Pradeep Kumar Panda

Children Stories Inspirational Children

4.5  

Pradeep Kumar Panda

Children Stories Inspirational Children

ସ୍ନେହମୟୀ ମାଆ

ସ୍ନେହମୟୀ ମାଆ

2 mins
16


ଏକ ମଧ୍ୟବିତ୍ତ ପରିବାରର ବାଳକ ଦଶମ ପରୀକ୍ଷାରେ ୯୦% ମାର୍କ ରଖିଥିଲା I ଯେତେବେଳେ ବାପା ମାର୍କ ସିଟ୍ ଦେଖିଲେ I ଖୁସିରେ ତାଙ୍କ ପତ୍ନୀଙ୍କୁ କହିଲେ ... " ଶୁଣୁଛ .... ଆଜି ଖିରି କିମ୍ବା ମିଠା କିଛି ତିଆରି କର । ଜାଣିଛ, ପରୀକ୍ଷାରେ ଆମ ପୁଅ ୯୦% ନମ୍ବର ପାଇଛି .."

ମାଆ ରୋଷେଇ ଘରୁ ଦୌଡ଼ି ଆସି କହିଲା… " ସତ…! କାଇଁ, ମୋତେ ଦେଖେଇଲ ସେ କାଗଜଟା ..." 

ଏହା ଶୁଣି ପୁଅ ବାପାଙ୍କୁ କହିଲା ... ... " କଣ ବାପା, ତୁମେ କାହାକୁ ମାର୍କସିଟ୍ ଦେଖାଉଛ ? ସେ କଣ ପଢି ପାରିବ ? ସେ ତ ପଢିନି ... "

ଲୁହ ଭରା ଆଖିକୁ କାନିରେ ପୋଛି ମାଆ ଚୁପଚାପ୍ ରୋଷେଇ ଘରକୁ ଚାଲିଗଲା ... 

ବାପା କିନ୍ତୁ ମାଆର ସେ ଅନ୍ତରର କୋହ ବୁଝି ପାରିଥିଲେ ... ତା’ପରେ ସେ ସଙ୍ଗେସଙ୍ଗେ ପୁଅ କଥାରେ ଯୋଡି କରି କହିଲେ ... " ହଁ ପୁଅ, ତୁ ଠିକ୍ କହିଛୁ। ପୁରା ଠିକ୍ ... ତୁ ପେଟରେ ଥିଲାବେଳେ, ତୋ ମାଆ କ୍ଷୀରକୁ ବିଲକୁଲ ପସନ୍ଦ କରୁନଥିଲେ ବି ତୋତେ ସୁସ୍ଥ ରଖିବା ପାଇଁ ତୋ ମାଆ ନଅ ମାସ ପ୍ରତିଦିନ କ୍ଷୀର ପିଇଥିଲା । କାରଣ ତୋ ମାଆ ଅଶିକ୍ଷିତ ଥିଲା ନା ବୋଧହୁଏ ସେଥିପାଇଁ !

ଯେତେବେଳେ ତୋତେ ସକାଳ ସାତଟାରେ ସ୍କୁଲ ଯିବାକୁ ପଡିଲା, ସେ ସକାଳ ପାଞ୍ଚଟାରେ ଉଠୁଥିଲା । ତୋର ମନ ପସନ୍ଦର ପ୍ରିୟ ଜଳଖିଆ, ଟିଫିନ ଯେ ତିଆରି କରିବାର ଥିଲା I ଜାଣୁ କାହିଁକି ? କାରଣ ସେ ଅଶିକ୍ଷିତ ଥିଲା ।

ତୁ ରାତିରେ ପଢି ପଢି ଶୋଇପଡୁଥିଲୁ, କିନ୍ତୁ ସେ ଜଗି ବସେ । ଶୋଇବା ପରେ ତୋ ଖାତା ଏବଂ ବହି ବ୍ୟାଗରେ ରଖି ଦିଏ, ତା’ପରେ ତୋତେ କମ୍ବଳରେ ଘୋଡାଇ ଦେଉଥିଲା ଏବଂ ତାପରେ ଯାଇ ଶୋଉଥିଲା । ତୁ ଜାଣିଛୁ କାହିଁକି ...? କାରଣ ସେ ଅଶିକ୍ଷିତ, ସେଥିପାଇଁ .....

ପିଲାଦିନେ, ତୁ ଅଧିକାଂଶ ସମୟରେ ଅସୁସ୍ଥ ରହୁଥିଲୁ ... ଆଉ ସେ ରାତି ରାତି ଜଗି ଅନିଦ୍ରା ରହୁଥିଲା । ପୁଣି ସକାଳୁ କାମରେ ଲାଗି ଯାଉଥିଲା .... ଜାଣିଛୁ କାହିଁକି .... ସେ ଅଶିକ୍ଷିତ ଥିଲା ନା ସେଥିପାଇଁ !

ତା ପୁଅ ବ୍ରାଣ୍ଡେଡ୍ ପୋଷାକ ପିନ୍ଧିବ ବୋଲି ମୋ ପଛରେ ପଡି ଯାଉଥିଲା, ଆଉ ନିଜେ ବର୍ଷ ସାରା ସେଇ ଗୋଟିଏ ଶାଢୀରେ ରହୁଥିଲା । କାରଣ ସେ ପ୍ରକୃତରେ ଅଶିକ୍ଷିତ ଥିଲା, ନୁହେଁ କି ?

ପୁଅ .... ଶିକ୍ଷିତ ଲୋକ ପ୍ରଥମେ ନିଜର ସ୍ୱାର୍ଥ ଏବଂ ମତଲବ ଦେଖନ୍ତି । କିନ୍ତୁ ତୋ ମାଆ ଆଜି ପର୍ଯ୍ୟନ୍ତ କେବେ ଦେଖିନି... କାରଣ ସେ ଅଶିକ୍ଷିତ ନା ?

ତୋ ମାଆ ଖାଇବା ରାନ୍ଧି ଆମକୁ ପରସି, ବେଳେବେଳେ ନିଜେ ଖାଇବାକୁ ଭୁଲିଯାଏ । କାରଣ... ହଁ, ତୋ ମାଆ ଅଶିକ୍ଷିତ ... ଆଉ ମୁଁ ତୋ ମାଆ ପାଇଁ ଗର୍ବିତ ।"

ଏସବୁ ଶୁଣି ପିଲାଟି କାନ୍ଦିବାକୁ ଲାଗିଲା ଏବଂ ତା ମାଆକୁ କୁଣ୍ଢେଇ ଧରି କହିଲା ... "ମାଆ ... ମୁଁ କାଗଜରେ ତ ୯୦% ନମ୍ବର ଆଣିଛି, କିନ୍ତୁ ତୁ ମୋ ଜୀବନକୁ ୧୦୦% କରିଥିବା ପ୍ରଥମ ଶିକ୍ଷକ ! ମୁଁ ଆଜି ୯୦% ନମ୍ବର ପାଇବି ଅଶିକ୍ଷିତ, ହେଲେ ତୁମ ପାଖରେ Ph.D. ଆଉ ଉଚ୍ଚ ଡିଗ୍ରୀ ଅଛି । କାରଣ ଆଜି ମୁଁ ମୋ ମାଆ ଭିତରେ ଲୁଚି ରହିଥିବା.. ଡାକ୍ତର, ଶିକ୍ଷକ, ଓକିଲ, ଡ୍ରେସ୍ ଡିଜାଇନର୍, ସର୍ବୋତ୍ତମ କୁକ୍'ର ଦର୍ଶନ ପାଇଲି । ମୋତେ କ୍ଷମା କର ମାଆ ... ମୋତେ କ୍ଷମା କର....."

ମାଆ ତୁରନ୍ତ ନିଜ ପୁଅକୁ ଉଠାଇ ଛାତିରେ ଲଗାଇ କୁଣ୍ଢେଇ ଧରି କହିଲା ... "ପାଗଳାଟା... ଆଜି ଭଳି ଖୁସିର ଦିନରେ କଣ କାନ୍ଦନ୍ତି ! ଚାଲ୍ ହସ ..." ଆଉ ତାକୁ ଗେଲ ବି କଲେ ।

ଦୁନିଆର ସମସ୍ତ ମାଆ’ଙ୍କୁ ଉତ୍ସର୍ଗୀକୃତ


Rate this content
Log in