puja pradhan

Romance Inspirational

3  

puja pradhan

Romance Inspirational

ଅଭିମାନୀ ପ୍ରେମ

ଅଭିମାନୀ ପ୍ରେମ

5 mins
358


ସମୟ କେତେବେଳେ କାହାକୁ ନେଇ କୋଉଠି ପହଞ୍ଚେଇ ଦିଏ

କେହିବି କହି ପାରିବେନି ଯାହା କେବେବି ଭାବି ନଥିବା ସେ ସବୁ ହୋଇଯାଏ l କିଛି ଏହିପରି ହୋଇଯାଏ ଯାହା ବିଷୟରେ ଆମେ ଭାବିବି ନଥିବା ଅତୀତ ଏହିପରି ଭାବରେ ସାମ୍ନା କୁ ଆସିଯାଏ ଯେମିତି ଲାଗେ ସମୟ ସେହିଠି ରହି ଯାଇଛି l   

କିଛି କଥା ଏମିତିବି ଥାଏ ଭୁଲିବାକୁ ଚାହିଁଲେବି କେବେ ଭୁଲି

ହୁଏନାହିଁ ମନରେ ଯେମିତି ଗୋଟିଏ କୋଣରେ ସେ ତାର ଜାଗା ରଖିଥାଏ l ଦିନ ମାସ ବର୍ଷ ବିତିଯାଏ ହେଲେ ମନର ପରିବର୍ତ୍ତନ ହୁଏନାହିଁ ମନ ଏମିତି ଗୋଟିଏ ଚଢେଇର ନାଁ ଯିଏ

କାହାରି ବନ୍ଦୀ ରେ ରୁହେନାହିଁ ମୁକ୍ତ ଆକାଶରେ ନିଆରା ମନନେଇ ଉଡ଼ିବୁଲୁ ଥାଏ ହେଲେ କାହିଁକି କେଜାଣି ଯେବେ ତାକୁ ବୁଝିଲା ପରି ମନଟିଏ ମିଳି ଯାଏ କିଛିବି କହିବାକୁ ପଡିନଥାଏ ବୋଲମାନୀ ରାମ ନାମ ଜପୁ ଥିବା ଶୁଆ ଟି ପରୀ ଜଣକର ପୋଷା ମାନି ରହିଯାଏ l ରାତି ଦିନ ତାରି ଭାବନାରେ ବୁଡି ରହିଯାଏ ଠିକ ଯେମିତି ବାଦଲ ଓ ବର୍ଷା ପରୀ ପ୍ରଥମ ଦେଖାରେ ପରସ୍ପର କୁ ଭଲ ପାଇ ବସିଲେ ହେଲେ କାହାରିକୁ କହିଲେନି ବର୍ଷା ଟିକେ ରାଗି ବୋଲି ବାଦଲ ସମସ୍ତ ଙ୍କ ଠାରୁ ଶୁଣିଥିଲା l 

ତେଣୁ କରି କିଛିବି କହିଲେ ହୁଏତ ବର୍ଷା କିଛି ଭୁଲ ବୁଝିବ ସେଥିପାଇଁ ବାଦଲ କିଛି କହିବନାହିଁ ବୋଲି ମନରେ ଭାବି ରଖିଥିଲା ମନେ ମନେ ହସେ ଦୂରରୁ ଦେଖେ ହେଲେ ବର୍ଷା ଚାହିଁଲେ ଚୁପଚାପ ହୋଇ ରହିଯାଏ l ଏମିତିକି ବର୍ଷାକୁ

ଚାହିଁବାକୁ ଵି ବାଦଲ ଭୟ କରେ ବର୍ଷା କିନ୍ତୁ ଚାହେଁ ସେକିଛି

କହୁ ଝିଅ ହୋଇ କେମିତି ଭଲ ପାଉଛି ବୋଲି କହିବ ଲାଜ ଲାଗିବନି କଣ ଭାବିବ ବାଦଲ ଏତେ ଉଦ୍ଧତଝିଅଟିଏ  

ଖୋଲା ଖୋଲି ଭାବରେ ଭଲ ପାଉଛି ବୋଲି କହିଦେଉଛି  

ଏମିତି ଭାବନାରେ ଦିନ ଗୁଡିକ ବିତି ମାସ ରେ ପରିଣତ ହେଉଥାଏ ପ୍ରତେକଦିନ ବର୍ଷା ଭାବେ ହେଲେ କିଛିବି ହୋଇପାରେନି ନା କିଛି କହେ ନା ବାଦଲ କହେ ବର୍ଷାକୁ ଦେଖି

ନିଜ ବାଟ ବଦଳେଇ ଚାଲି ଯାଏ ହେଲେ ବର୍ଷା ଵି କୋଉ ଚୁପ

ରହିବା ଝିଅ ତାକୁ ପଚାରିବ ମୁଁ ତୁମକୁ ଭଲପାଏ ତୁମେ ପାଅ କି ନା ମୁଁ ଜାଣେନାହିଁ ହେଲେ ମୋ ମନକଥା ତୁମେ ଜାଣିବା ଦରକାର ବୋଲି ତାକୁ କହିବ କାହିଁକି ନା ଯଦି ନ କହିବ କିଏ ଯଦି କହିଦେଲା ସବୁ ଗଲା ବୋଲି ଜାଣିବାକୁ ହେବ l    

ମନରେ ସବୁକଥା ଭାବି ଆଜି କହିବାକୁ ସ୍ତିର କଲା ଉତ୍ତର ଯାହାବି ମିଳୁ ହେଲେ ମନକଥା ବାଦଲ ଜାଣିବା ଦରକାର l 

ସନ୍ଧ୍ୟା ହୋଇଯାଇଥିଲା ବାଦଲ ଜଣକ ଘରକୁ ଆସିଥିଲା ହେଲେ ବର୍ଷାର ମନ ବହୁତ ଖୁସି କେତେଦିନ ଧରି ଯାହା କହିବାକୁ ଭାବି ଥିଲା ଯାହା ହେଲେବି ଆଜି ଏତେ ସୁନ୍ଦର ସୁଯୋଗ କାହିଁକି ବା ଛାଡିବ ହେଲେ ବାଦଲ ବର୍ଷା କୁ ଦେଖିକି ଚାଲିଯିବାକୁ ବାହାରୁଥିଲା l  

ବର୍ଷା ତା ପଛରେ ଯାଉ ଥିଲା କହିଲା ଟିକେ ଶୁଣ ବାସ ଏତିକି

କଥାରେ ବାଦଲ କୁ ଯେମିତି ଦୁନିଆ ସାରା ଭୟ କଣ କହିବ କାହିଁକିନା କାଲି ବାଦଲ ତାକୁ ଚାହିଁକି ହସୁଥିଲା ବୋଧେ ସେହି

ବିଷୟରେ କିଛି କହିବ ତେଣୁକରି ବୋହୁତ ଡର ଵି ଲାଗୁଥିଲା

କଣ କରିବ ବାଧ୍ୟ୍ୟ ହୋଇ ସେଠି ଠିଆ ହେଲା ବର୍ଷା ପଚାରିଲା

କିଛି କହିବି କାହାକୁ କହିବନିତ ହଁ ଶୁଣ ବୋହୁତ ଦିନ ହେଲା

କିଛି କହିବାକୁ ଭାବୁଛି l ବାଦଲ ଏତିକି ଶୁଣିକି ଟିକେ ଶାନ୍ତିରେ ନିଶ୍ୱାସ ମାରିଲା କହିଲା କୁହ କାହାକୁ କିଛି କହିବିନି 

ବର୍ଷା କହିଲା ମୁଁ ତୁମକୁ ଭଲ ପାଏ l କାଳେ କାହାକୁ କହିଦେବ

ସେଥିପାଇଁ ମୁଁ ତୁମକୁ କିଛି କହି ନଥିଲି ସେତିକି ଶୁଣି ବାଦଲର

ଖୁସି କହିହେବନି ସତେ ଯେମିତି ଅନେକ ଦିନର ଖୋଜିବା ଜିନିଷ ମନକୁ ଆଖି ସାମ୍ନା କୁ ଚାଲି ଆସିଯାଇଛି l  

ଡେରି ନକରି ସେବି ବର୍ଷା ର ହାତରେ ହାତରଖି (l love you ) ମୁ ବି ତୁମକୁ ବହୁତ ଭଲ ପାଉଛି ରାଗିବ ବୋଲି କେବେ କହିବାକୁ ସାହସ କରିନି ଭାବିଥିଲି ସବୁଦିନ ତୁମକୁ ଭଲ ପାଇବି ମନର କଥାକୁ ମନରେ ରଖି ଦେବୀ କିନ୍ତୁ ତୁମକୁ କେବେ କିଛିବି କହିବିନି ମୁଁ ଜାଣିଛି ତମେ ବୋହୁତ ରାଗି ତୁମକୁ ସାମ୍ନାରେ ଦେଖିବାକୁ ଵି ମୋତେ ଡର ଲାଗେ ନିଜେ କୁହ ମୁଁ କେବେବି କହିପାରିବିନି ତୁମକୁ ଭଲ ପାଇବା କଥା l ଏକଥା ଶୁଣି ବର୍ଷା କେବଳ ବାଦଲକୁ ଚାହିଁକି ରହିଥିଲା କହିଲା ଯାହା ହେଉ ମାନିବାକୁ ପଡିବ କି ମଣିଷ ତୁମେ କେମିତି କହିପାରୁଛ କି କେବେବି କହିପାରି ନଥାନ୍ତ ବୋଲି l ଆରେ ହଁ ମୁଁ ସତ କହୁଛି ତମେ ଜାଣିନ ତମକୁ ଦେଖିଲେ ମୋତେ ଭୟ ଲାଗେ ବୋଲି ମୋତେ ତମ କଥା ଶୁଣି ହସ ଲାଗୁଛି ବୋଲି ବର୍ଷା କହିଲା l  ହସ ପଛେ କଥା ଟା କିନ୍ତୁ ପୁରା ସତ ଦୂରରୁ ଦେଖିକି ହସେ କିନ୍ତୁ ତୁମ ପାଖକୁ ଯିବାକୁ ମୋର ସାହସ ହୁଏ ନାହିଁ କାହିଁକି କେଜାଣି ? ଆଖି ଦୁଇ ଟିକୁ ଦେଖିଲେ ମୁଁ କିଛିବି କହି ପାରେନି କେବଳ ଭୟରେ ଥରୁଥାଏ ତମେ ଯେତେବେଳେ ମୋତେ ଡାକିଲ ଜାଣିନ ମୁଁ ଭାବିଲି କାଲି ତମକୁ ଦେଖିକି ହସୁଥିଲି ବୋଲି ତମେବୋଧେ ମୋତେ କିଛି ପଚାରିବ ହେଲେ ଏମିତି କିଛି ହେବ ବୋଲି ଜାଣିନଥିଲି l ବାଦଲ ବାବୁ କଣ ଏବେ ଡର ଲାଗୁନିକିବର୍ଷା ପଚାରିଲା ? ନା ଡରଲାଗୁନି ଖୁସି ଲାଗୁଛି ବୋହୁତ ଖୁସିଏମିତି ଲାଗୁଛି ଗୋଟାଏ ସିଡିରେ ମୁଁ ଏପଟରୁ ସେପଟକୁ ଉପରକୁ ଯାଉଛି ଓ ତଳକୁ ଓହ୍ଲାଉଛି l ଡର ଭୟ କିଛିବି ଲାଗୁନି କଣ ଡର ଛାଡିଲାକି ନା ଆଉ କିଛି ଅଛି ? ନା ଏବେ ମୁଁ ଖୁସି ଅଛି ମୁଁ ଯାହାକୁ ମନରେ ଭଲ ପାଇ ଥିଲି କହିବିନି ବୋଲି ଭାବିଥିଲି ଯେତେବେଳେ ସେ ଝିଅ ମୋତେ ଭଲ ପାଉଛନ୍ତି ବୋଲି କହୁଛନ୍ତି ତେବେ ମୋର ଆଉ କଣ ଦରକାର ଅଛି l ବୋହୁତ ଖୁସି ତମ ବିଷୟରେ ମୁଁ ସମସ୍ତ ଙ୍କୁ ପଚରିଥିଲି

ସମସ୍ତେ କହିଲେକି କି ତମେ ଭଲ ହେଲେ ବୋହୁତ ରାଗି ସେଥିପାଇଁ ତମକୁ କିଛିବି କହିବିନି ବୋଲି ଭାବିଥିଲି ଯଦିକାହାକୁ ବାହାହୋଇ ଯାଇଥିଲେବି କିଛିବି କହିନଥାନ୍ତି ? ହେ ଭଗବାନ କେମିତି ଗୋଟେ ମଣିଷକୁ ଭଲ ପାଇଛି ଯେ ମୁଁ କାହାକୁ ବାହାହେବି ସେ କେମିତି କହି ପାରୁଛନ୍ତି ? କହୁଛି କଣ ସତଛାତିରେ ପଥର ରଖି ରହିଥାନ୍ତି ହେଲେ ତମକୁ କହି ନଥାନ୍ତି ? ଭଲ ପାଉଛି ବୋଲି l ଏତିକି ଶୁଣି ବର୍ଷା ରାଗ କହି ହେବନାହିଁ ଦେଖ ବର୍ଷା ସମସ୍ତେ ତୁମପରି ନାହାନ୍ତି ମନେ ମନେ ଭଲ ପାଇ ସବୁଦିନ ମନର କଥାକୁ ମନରେ ରଖି ଦିଅନ୍ତି ହେଲେ ମୁଁ ଭାରୀ ଭାଗ୍ୟବାନ ମୋତେ ଭଗବାନ ବୋହୁତ ସୁନ୍ଦର ପ୍ରେମିକା ଟିଏ ଦେଇଛନ୍ତି l ଭାରୀ ସାହସୀ ଖୁବ ସୁନ୍ଦର ମନ ହେଲେ ସବୁ ଠିକରେ ଗୋଟିଏ ଖରାପ ଗୁଣ? ହଁ ସତରେ କଣ ଖରାପ ଗୁଣ ମୁଁବି ଜାଣିବା ଦରକାର ? ହଁ ସେଇଟା ହେଉଛି ତମ ରାଗ ମୋତେତ କାହିଁକି କେଜାଣି ଡର ଲାଗେ l ହେଉ ତେବେ ମୁଁ ଖରାପ ମୋତେ ଭଲ ପାଇବା ଦରକାର ନାହିଁ ଗୋଟେ କାମ କର ଆଉ ଗୋଟିଏ ଶାନ୍ତ ଝିଅ ଙ୍କୁ ଭଲ ପାଇବ ମୋପରି ରାଗି ଝିଅ ତମର କଣ ହେବ ଯାହା ହେଉ ମୁଁ ଏତେ ଖରାପ ବୋଲି ଜାଣି ନଥିଲି ଜଣେଇ ଥିବାରୁ ବୋହୁତ ଧନ୍ୟବାଦ ଆପଣଙ୍କୁ ?

ଦେଖିଲ ମୁଁ ସେଥିପାଇଁ କିଛି କହୁନଥିଲି ତେବେ ଏବେ କହିଲ

ଯଦି କହିଲ କାହିଁକି କହିଲ କୁହ କି ପ୍ରେମିକରେ ମୋର ଭଲ ପାଇବା ବିଷୟରେ କଥା ନହୋଇ ରାଗ ବିଷୟରେ କଥା ଚାଲିଛି ରାଗନି ରାଗନି ? ବାଦଲ କହିଲେ ନା କିଏକହିଲା ମୁଁ ବୋହୁତ ଖୁସି ତମେ ହଁ ତମର ସବୁଦିନ ରହିବି ମୋ ସହିତ ଏମିତି କଥା ହେଉଥିବ ରାଗିବନି 5କି 10 ମିନିଟ ରାଗିବ ହେଲେ ବେଶୀ ସମୟ ରାଗିବନି l ତମେ କଣ ଭାବୁଛ ମୁଁ ରହିପାରିବି ମୁଁ ପ୍ରଥମେ ମରିଯିବି କଥା ହେବି ତମଠାରୁ ଦୁରକୁ

ଯାଇପାରିବିନି love you ବାଦଲ l ମୁଁ ବି ତୁମକୁ ବୋହୁତ ଭଲ ପାଏ l love you ବର୍ଷା କି ମଣିଷ l ଏବେ କଣ କଲି

ତମେ ମୋତେ ଏମିତି ଧରି ଥିବ ନା ଗୋଟିଏ kiss ଟେ ଦେବ

ବର୍ଷା କହିଲା l ମୁଁ ଦେବୀ . ନା ତମେ ନୁହେଁ ଆଉ କାହାକୁ

ମାଗିବିକି ନା ବର୍ଷା ମୁଁ ଦେବୀ ଦେଉନ କଣ ତାପାଇଁ ବାର ନକ୍ଷତ୍ର ବାହାର କରିବି ? ବାଦଲ ବର୍ଷା ଙ୍କୁ ନିଜ ହାତରେ ଭିଡି ଧରି ଖୁବ ସୁନ୍ଦର kiss ଟିଏ ଦେଲା ବର୍ଷା ର ରାଗ ଅଭିମାନ

ସବୁ କୁଆଡେ ହଜିଗଲା ଆଖି ଦୁଇଟି ଲାଜରେ ଲାଜେଇ ଯାଉଥାଏ l ଦୁଇଟି ପ୍ରେମୀ ପରସ୍ପର ପ୍ରେମରେ ହଜିଯାଇଥିଲେ

ଓ ଆରମ୍ଭ ହୋଇଥିଲା ନୂଆ ଏକ ପ୍ରେମ କାହାଣୀ l


Rate this content
Log in

Similar oriya story from Romance