ଲିମନ ଦିଦି

Fantasy

3  

ଲିମନ ଦିଦି

Fantasy

ପାଣିଚିଆ ଜୀବନ

ପାଣିଚିଆ ଜୀବନ

1 min
205



ସ୍ତ୍ରୀ ପାଖରେ ବସି ପଦେ ଗୀତ ଗାଉଗାଉ ସ୍ତ୍ରୀ କହୁଛି ," ହୁଁ...... , ଆଉ ସେ ବୟସ ଅଛି ନା ତମର....." । କହିଲି ଚାଲ ବଜାର ବୁଲି ଆସିବା । ଏମିତିକା ଉତ୍ତର ପାଇଲି ଯେ ଅର୍ଥ କରିବା କଷ୍ଟ । ଉତ୍ତର ଥିଲା " ଦିନସାରା ପେଲାଠେଲାରେ ଗୋଡହାତ ଉଠୁନି ; ୟାଙ୍କର ଆହୁରି ପ୍ରେମ ଉଛୁଳୁଛି ।" ଟିଭି କି ଫୋନ ଦେଖିବାକୁ ଆଖି ବିନ୍ଧା ହେଉଛି ।ଗୀତ ଟିକେ ଶୁଣିବାକୁ ମନ ଯେ କାନରେ ନେଟୱାର୍କ ନଥିଲା ଭଳିଆ ଅଧା ଅଧା ଶୁଭୁଛି । ରାସ୍ତାଘାଟକୁ ଯିବାକୁ ଶରୀର ସାଥି ହେଉନି । ପାଖରେ ବି ସାଙ୍ଗ ସାଥି ଥିଲେ କ'ଣ କିଛି ଗୋଟେ ହୁଅନ୍ତା । ସବୁ ନିଜ ନିଜ ରାସ୍ତା ଖୋଜି ଖୋଜି କାହିଁ କେତେ ଦୂରରେ । ଫୋନ ନମ୍ବର ଅଛି ଯେ ସମସ୍ତେ ବ୍ଯସ୍ତ ।ପୁଅବୋହୂ, ଝିଅଜ୍ବାଇଁ ବିଦେଶରେ ; ନିଜର ବର୍ତ୍ତମାନକୁ ମରାମତି କରି ପୁଅଝିଅଙ୍କ ଭବିଷ୍ଯତକୁ ଛାତ ପକାଇବା ପାଇଁ । ନାତିନାତୁଣୀ ତ କି ପବନଛଡା କଥା କହୁଛନ୍ତି କାନ ପାଖକୁ ଆସୁ ଆସୁ ପବନରେ ଉଡିଯାଉଛି । ଭଗବାନଙ୍କୁ ସାହାରା ପାଇଁ ଯୋଗାଯୋଗ କରିଥିଲି ଯେ ସୁନ୍ଦରିଆ ବଙ୍କୁଲିବାଡିଟିଏ ଏବଂ ମୋ ପରି ବୁଢା କାଚ ପକାଇ ଚଷମାଟିଏ ଯୋଗାଡି ଦେଇଛନ୍ତି । ଭଲ ମନ୍ଦ ଖାଇବାକୁ ସବୁ ଜିନିଷ ଅଛି ; ଯୋଗାଡିବାକୁ ପତ୍ନୀ ପ୍ରସ୍ତୁତ ; ହେଲେ କ'ଣ ହେଲା କେଜାଣି ଦାନ୍ତଗୁଡାକର ଆଉ ପୁନର୍ଜନ୍ମ ହେଇନି । ପାଣି ମିଶା ଡାଲି ,ସନ୍ତୁଳା ଖାଇ ଖାଇ ହାକୁଟି ମାରୁମାରୁ ବାହାରି ଆସେ ।

 


Rate this content
Log in

Similar oriya story from Fantasy