puja pradhan

Romance Tragedy Inspirational

4  

puja pradhan

Romance Tragedy Inspirational

ଆମରି ଏ ପ୍ରେମ

ଆମରି ଏ ପ୍ରେମ

5 mins
338


ପ୍ରେମ ଏମିତି ଗୋଟିଏ ଶବ୍ଦ l ଜୀବନରେ ସମସ୍ତେ ସେଥିରେ

ନିଶ୍ଚୟ ପଡ଼ିଥିବେ l ଜଣେ ଜଣେ କୁହନ୍ତି ନା ଆମେ କେବେ ପ୍ରେମ କରିନୁ କିସେ ସବୁରେ ଆମର କିଛି ବି ସମ୍ପର୍କ ନାହିଁ l  

ସତରେ କହିଲେ ସେମିତି କଣ କେବେ ହୋଇଛି ନା ହେବ l  

ଭଗବାନ ପ୍ରେମ ନାମକ ଶବ୍ଦକୁ ସବୁଠାରୁ ଉଚ୍ଚ ରେ ରଖିଛନ୍ତି l ତେବେ ଯେଉଁମାନେ ନା ବୋଲି କହୁଛନ୍ତି l କାହାକୁ ଠକୁଛନ୍ତି

ମୋତେ ନା ଆପଣଙ୍କୁ ନା ନିଜକୁ କାହା ଆଗରେ ନ କହିଲେବି l ନିଜ ପାଖରେ କେବେବି ଲୁଚେଇ ପାରିବେନି କି କାହାକୁ ପ୍ରେମ କରିନଥିବେ ବୋଲି କଣ ସତ କହୁଛିକି ମିଛ ପଢୁଥିବା ଲୋକ ନିଶ୍ଚୟ ଜାଣି ପାରୁଥିବେ l ପ୍ରେମ ଯେବେ ହୁଏ ନିଜ ମହକରେ ଚାରିଆଡ଼କୁ ମହାକାଇ ଦେଇଥାଏ ରଙ୍ଗ ନଥିଲେବି କାହିଁକି କେଜାଣି ସବୁଆଡ ରଙ୍ଗରେ ଭାରୀ ଯାଏ l ସେ ଅନୁଭୁତି ସବୁ ଅନୁଭୁତି ଠାରୁ ଦାମିକା ସବୁ ସ୍ମୃତି ସେ ସ୍ମୃତି ଆଗରେ ଫିକା ପଡିଥାଏ l ଗୋଟିଏ ଚାହାଣୀ ମନକୁ ସବୁଦିନ ପାଇଁ ଚୋରି କରି ନେଇଯାଏ l ଆମ ଅଜାଣତରେ ମନଟି କାହା ପ୍ରେମରେ ପଡ଼ିଯାଏ l ସେକଥା ଆମେବି ନିଜେ ଜାଣିପାରିବାନି l ଜାଣିଛନ୍ତି ମୁଁ ମୋ ନିଜ ବିଷୟରେ କିଛି କହିବାକୁ ଯାଉଛି l ମୋ କଥା କାହିଁକି ଶୁଣିବେନିକି ମୋ ସ୍ମୃତି ଏମିତି ଜୀବନର ଗୋଟିଏ ପୃଷ୍ଠା ଯାହାକୁ ବାରମ୍ବାର ପଢିବାକୁ ଭଲ ଲାଗୁଥାଏ l ସେହି ଜଣକ କାହିଁକି କେଜାଣି ଗୋଟିଏ ଦେଖାରେ ସବୁଦିନପାଇଁ ମୋ ମନକୁ ମୋଠାରୁ ଚୋରାଇ ନେଇଥିଲେ l ଆଉ ମୁଁ ସବୁଦିନ ପାଇଁ ତାଙ୍କୁ ମୋ ଜୀବନର ସବୁକିଛି ମାନିନେଇ ଥିଲି l ସେଦିନ କଥା କହିଲେ ଆଜିବି କାହିଁକି କେଜାଣି ଓଠ ରେ ସୁନ୍ଦର ହସଟିଏ ଚାଲି ଆସୁଛି l ସେଦିନ ସମୟ ପ୍ରାଏ ଚାରି ରୁ ପାଞ୍ଚ ଟା ଭିତରେ ହେବ ମୁଁ ବାରିପଟରେ ଥାଏ l ପିଲା ଦିନରୁ ମୁଁ ପଶୁ ପକ୍ଷୀ ମାନଙ୍କୁ ବୋହୁତ ଭଲ ପାଉଥାଏ l ସେଦିନବି ପଡିସା ଘରର

ଗୋଟିଏ ସୁନ୍ଦର ବିଲେଇ ଆମ ବାରିପଟକୁ ଆସିଥିଲା l ମୁଁ ବି

ତାକୁ ଧରି ମନଭରୀ ଗେଲ କରୁଥିଲି l ମୁଣ୍ଡ ଧୋଇଥିଲି ବୋଲି

ବୋଉ ବାଧ୍ୟ୍ୟକରି ତେଲ ଲଗାଉଥିଲା l ବାପା ବାହାରେ ବସିଥିଲେ ଚାହା କରିବାକୁ କହିଲେ ବୋଉ ମୋତେ ପାଟି କରୁଥାଏ l କି କାହିଁକି ସେ ବିଲେଇକୁ ଧରିଛି ବୋଲି ବାପା ଦେଖିଲେ ପାଟି କରିବେ ହେଲେ ମୋର କିଛିବି ଶୁଣିବାର ନାହିଁ l କେତେ ପ୍ରକାରର ଗୀତ ମୁଁ ଗାଇବାରେ ଲାଗିଛି l ସେତିକି ଭିତରେ ବୋଉର ଚାହାବି ସରି ଯାଇଥିଲା ବାରମ୍ବାର ବାପା ଙ୍କୁ

ଡାକୁଥିଲା l ହେଲେ ବାପା କଣ କଥା ହେଉଥିଲେ କେଜାଣି ଜମା ଆସିଲେନି ଏପଟେ ମୋରି ଉପରେ ଖାଲି ବୋଉର ରାଗ

କହିଲା ଟିକେ ଯାଉନୁ ଚାହା ଦେଇକି ଆସିବୁ ସେ ବିଲେଇ ସାଙ୍ଗରେ କେତେ ଗେଲ ହେଉଛୁ l ଶୀଘ୍ର ଯାଉନୁ ଚାହା ଥଣ୍ଡା

ହେଇଯିବ ମୋତେ କିନ୍ତୁ ଜୋରରେ ରାଗଲାଗୁଥିଲା l ମନା କରିଥିଲି ହେଲେ ଗୋଟାଏ କଥା ବାପାଙ୍କୁ ଚାହା ଦେଇକି ଆସ l  ବୋଉ ନ ଶୁଣିବାରୁ ଇଛା ନଥାଇବି ମୁଁ ଚାହା ଦେବାକୁ ଯିବାକୁ ବାହାରିଲି ବାପା ଦାଣ୍ଡ ପଟ ପାହାଚରେ ବସିଥିଲେ l ମୁଁ କହୁଥିଲି ବାପା ତମକୁ କଣ ଶୁଭୁନିକି ବୋଉ କେତେ ବେଳ ରୁ

ତମକୁ ଡାକୁଛି ତମେ ଜମାରୁ ଶୁଣୁ ନାହଁ l ବାପା କହିଲେ ମୁଁ କଥା ହେଉଛି ପଛରେ ଚାହା ପିଇବି ମୁଁ ଆମରି ଗ୍ରିଲ ପାଖରେ ଛିଡା ହୋଇଥିଲି l ଏପଟ ସେପଟକୁ ଚାହୁଁଥିଲି ଯେତେବେଳେ

ମୁଁ ସାମ୍ନାରେ ଥିବା ଘରକୁ ଚାହିଁଲି ବାପା ଯାହାସହିତ କଥା ହେଉଥିଲେ ସେ ବସି ଥିଲେ l ତାଙ୍କ ପାଖରେ ଜଣେ ଛିଡା ହୋଇଥିଲେ l ଯେମିତି ତାଙ୍କୁ ଚାହିଁଛି ସେ ପ୍ରଥମେ ମୋତେ ଦେଖିକି ହସୁଥିଲେ l ଭାରୀ ଜୋରରେ ରାଗଲାଗିଲା କି

ମୋତେ କଣ ପାଇଁ ଚାହିଁକି ହସିଲେବୋଲି ?? ମୁହଁ ବୁଲେଇ ଏପଟକୁ ଚାହିଁଲି ପୁଣି ଥରେ କାହିଁକି କେଜାଣି ସେପଟକୁ ଟିକେ

ଚାହିଁଦେଲି ଦେଖିଲି ସେପୁଅ ପିଲା ଜଣକ ମୋତେ ପୂର୍ବପରି ଚାହିଁକି ହସୁଥିଲେ ଏଥର ବି ଟିକେ କମ ରାଗରେ ମୁହଁ ଫେରେଇ ଆଣିଥିଲି ? ହେଲେ ତୃତୀୟ ଥର ତାଙ୍କୁ ଦେଖିଲି ସେସେମିତି ଚାହିଁ ହସୁଥିଲେ ଏଥର ଆଉ ଜମାରୁ ମୁହଁ ଫେରେଇ ପାରିଲିନି କି ତାଙ୍କ ଉପରେବି ରାଗି ପାରିଲିନି ତାଙ୍କୁ ଦେଖିକି କାହିଁକି କେଜାଣି ମୋ ଆଖି ଦୁଇଟି ଫେରେଇ ପାରିଲିନି ତାଙ୍କ ଆଖିରେ ଆଖି ମିଶିବାରୁ ମୋ ଆଖି ଦୁଇଟି ଲାଜରେ ଲାଜେଇ ଯାଉଥିଲା l  ତାଙ୍କୁ ଦେଖିକି କେମିତି କେଜାଣି ହସି ଦେଇଥିଲି l ମନକୁ ସବୁଦିନ ପାଇଁ ତାଙ୍କ ପାଖରେ ହଜାଇଦେଇଥିଲି l ମୁଁ ନିଜେବି ଜାଣିପାରିଲିନି ମୋର କଣହୋଇଯାଇଛି l ଯେମିତି ଲାଗିଲା ମୋ ଚାରିପଟରେ ଗୋଟେ ଥଣ୍ଡା ପବନ ମୋତେ ଛୁଇଁ ଛୁଇଁ ଯାଉଛି ? ସେହି ଦିନଠାରୁ ସବୁବେଳେ ମୋତେ ତାଙ୍କ କଥା ମନେ ପଡେ କେବଳ ଭାବନାରେ ମୋର ସବୁ ସମୟ ବିତେ l  

ମନକୁ ମନ ପ୍ରଶ୍ନ କରେ ଖାଲି ପ୍ରଶ୍ନ ଉତ୍ତର ଦେବା ଲୋକର ଦେଖା ହିଁ ନାହିଁ l ମୋତେ ଲାଗେ କାହିଁକି ମୁଁ ବାହାରକୁ ଆସିଲି

ତାଙ୍କୁ ଦେଖିଲି କାହିଁକି କେଜାଣି ସେହିଦିନରୁ ଯେମିତି ମୋର କିଛି ଗୋଟାଏ ହଜିଯାଇଛି l ହେଲେ ମୁଁ କାହାକୁବି କିଛି କହି ପାରୀ ବିନି ମୋର ଏମିତି ଭାବିବା ହୁଏତ ତାଙ୍କୁ ଖରାପ ଲାଗିବ

କେତେ କେତେ କଥା ଭାବୁଥିଲି l ସତରେ କଣ ମୋର ହୋଇଛି ୟାକୁହିଁ ପ୍ରେମକହନ୍ତି କାହିଁକି ମୁଁ ତାଙ୍କ କଥା ସବୁଦିନ ଭାବୁଛି ଯେତେ ଭିଡରେ ଥିଲେବି ମୁଁ ଯେମିତି ଏକା ଅଛି କାହିଁକି ମୋତେ ଏମିତି ହେଉଛି ଜାଣିବି ପାରୁନି ? ଥରେ ଥରେ ମନ ହୁଏ ସେ ଥରେ ଦେଖା ହୁଅନ୍ତେନି କେତେ କଣ ପଚାରି ବି l  ବେଶୀ ନହେଲେବି ସେ କଣ ମୋ ବିଷୟରେ କିଛି ଭାବନ୍ତି କି ବାସ ଏତିକି ପଚାରିବି ହେଲେ ସେ ଆସୁ ନାହାନ୍ତି ? ତାଙ୍କୁ ଅପେକ୍ଷା କରି ଚାଲି ଥାଏ ମୋତେତ ଲାଗୁଥିଲା ହୁଏତ ଦିନ ହିଁ ସ ରୁନି l କେତେ ଦିନ ପରେ ସେ ଆସିଲେ ମୋତେ ନିଜ ଆଖିକୁ ବି ବିଶ୍ୱାସ ହେଲାନି ହେଲେ ସେ ମୋ ଆଗରେ ଛିଡା ହୋଇଥିଲେ ତାଙ୍କୁ ଦେଖିକି ମୁଁ କେତେ ଖୁସି କହିବି ପାରିବିନି

ଯେମିତି ମୋର ସବୁଠାରୁ ଦାମିକା ହଜିଲା ଜିନିଷ ହୁଏତ ମୋତେ ମିଳିଯାଇଛି l କେତେକଣ ପଚାରି ବାକୁ କହୁଥିଲି ହେଲେ କାହିଁକି କେଜାଣି କିଛିବି କହି ପାରିଲିନି ?  

 ତାଙ୍କୁ ଦେଖିଲେ ହସିଦିଏ ଓ ମନ କଥା ମନରେ ରହିଯାଏ l  

 ବୋହୁତ ଦିନ ଯାଏ ଏମିତି ରେ ଦିନ ଗୁଡିକ ବିତିଯାଏ l ସେବିକେମିତିକା ମଣିଷ କେଜାଣି ଖାଲି ଚାହିଁବେ ହେଲେ କିଛି

 କହିବେନି କଣ ମନକୁ ଭାବନ୍ତି ? ଚାହୁଁଥିବେ ମୁଁ ଚାହିଁଲେ ସାଙ୍ଗେ ସାଙ୍ଗେ ମୁହଁ କୁ ତଳକୁ କରି ଚାଲିଯିବେ ଯେମିତି ମୋତେ ଜାଣି ହି ନାହାନ୍ତି l ଥରେ ଥରେ ରାଗ ଲାଗେ ସେ କାହିଁକି ସବୁ ଜାଣି କଣପାଇଁ ସେ ଏମିତି ରୁହନ୍ତି ? ହେଲେ ମୁଁ ତାଙ୍କ ପାଇଁ ଯାହା ମନରେ ଭାବୁଛି ସେ କଣ କିଛି ଭାବୁନାହାନ୍ତି ଯଦିବି ଏମିତି ହେଲା ତେଵେତ ମୋ ଭଲପାଇବା ତାଙ୍କ ଲାଗି କିଛିବି ମୂଲ୍ୟ ରଖେନି କଣ କରିବି ବୁଝିପାରୁନି ଏମିତି ଭାବିବାରେ ବୋହୁତ ଦିନ ଚାଲିଯାଇଥିଲା l ମନକୁ ମନ ବୋହୁତ କାନ୍ଦିଛି କାହାକୁ କିଛି କହିବାକୁ ସାହସ ବି ହେଉନି ଶେଷରେ ଭାବିଲି ସେକୁହନ୍ତୁ l କି ନକୁହନ୍ତୁ ହେଲେ ମୋ ମନରେ ମୁଁ ତାଙ୍କ ପାଇଁ କଣ ଭାବୁଛି ଯେମିତି ହେଲେବି କହିବି ଯଦି ସେମୋପାଇଁ କିଛିବି ଭାବୁଥିବେ କହିବେ ନହେଲେ ଯଦି ଭାବିବେ କେତେ ବାଜ୍ୟ ଝିଅ ବୋଲି ? ସେ ଯାହା କହିବେ କୁହନ୍ତୁ ମୋର କିଛି ଜାଣିବାରନାହିଁ l ଯଦି ମୋ ଭଲପାଇବା ସେତିକି ହୃଦୟରୁ ଥିବ ତେବେ ତାଙ୍କ  ମନରେ ନିଶ୍ଚୟ ମୋ ପାଇଁ କିଛିବି ଅନୁଭବ ହେଉଥିବ କିଛିବି ତ  କହିବେନା ମୋତେ ସେତିକି ହିଁ ଜାଣିବାର ଥିଲା ମୋ ମନର କଥା ତାଙ୍କ ପର୍ଯ୍ୟନ୍ତ ପହଞ୍ଚିବ ? ମୁଁ ସେତିକି ଚାହେଁ ବାସ l ତାପରେ ଠାକୁର ଇଛା l କେତେ ଦିନ ପରେ ଏମିତି ଗୋଟିଏ ଦିନ ମୁଁ ତାଙ୍କୁ ଭଲ ପାଇବା କଥା କହିଥିଲି ସେବି ମୋତେ ଭଲ ପାଉଛନ୍ତି ବୋଲି କହିଥିଲେ ସେଦିନ ମୁଁ କହିବି ପାରିବିନି କେତେ କେତେ ଖୁସି ଜାଣିପାରୁଥିବେ ମୋତେ କେମିତି ଲାଗୁଥିବ l  


ସେକିଛି କହିନଥିଲେ ହୁଏତ ମୁଁ ତାଙ୍କୁ ରାଗିବି କି ଆଉକଣ କହିବି ସେ ଭଲ ପାଉଥିଲେ ହେଲେ କହି ପାରୁନଥିଲେ

ହେଲେ ପ୍ରେମ ଏମିତି ଗୋଟିଏ ନା ଟିକେ ଡେରି ପଛେ ହେଉ l 

ସେକିନ୍ତୁ ତା କାମ ଠିକ କରିଛି l ପ୍ରେମ ଯିଏ କରିଛି ସେ ନିଶ୍ଚୟ ଜାଣିପାରୁଥିବ ସେ କଷ୍ଟ ସେ ଯନ୍ତ୍ରଣା କେମିତି ହୋଇଥିବ

ଏକଥାକୁ ବୋହୁତ ବର୍ଷ ହେଲାଣି ହେଲେବି ଯେମିତି ମୋତେ ଲାଗେ କେତେ ସୁନ୍ଦର ଥିଲା ସେଦିନ ଗୁଡିକ ବୋହୁତ ସୁନ୍ଦର

ଯେତେବେଳେ ମଧ୍ୟ ସେ କଥା ମନ ପଡିଲେ ଓଠ ରେ ହସ

ଖେଳିଯାଏ l ହଁ ଏହିଁ ହେଉଛି ପ୍ରେମ ଯେ ସବୁଦିନ ସେମିତି

ରହିଛି ରହିବ ରହିଥିବ ତାଙ୍କ ମନରେ ମୋ ଭଲପାଇବା ଓ

ମୋ ମନରେ ତାଙ୍କ ପାଇଁ ସେ ଭଲପାଇବା ସେମିତି ରହିଥିବ

ସବୁଦିନ ଓ କହିଚାଲିଥିବ ଆମ ପ୍ରେମର ସେ ଅଭୁଲା କାହାଣୀ

ଯାହାକି ଆରମ୍ବ ହୋଇଛି ଦୁଇ ଟି ଆଖି ମିଶିବାରେ ଶେଷ ହେବ ପୁଣି ନିଶ୍ୱାସରେ l ମୋ ଆଖିରେ ତୁମେ ମୋ ନିଶ୍ୱାସ ରେ ତୁମେ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋ ମୋ ବିଶ୍ୱାସ ରେ ତୁମେ ରହିଥିବ l  ସାରାଜୀବନ ଆମ ପ୍ରେମ ଆମ ଦୁହିଁକୁ ବାନ୍ଧି ରଖିଥିବ l


Rate this content
Log in

Similar oriya story from Romance