ଲିମନ ଦିଦି

Abstract

4.0  

ଲିମନ ଦିଦି

Abstract

ମନକୁ ପାପ ଛୁଉଁଛି

ମନକୁ ପାପ ଛୁଉଁଛି

1 min
178


ନିଛାଟିଆ ଖରାବେଳ ।ବର୍ଷା ଋତୁ ହେଲେ ବି ଆକାଶଟା ନିର୍ମଳ । ବସରୁ ଓହ୍ଲେଇ ଚାଲି ଚାଲି ଯାଉଥାଏ କୁନି । କେହି କୁଆଡେ ନଥିଲେ ବୋଲି ଗୀତଟାଏ ଗୁଣୁଗୁଣଉଥାଏ । ଭାବୁଥାଏ ଘରେ ଗଲେ କ'ଣ ଖାଇବ । ପଖାଳ ତ ନାହିଁ ;ସକାଳୁ ରୋଷେଇ ହେଇନି । ମନଟା ଟିକେ ମରିଗଲା ।ଗୁଣୁଗୁଣଉଥିବା ଗୀତ ମିଳେଇ ଗଲା । ଆଖି ଆଗରେ ନାଚିଗଲା ଅତୀତର ଅନେକ ସ୍ମୃତି..... ଆଖି ଟିକେ ଜକେଇ ଆସିଲା ।ଲାଗିଲା କେହି ଜଣେ ଅତି ଆପଣାର ତା' ସାଙ୍ଗରେ ନାହିଁ । ରାସ୍ତା ବୋଲି ମୁହଁ ପୋଛି ଆଗକୁ ଚାଲିଲା । ଦେଖାଗଲା ଜନ ଗହଳି ।ଭାଗବତ ପଢା ହେଲା ପରି ଶୁଭୁଥିଲା ।କାନ୍ଦଣା ଶୁଭିଲା । ବାସ୍ନା ଧୂପକାଠିର ମହକ ଆସୁଥିଲା । କୁନି ମନେ ମନେ ଭାବୁଥାଏ " ମନକୁ ପାପ ଛୁଉଁଛି " । ସେଇଠି ଠିଆ ହୋଇ ଗୋଟିଏ ମୂହୁର୍ତ୍ତ ଭିତରେ କେତେ କ'ଣ ଭାବିଗଲା ।ଆଗକୁ ଯିବ, କି ବାଟ ଭାଙ୍ଗି ସେ ଜାଗାକୁ ଯିବ ବିଚାରରେ ରହିଗଲା...... । ନା ! ଗଲା ।ଯେତିକି ପାଖକୁ ଯାଉଥାଏ କାନ୍ଦଣା ଜୋରରେ ଶୁଭିଲା । ଆଖି ଛଳଛଳ ହୋଇ ଗଲାଣି । ଜଣେ କିଏ ପଚାରିଲେ    " କାନ୍ଦୁଛ .....? " କୁନି କୋହ ଭରା କଣ୍ଠରେ କହିଲା, ନାଇଁ ଯେ..... ଏତେ ଲୋ..କ....! ଲୋକଟି କହିଲା ,   " ଆଜିର ତିଥି କ'ଣ ତୁମେ ଜାଣିନ କି ? ଆଜି ପରା ଭାଗବତ ଜନ୍ମ ; ପୂଜା ଚାଲିଛି......."

ପଛଆଡୁ ପିଲାଟେ ଆସି କହୁଛି, " କାକା ! ୟୁଟ୍ୟବରୁ କାନ୍ଦଣାଟା ପୁରା ପାଣି କରିଦେଲି.

ଘର ଭିତରୁ ବହୁ ଜୋରରେ ଶୁଭିଲା " ବୋଲ ଆନନ୍ଦେ ଏକ ବାର........ ହରିବୋଲ", ହୁଳହୁଳି.......


Rate this content
Log in

Similar oriya story from Abstract