ଼ା ଫିଙ୍ଗା କରୁ l

ନୂଆକୁ ସମସ୍ତେ ଆଦର କରନ୍ତି l ପୁଅକୁ ବୁଝାଇ ଦେଇ କାହ୍ନୁ କାମକୁ ଚାଲିଗଲା l

ତା 'ମାଆ ଘରେ ରୋଷେଇ କରିବାରେ ବ୍ୟସ୍ତ ରହିଲା l

     କୁନା ପୁଣି ରାସ୍ତାକୁ ଚାଲିଗଲା l

ତାକୁ ଭାରି ମଜା ଲାଗୁଥିଲା l ରାସ୍ତା ସେପାଖ ପାର୍କ ରେ ଭୋଜି ଭାତ ମଉଜ ମଜଲିସ ଚାଲିଥିଲା l ଲୋକ ମାନେ ଭଳି ଭଳି ଖାଦ୍ୟ ଖାଉଥାନ୍ତି l କୁନାର ଭାରି ଲୋଭ ହେଲା l ସେ ଏକ ଲୟରେ ସେମାନଙ୍କୁ ଚାହିଁ ରହିଲା l ସେପଟୁ ଜଣେ

ଯୁବକର ଦୃଷ୍ଟି ତା ଉପରେ ପଡ଼ିଲା l ତାର ଦୟା ହେଲା l ସେ ଡାକ ପକାଇଲା ହେଇ.. ଆ.. ଖାଇବୁ.. l କୁନା ଆଉ ଆଗ ପଛ ନ ଅନାଇ ଦୌଡ଼ିଲା l ଆଃ.... ଆଃ... ବିକଳ ଚିତ୍କାର ଶୁଣି ଭୋଜି କରୁ ଥିବା ପିଲାମାନେ ସେ ଆଡକୁ ଚାହିଁଲେ l ଆକ୍ସିଡେଣ୍ଟ.... ସମସ୍ତେ ଧାଇଁ ଆସିଲେ l ଗୋଟିଏ ମଟର ସାଇକେଲ ସହିତ ଧକ୍କା ହେଇ କୁନା ରାସ୍ତାରେ ପଡ଼ି ଛଟ ପଟ ହେଉଛି, ଧାର ଧାର ରକ୍ତ ବହି ଯାଉଛି.. ମୁଣ୍ଡ ଫାଟି ଆଁ କରିଛି l ମଟର ସାଇକେଲ ଆରୋହୀ ମଧ୍ୟ୍ୟ ପଡିକି ଛଟ ପଟ ହେଉଛି l ସଙ୍ଗେ ସଙ୍ଗେ ପାଖରେ ଥିବା ଏକ କାରରେ ପିଲାମାନେ ସେମାନଙ୍କୁ ଡାକ୍ତରଖାନା ନେଇ ଗଲେ l କୁନାକୁ ଖାଇବାକୁ ଡ଼ାକିଥିବା ଯୁବକ ଜଣକ ନିଜକୁ ଅପରାଧୀ ମନେକରି ଭାରି ମନ ଦୁଃଖ କଲା l ସେମାନେ ଦଶ ବାର ଜଣ ସାଙ୍ଗ ମିଶି ଭୋଜି କରିବାକୁ ଆସିଥିଲେ l କେହି ଆଉ ଭୋଜି ଖାଇଲେନି l ସମସ୍ତେ ମିଶି ପଇସା ଖର୍ଚ୍ଚ କରି କୁନାର ଚିକିତ୍ସା କରାଇଲେ l ତାକୁ ଜଗିକି ରହିଲେ l

ଖବର ପାଇ କାହ୍ନୁ ଓ ତାର ସ୍ତ୍ରୀ ଆସି ଡାକ୍ତରଖାନାରେ ପହଞ୍ଚିଲେ l ଏକ ମାତ୍ର ପୁଅର ଏଭଳି ଅବସ୍ଥା ଦେଖି ଦୁହେଁ ଖୁବ କାନ୍ଦିଲେ l ତାଙ୍କର ଗରିବୀ ପଣ କୁ ଧିକ୍କାର କଲେ l ଡାକ୍ତର ଆଶ୍ୱାସନା ଦେଲେ ଖୁବ ଶୀଘ୍ର ପୁଅର ଚେତା ଫେରି ଆସିବ, ସେ ବିପଦ ମୁକ୍ତ ଅଛି l ସନ୍ଧ୍ୟା ବେଳକୁ କୁନା ଧୀରେ ଧୀରେ ଆଖି ଖୋଲିଲା l ଅସ୍ପଷ୍ଟ ସ୍ୱର ରେ ସେ କହିବାର ଶୁଭୁଥିଲା

ବାପା ନୂଆବର୍ଷ ଭୋଜି ।


Rate this content
Log in

Similar oriya story from Inspirational