puja pradhan

Horror Romance Tragedy

3  

puja pradhan

Horror Romance Tragedy

ସାଥୀ

ସାଥୀ

5 mins
290


ସାଥୀ ଶବ୍ଦ ଟି ଶୁଣିଲେ ସତରେ ମନରେ ଯେମିତି କିଛି ନୂଆ ଅନୁଭୁତି ଆସିଯାଏ l କଣ କିଛି ଭୁଲ କହିଲିକି ସେହି ମାନେ ନିଶ୍ଚୟ ଜାଣି ପାରୁଥିବେ ଯିଏ ହୃଦୟ ଦେଈ କାହାକୁ ଭଲ ପାଇଥିବ ସେ ନିଶ୍ଚୟ ମୋ କଥାକୁ ବୁଝି ପାରୁଥିବେ lମନର ମଣିଷଟି ମିଳିଗଲେ ମନ ସେହିଠି ଅଟକି ଯାଏ ।କାହିଁକି କେଜାଣି ଆଗ କୁ ଯାଇ ପାରେନି ଦିନ, ମାସ, ବର୍ଷବିତିଯାଏ ସବୁ ଜିନିଷର ପରିବର୍ତନ ହୋଇଥାଏ l


ହେଲେ ମନ ର ପରିବର୍ତନ ହୋଇପାରେନାହିଁ l କାରଣ

ମନ ସେ ତ ଅମାନିଆ ଟିକି ଚଢେଇ ଟିଏ ପ୍ରେମ ପରି

ଗୋଟିଏ ଅଜଣା ରାଇଜରେ ସେ ପହଁଚି ଯାଇଥାଏ l  

ମନଲାଖି ମନଟିକୁ ପାଇବା ପରେ ଯେମିତି ତା ଅଜାଣତରେ ବୋହୁତ କିଛି ମିଳିଯାଇଛି l ପ୍ରେମ ସିଏ ଦେଖେନାହିଁ ଜାତି, ଉଚ୍ଚନୀଚ ର ସମାଜକୁ ସିଏ ଦେଖେ ତା ମନକୁ ବୁଝିପାରୁଥିବା ଗୋଟିଏ ମନକୁ ଆଉ ଯେଉଁଦିନ ହୃଦୟ ଦେଈଭଲ ପାଉଥିବା ମନଟିଏ ମିଳିଯାଏ l  

ସେ ଭୁଲିଯାଏ ଆମ ସମାଜର ନୀତି, ଆଦର୍ଶ ନିଜକୁ ମହାନ ବୋଲି ପ୍ରମାଣିତ କରୁଥିବା ଲୋକଙ୍କୁ ଓ ତାଙ୍କରି ନୀତି, ନିୟମ କୁ ହେଲେ କାହିଁକି କେଜାଣି ଆମରି ଏ ସମାଜ ଭଲ ପରୀ ଗୋଟିଏ ଶବ୍ଦ ଓ ଦୁଇ ପ୍ରେମିଙ୍କ ମନକୁ ବୁଝିପାରେନି ଟାଣିଦିଏ ଲମ୍ବା ବିଛେଦର ରେଖା ପରିବାରର ଦ୍ୱାହି ଦେଈ ରଚି ଚାଲେ ଷଡ଼ଯନ୍ତ୍ର ସେଥିରେ ଯଦି ସଫଳ ନ ହେଲେ ସବୁଦିନ ପାଇଁ ଜୀବନରୁ ମାରି ଦେବାକୁ ପଛାଇନଥାଏ l ଠିକ ଯେମିତି ଏକହାଣୀରେ ହୋଇଛି ସବୁଦିନପାଇଁ ଦୁଇ ପ୍ରେମିକୁ ଅଲଗା

କରିବାକୁଯାଇ l ନିଷ୍ଠୁର ପରୀ ସବୁଦିନ ପାଇଁଦୁହିଁଙ୍କୁ ମାରି ଦେବାକୁ ଉଦ୍ୟମ କରି ଥିଲେ l ହେଲେ ଜଣେ ଜୀବନ ଦେଈ ମଧ୍ୟ୍ୟ ନିଜ ଜୀବନଠାରୁ ଅଧିକ ଭଲ ପାଉଥିବା ମଣିଷକୁ କିଛିବି ହେବାକୁ ଦେଇନାହିଁ ସାରା ଜୀବନ ଅତୃପ୍ତଆତ୍ମା ହୋଇ l 


  କରିଚାଲିଛି ତା ଜୀବନଠାରୁ ଅଧିକ ଭଲ ପାଉଥିବା ସାଥୀର ହେପାଜତ ହେ ଈଶ୍ୱର ସତରେ ଇଏହି ପ୍ରେମ l କଣ ବା ଦୋଷ କରିଥିଲେ ନିଜ ଅଜାଣତରେ ମିତା, ଓ ଅଜିତ ପରସ୍ପରକୁ ଖୁବ ଅଧିକ ଭଲ ପାଇବସିଲେ l ସେ ଜାଣିନଥିଲେ ଏହିପରି ଭାବରେ ତାଙ୍କୁ ଭୋଗିବାକୁ ପଡିବ ଦୁଃଖ ଓ ଯନ୍ତ୍ରଣା l


ମିତା ଖୁବ ସୁନ୍ଦର ଅଜିତବି କିଛି କମନୁହେଁ l  

ସମସ୍ତେ ଜାଣିଲେ ଦୁଇ ଜଣଙ୍କ ପ୍ରେମ ସମ୍ପର୍କ କଥା ଅଜିତ ଘରେଜାଣିଥିଲେ ହେଲେ ଅଜିତ କୁ ବାଧା ଦେଲା ପରୀ କିଛିବି କହି ନଥିଲେ l ହେଲେ ମିତା ଘରେ ପ୍ରବଳ ବେଗରେ ଝଡ଼ ଉଠି ଥିଲା ଅଜିତ କୁ ମାରିବାକୁ ଚାହିଁଥିଲେହେଲେ ମିତା ତା ବାପା ଓ

ଭାଇ ର ପ୍ରତେକ କଥାକୁ ବାଧା ଦେଇଥାଏ ଝିଅର ଜିଦ ଆଗରେ ବାପା କିଛି କୁହନ୍ତିନି l ହେଲେ ମିତା ଭାଇ ମାନେ ଥିଲେ ଅନ୍ୟ ତମ ଭଉଣୀ ର ଭଲପାଇବାକୁ ପସନ୍ଦ କରନ୍ତିନି   ସବୁଦିନ ବାପାଙ୍କୁ ମିତା ବିଷୟରେ କୁହନ୍ତି l ମିତା ପାଇଁ ଅନ୍ୟ ଜାଗାରେ ବାହାଘର ଵି ଠିକ କରିଥିଲେ ହେଲେ ମିତା ମନା କରିଦିଏ l ଗାଁ ଲୋକଙ୍କୁ ଯେମିତି କଥା କହିବାକୁ ଦେବେନି କଣ କରିବେବୋଲି ଭାବୁଥିଲେ ହଠାତ ମିତା ମାମୁଁ କହିଥିଲେ l


  ଯଦି ଏମିତି ହେଉଛି ତେବେ ସବୁଦିନ ପାଇଁ ବାଟ ବାହାରକରି ବାକୁ ହିଁ ପଡିବ ସବୁଦିନପାଇଁ ଅଜୟକୁ ମାରିଦେବାକୁ କହିଲେ । ହେଲେ ମିତା ବଞ୍ଚିଥିବା ପର୍ଯ୍ୟନ୍ତ କେବେବିହେବାକୁ ଦେବନି ବୋଲି ତା ଭାଇ କହିଲେ l ମାମୁଁକହିଲେ ଯଦି ଏମିତି ହେଉଛି l ତେବେ ଭଲ ହେବ ପ୍ରଥମେ ମିତା କୁ ହିଁ ମାରିଦେବା ଠିକ ହେବ ବାପା ଓ ଭାଇ କୁ ଵି କଥାଟାବି ଠିକ ଲାଗିଲା l କହିଲେ ସେୟା କରିବା ପ୍ରଥମେ ମିତାକୁ ମାରିବା ପରେ ଅଜିତ କଥାକୁ ଦେଖିବା ସେମାନେ ଅପେକ୍ଷା କରିଲେ କେବେ ଅଜିତ ଗାଁ ରୁ

ବାହାରକୁ ଯିବ ସେହିଦିନ ମିତାକୁ ମାରିଦେବେ l  

କେତେଦିନ ପରେ ଅଜିତ ଗାଁ ରୁ ବାହାରକୁ ଯାଇଛି ଯିବା ସମୟରେ ମିତା କହିଲା ତମେ ଶୀଘ୍ର ଆସିବ ଡେରିକରିବନି l


କାହିଁକି କେଜାଣି ମନଟା ଭଲ ଲାଗୁନି l ତମେ ସେମିତି କିଛିବି ଭାବନି ମୁଁ ଶୀଘ୍ର ଆସିବି ଯଦି ମୋର କିଛିବି ହୁଏ l ତମେ ଜାଣିପାରିବତ ହଁ ଜଣିପରିବି କେମିତି ଜାଣିବ ଜାଣିଦେଵି l  ତମେ ପରା ମୋ ସାଥୀ ଜାଣି ଦେବୀ ସେମିତି କିଛି ହେବନି ମୁଁ ଶୀଘ୍ର ଫେରିବି କଥା ଦେଉଛି ମିତା ଅଜିତ କହିଲା ଯଦି ମୋର କିଛି ହୁଏ l ତେବେ ତମେ କଣ କରିବ ଜାଣିନକି ଯଦି ତମର

କିଛିବି ହୁଏ l ମୁଁ ଏମାନଙ୍କୁ କେବେବି ଛାଡିବିନି ମରିଗଲେବି ତମ ପାଖରେ ଛାଇ ପରୀ ରହିବି l ତୁମ ଦେହରେ କୌଣସି ବିପଦ ଆସିବାକୁ ଦେବିନି ସବୁଦିନ ତୁମ ସହ ରହିବି ହେଉ ତେବେ ମୁଁ ଆସୁଛି ଶୀଘ୍ର ଫେରିଵି ଅପେକ୍ଷା ରହିଲା l  ଏତିକି କହି ଅଜିତ ଚାଲି ଗଲା l ଘର ଲୋକ ଜାଣିଲେ ଅଜିତ ନାହିଁ ଏମିତି ଗୋଟିଏ ସୁଯୋଗ କୁ ଚାହିଁ ରହିଥିଲେ l   


ସନ୍ଧ୍ୟା ହୋଇ ରାତିହେଲା ସେମାନେ ପ୍ରଥମେ ଗୋଟିଏ ଶାବଳ ରେ ମିତାକୁ ମାରିଥିଲେ ମିତା ସେହିଠି ତଳକୁ ପଡିଯାଇଥିଲା l  ସମସ୍ତେ ଭାବିଲେ କି ସେମରି ଯାଇଛି ବୋଲି l ଗୋଟିଏ ଶଗଡ଼ ଗାଡ଼ିରେ ତାକୁ ମଶାଣୀକୁ ନେଲେ ମିତାକୁ ଜାଳିବାପାଇଁ କାଠ ସହିତ ତାକୁବି ବାନ୍ଧି ଦେଲେ ମସାଣି ଯିବା ରାସ୍ତା ରେ ମିତାକୁ ହୋସ ଆସିଥିଲା ହେଲେ ସେ ଉଠିପାରି ନଥିଲା l କେବଳ ସମସ୍ତ ଙ୍କ କଥାକୁ ଶୁଣିଥିଲା ମସାଣି ରେ ପହଞ୍ଚି ମିତାକୁ ତଳେ ରଖି କାଠ କୁ ସଜାଡୁଥିଲେ ପଛକୁ ଫେରି ଦେଖିଲେ ମିତା ନାହିଁବୋଲି l ଖୋଜିଲେ ମିତା କିଛି ଦୂରରେ ଥିବା ଗଛ ମୂଳରେ ଲୁଚି ବସିଥିଲା ସମସ୍ତେ ତାକୁ ପାଇଲେ ମିତା ବାପାଙ୍କ ଗୋଡ଼ଧାରୀ କାନ୍ଦିଥିଲା ମୋତେ ଛାଡିଦିଅ ବୋଲି କହିଲା ବାପା ହଁ କରିଲେ ହେଲେ ଭାଇ ମନା କଲେl  

 ସେହିଠି ତାକୁ ଜୋରରେ ମାରିଥିଲେ ସେମିତି ଭାବରେ ତାକୁ ନେଇ ସେହି ଜୁଇ ରେ ତାକୁ ପକାଇଲେ l ନିଆଁ ର ଧାସ ବାଜି ମିତା କୁ ହୋସ ଆସିଥିଲା ସେ ସାଙ୍ଗେ ସାଙ୍ଗେ ନିଆରୁ ଉଠି ଦୌଡ଼ି ଦୌଡ଼ି ଚାଲି ଯାଉଥାଏ l ସେମାନେବି ଗଲେ କିଛି ଦୂରରେ ମିତାକୁ ପାଇଥିଲେ ମିତା ର ଦେହ ଦର ପୋଡା ହୋଇଥାଏ l ସେବିକଳ ଭାବରେ କାନ୍ଦୁଥାଏ ବାରବାର ସାଥୀ ସାଥୀ କହି ଅଜିତକୁ ଡାକୁଥାଏ ହେଲେ ଘରଲୋକେ ତାକୁ ନ ଛାଡି ସେହି ଅବସ୍ତାରେ ଗାତଟିଏ କରି ମିତାକୁ ସବୁଦିନପାଇଁପୋତି ଦେଇଥିଲେ ଓ ସେଠାରୁ ଚାଲିଗଲେ l ସକାଳୁ ଅଜିତଫେରି ଥିଲା ମିତାକୁ ନପାଇ ଅନେକ ଖୋଜିଲା ହେଲେ ମିତା ର କଣ ହୋଇଛି କିଏବି ତାକୁ କହିନଥିଲେ ମିତା ର ଏପରି କେଉଁଆଡ଼କୁ ଚାଲି ଯିବା ସେ ସହି ପାରି ନଥିଲା ସମ୍ପୂର୍ଣ ଏକା ହୋଇଯାଇ ଥିଲା l ମିତାର ଘର ଲୋକେ ନଈ କୂଳରେ ଅଜିତ କୁ ମରିବାପାଇଁ ଚାହିଁ ରହିଥିଲେ ଠିକ ଏହି ସମୟରେ କେଜାଣି ଯେପରି କିଛି ଅଜଣା ଶକ୍ତି ସେମାନଙ୍କୁ ବାଧା ଦେଉଥିଲା ଲାଗିଲା କେହିଜଣେ ଅଜିତ ପାଖରେ ତାକୁ ସୁରକ୍ଷା ଦେଉଥାଏ l 


  ସମସ୍ତେ କହିଉଠିଲେ ମିତା ବୋଧେ ଏହିଠି ଅଛି l ମିତାର ନା ଶୁଣି ଅଜିତ ଚାରି ଆଡ଼କୁ ଚାହୁଁଥିଲା l ସେବି ଅନୁଭବ କରୁଥିଲା କେହି ଜଣେ ତା ପାଖରେ ତାକୁ ସୁରକ୍ଷା ଦେଉଛି ବୋଲି l  

ଜୋରରେ କାନ୍ଦି କାନ୍ଦି ମିତା ମିତା ବୋଲି ଡାକୁ ଥିଲା ପାଗଳଙ୍କ ପରି ଖୋଜୁଥିଲା ସାଥୀ ତମେ କୋଉଠି କୁହ ମୋତେ ନକହି ତମେ କେମିତି କୋଉଠି ଅଛ କୁହ ତମେ କୋଉଠି l କିଛିବି ନ କହିଲେ ହୁଏତ ମୋତେ ଆଉ ପାଇବନି କହି ବୋହୁତ କାନ୍ଦିବାକୁ

 ଲାଗିଲା l ହଠାତ ପଛରୁ କେହିଜଣେ ଡାକିବା ପରି ଲାଗିଲା   ଶୁଣିବନି କଣ ମୋ ଉପରେ ରାଗିଛକି l ଅଜିତ ଚାରିଆଡ଼କୁ ଚାହିଁଲା ଲାଗିଲା ମିତା ପାଖରେ ଥାଇ ତାକୁ ଡାକୁଛି l କୁହ ତମେ କୋଉଠି କାହିଁକି ମୋତେ ଦେଖାଯାଉନ l ସାଥୀ କୁହ   କୋଉଠି ତମେ କାହିଁକି ମୋ ପାଖକୁ ଆସୁନ ଦୟାକରି ମୋତେ ଦେଖାଦିଅ l ଦୂରରୁ ମିତା ର କଣ୍ଠ ଶୁଭୁ ଥିଲା କହିଲା ।


   ଜାଣିଛ ମୁଁ ସବୁଦିନ ତମ ପାଖରେ ଅଛି ତମକୁ ଦେଖେ

 ତମର କିଛିବି ହେବନି ସବୁଦିନ ଛାଇ ହୋଇ ରହିବି

 କହିଥିଲି l ହେଲେ ମୋତେ କାହିଁକି ତମେ ଦେଖା ଯାଉନ l   କୁହ ମିତା ମୁଁ କେମିତି ରହିବି କାହାକୁ ମନର କଥା କହିବି l   କିଏ କହିଲା ମୁଁ ସବୁଦିନ ତୁମପାଖରେ ଅଛି l ଏଇଠି ତମକୁ ଅପେକ୍ଷା କରିଥିବି ସବୁକଥା ଶୁଣିବି ହେଲେ ତୁମ ଆଖିରୁ ଲୁହ ଦେଖି ପାରିବିନି ସାଥୀ ମୋତେ ଛାଡି କାହିଁକି ଚାଲିଗଲ l  


 କିଏ କହିଲା ତମକୁ ଛାଡି ମୁଁ ଯାଇପାରିବିନି ସେଥିପାଇଁ ସବୁଦିନ ସାଥୀ ହୋଇ ତୁମପାଖରେ ରହିଛି, ରହିବି, ରହିଥିବି ଓ ଆମ ପ୍ରେମ ର ଉଦାହରଣ ତୁମେ ମୋ ସାଥୀ ଓ ସବୁଦିନକୁ ରହିବି ଦେହସିନା ନାହିଁ ହେଲେ ମନ ସବୁଦିନକୁ ତୁମପାଖରେ ବନ୍ଧା ରହିଛି ତୁମେହିଁ ମୋ ସାଥୀ ସବୁଦିନକୁ l ଅଜିତ ଶୂନ୍ୟରେ କାହାସହିତ କଥା ହେଉଥାଏ l ସମସ୍ତେ କୁହନ୍ତି ଅଜିତ ପାଗଳ ହେଲେ ଅଜିତ କୁହେ ମୋ ସାଥୀ ତୁମେ ସବୁଦିନପାଇଁ ମୋର

 ଓ ଆମପ୍ରେମ ସାତ ଜନ୍ମର ଦୂରରେ ଥାଇବି ତୁମେ ମୋର ।


Rate this content
Log in

Similar oriya story from Horror