Satyabati Swain

Children Stories

4  

Satyabati Swain

Children Stories

ଯଦା ଯଦା ହି ଧର୍ମସ୍ୟ

ଯଦା ଯଦା ହି ଧର୍ମସ୍ୟ

3 mins
381



ଅଭିଶାପ ଗ୍ରସ୍ତ ହେଲେ ବିଷ୍ଣୁଙ୍କ ଦ୍ୱାର ପାଳ ଜୟ ଓ ବିଜୟ। ତିନିଥର ବିଷ୍ଣୁଙ୍କ ଶତ୍ରୁ ଓ ସାତ ଥର ବିଷ୍ଣୁଙ୍କ ଭକ୍ତ ହୋଇ ପୃଥିବୀ ପୃଷ୍ଠରେ ଜନ୍ମ ନେବେ।


  ତିନିଥର ଶତ୍ରୁ ଜନ୍ମରୁ ପ୍ରଥମ ଜନ୍ମ ହିରଣ୍ୟକଶ୍ୟପୁ ଓ ହିରଣ୍ୟାକ୍ଷ ରାକ୍ଷସ ହୋଇ ଜନ୍ମ ନେଇଥିଲେ। ଦୁହେଁ ଥିଲେ ପ୍ରବଳ ପ୍ରତାପୀ ଏବଂ ନିଷ୍ଠୁର ପ୍ରବୃତ୍ତିର। ହା ହା କାର ସୃଷ୍ଟି କରିଦେଇ ଥିଲେ ସୃଷ୍ଟି ରେ।


   ହିରଣ୍ୟକଶ୍ୟପୁ ଓ ପ୍ରହ୍ଲାଦ କଥା ତ କହି ସାରିଛ ଜେଜେ ଆଜି ହିରଣ୍ୟାକ୍ଷ କଥା କୁହ।


ଖରା ଛୁଟି।


    ପାରି ହେବନି ଏ ମାଙ୍କଡ ପଲଙ୍କୁ।ଶହଶହ ସଂଖ୍ୟାରେ ଆସି ତୋଟାରେ ହାଜର ।


   ଆମ୍ବ ତୋଟା ଜଗିଛନ୍ତି ଜେଜେ ଓ ଅଂଶୁ। କି ସୁନ୍ଦର ବାଇଗଣ ପଳେଇ, ତୋତପୁରୀ, କଲମ୍ବୀ ଓ ସୁନ୍ଦରୀ ଆମ୍ବରେ ଏ ବର୍ଷ ତୋଟା ହସୁଛି ।କିନ୍ତୁ ମାନଙ୍କ ପଲ ଭାରି ଉତ୍ପାତ କରୁଛି। ଯାହା ଖାଉଛନ୍ତି ତ ଖାଉଛନ୍ତି ଡାଳ ଭାଙ୍ଗି ଟିକେ ଟିକେ ଖଣ୍ଡିଆ କରି ଗଦା କରୁଛନ୍ତି ଗାଡି ଗାଡି। ଏଗାର ବର୍ଷ ତଳେ ଜେଜେ କୃଷି ବିଶାରଦଙ୍କ ସହ ପରାମର୍ଶ କରି ପୋଖରୀ ଉପରେ ଏ ଆମ୍ବ ତୋଟାଟି କରିଥିଲେ। ଦୁଇ ଶହ ଏଗାର ଗଛରୁ ବଂଚିଲେ ଏଗାର । ଚାରି ବର୍ଷ ହେବ ଖୁବ୍ ଫଳୁଛନ୍ତି ଗଛ ଗୁଡିକ । ନିଜେ ଖାଇ,ସାଇଭାଇରେ ବାଂଟିଲା ପରେ ବି ଭଲ ଦୁଇ ପଇସା ରୋଜଗାର ଦେଉଛି ଏ ତୋଟା ପ୍ରତି ବର୍ଷ। ହେଲେ ଏ ମାଙ୍କଡ଼ଙ୍କ ମୁହଁରୁ ଆମ୍ବ ବଞ୍ଚିଲେ ତ।ଭାରି ପାର୍ଦୁଭାବ କରୁଛନ୍ତି ଏ ବର୍ଷ । ଖାଅନ୍ତେ ହେଲେ ଖାଲି ନଷ୍ଟ କରୁଛନ୍ତି ! ଦେହ ସାହୁ ନାହିଁ ବୋଲି ଜେଜେ ଓ ନାତି ଜଗୁଛନ୍ତି ତୋଟା।


    ଝଙ୍କାଳିଆ ଆମ୍ବ ତୋଟା ଭିତରେ ସୁଲୁସୁଲୁ ପବନ।ତା ତଳେ ସଉପ ବିଛେଇ ବସିଛନ୍ତି ଜେଜେ। ପାଖରେ 

ବାଟୁଳି ଖଡା ଧରି ବସିଛି ଅଂଶୁ।ଅଂଶୁ ଷ୍ଟାଣ୍ଡର୍ଡ଼ ୱାନ୍ ଶ୍ରେଣୀ ଛାତ୍ର । ଜେଜେ ସହ ତାର ଭଲ ପଟେ।ଜେଜେ ତାକୁ ପୁରାଣ ,ମହାଭାରତ,ଗୀତା, ଇତିହାସ ଓ ମହାପୁରୁଷଙ୍କ କାହାଣୀ କୁହନ୍ତି। ସବୁଦିନେ ଗୋଟିଏ ଗୋଟିଏ କାହାଣୀ।ସମୟ ସରି ଯାଏ ; ଅଂଶୁ ବି ବେଶ୍ ଖୁସି ହୁଏ।


 ଜେଜେ ଏଥର ଗପ କୁହ ।


   ଜାଣିଛୁ ଅଂଶୁ ଯେତେବେଳେ ଆମ ପୃଥିବୀରେ ଅନ୍ୟାୟ ଅତ୍ୟାଚାର ଭାର ବଢ଼ିଯାଏ ସେତେବେଳେ ସ୍ୱୟଂ ଭଗବାନ ବିଷ୍ଣୁ ବିଭିନ୍ନ ରୂପ ନେଇ ଜନ୍ମ ନେଇ ପୃଥିବୀରୁ ପାପ ନାଶି ଶାନ୍ତି ପ୍ରତିଷ୍ଠା କରନ୍ତି। 


ସେଇ ଯେଉଁ ଦଶଅବତାର କଥା କହୁଥିଲ ?


  ହଁ ରେ ଅଂଶୁ।ଆଜି ବରାହ ରୂପ କଥା କହିବି।


ବରାହ !


ହଁ ମଣିଷ ଶରୀର ବରାହ ମୁଣ୍ଡ।


ବାଃ ଚମତ୍କାର ତ !


  ଜୟ ଓ ବିଜୟ ନାମକ ଦୁଇ ଭାଇ ବିଷ୍ଣୁଙ୍କ ଦ୍ୱାରପାଳ ଥିଲେ।। ନିଜ କର୍ତ୍ତବ୍ୟରେ ଅବହେଳା ହେତୁ ସେ ଦୁହେଁ ଅଭିଶାପ ପାଇଥିଲେ । ତିନି ଥର ଵିଷ୍ଣୁଙ୍କ ଶତ୍ରୁ ଓ ସାତ ଥର ଭକ୍ତ ହୋଇ ପୃଥିବୀରେ ଜନ୍ମ ନେବେ। ଶତ୍ରୁ ରୂପେ ରାକ୍ଷସ ହୋଇ ଏତେ ଅନ୍ୟାୟ ଅତ୍ୟାଚାର କରିବେ ଯେ ଲୋକେ ତ୍ରାହି ତ୍ରାହି ଡାକ ଦେବେ। କାରୁଣିକ ଭକ୍ତର ଭଗବାନ ଲୋକଙ୍କ ଦୁଃଖ ସହି ନ ପାରି ଶାନ୍ତି ପ୍ରତିଷ୍ଠା ପାଇଁ ଧରାବତରଣ କରନ୍ତି ଏବଂ ତାଙ୍କରି ହସ୍ତରେ ମରି ଜୟ ଓ ବିଜୟ ଶାପ ମୁକ୍ତ ହୁଅନ୍ତି।


    ହିରଣ୍ୟକଶ୍ୟପୁ ଓ ହିରଣ୍ୟାକ୍ଷ ଦ୍ଵିତୀ ଓ କଶ୍ୟପ ଋଷିଙ୍କ ପୁଅ। ହିରଣ୍ୟକଶ୍ୟପୁ ପରେ ତା ସାନ ଭାଇ ହିରଣ୍ୟାକ୍ଷ ଯିଏ କି ବିଷ୍ଣୁଙ୍କ ବିଜୟ ନାମକ ଦ୍ୱାରପାଳ ଥିଲା ; ଅତି ଉଦ୍ଧତ ହେଲା।ସ୍ୱର୍ଗ ମର୍ତ୍ତ ଓ ପାତାଳ ତିନି ପୁରରେ ଭୟର କରାଳ ଛାୟା ଖେଳାଇ ଦେଲା। ଦେବତା ଓ ନର ମାନଙ୍କୁ ଧ୍ୱଂସ କଲା। ପୃଥିବୀକୁ ନେଇ ସମୁଦ୍ରରେ ଡୁବାଇ ଦେବାକୁ ମନସ୍ଥ କଲା । ସମୁଦ୍ର ରାଜା ବରୁଣ ତା ସହ ଯୁଦ୍ଧ କରି ପାରିଲେ ନାହିଁ । ବ୍ରହ୍ମା ବଳରେ ବଳିୟାନ ହିରଣ୍ୟାକ୍ଷକୁ ସ୍ୱର୍ଗ ମର୍ତ୍ତ୍ୟ କି ପାତାଳରେ ଏମିତି କେହି ନ ଥିଲେ ତାକୁ ପ୍ରତିରୋଧ କରିବାକୁ । ପୃଥିବୀ ରକ୍ଷା ନିମିତ୍ତ ବ୍ରହ୍ମା ସହ ଅନ୍ୟ ଦେବତା ମାନେ ଭଗବାନ ବିଷ୍ଣୁଙ୍କ ଆରାଧନା ଓ ତପସ୍ୟା କଲେ। ଶେଷରେ ଭଗବାନ ବିଷ୍ଣୁ ବରାହ ରୂପ ଧାରଣ କରି ହିରଣ୍ୟାକ୍ଷକୁ ମାରି ପୃଥିବୀ କୁ ରକ୍ଷା କରିଥିଲେ।


  ବାଃ ବାଃ ଭଲ ହେଲା ରାକ୍ଷସ ମଲା ଆମ ପୃଥବୀ ରକ୍ଷା ପାଇଲା ଜେଜେ। ଏ ଅସୁର ଗୁଡାକ ଭାରି ଖରାପ ନୁହେଁ ଜେଜେ ?


   ହଁ ଏପରି ପୃଥିବୀରେ ଧର୍ମ,ଶାନ୍ତି ଓ ସତ୍ୟ ପ୍ରତିଷ୍ଠା ପାଇଁ ଭଗବାନ ବିଷ୍ଣୁ ପୃଥିବୀ ପୃଷ୍ଠକୁ ବିଭିନ୍ନ ରୂପରେ ଆସିଥାନ୍ତି ।


   ଆରେ ଅଂଶୁ ଗପ ଶୁଣୁଶୁଣୁ ଶୋଇ ପଡ଼ିଲୁ କି ?

ବାଇଆ ଟା । 


Rate this content
Log in