Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ashisa Kumar Das

Inspirational

4.0  

Ashisa Kumar Das

Inspirational

ମାଆ

ମାଆ

1 min
731


ପଣତ ତୋହର କାଇଁ ଉଡିଗଲା 

ଉଡିଗଲା ପୁରା ଛାଇ

ଖରାରେ ସିଜୁଛି ବର୍ଷାରେ ଭିଜୁଛି

ସାହାରା ପାଇବା ପାଇଁ ।


ଜହ୍ନମାମୁଁ ଦେଖେ ନିତି ରାତି ହେଲେ

ଗୀତଟି ଶୁଣିବା ପାଇଁ

ଲୋତକରୁ ସିନା ଲୁହ ଖାଲି ଝରେ

ଗୀତର ମୂର୍ଚ୍ଚନା ନାହିଁ।


ଖାଇବାକୁ ବସେ ନିତି କଂସା ପାସେ

ଭୋକତ ମରିବା ପାଇଁ

ପେଟ ସିନା ପୂରେ ଲାଳସା ନ ମରେ

ଉଦ୍ଦୀପନା ଜମା ନାହିଁ ।


ଶାନ୍ତନା ଦିଅନ୍ତି ସବୁ ଲୋକ ସତ

ମନକୁ ବୁଝିବା ପାଇଁ

ଅନ୍ତର ହୃଦୟ ନ ବୁଝି ପାରଈ

ତୃପ୍ତି ଜମା ମିଳେ ନାହିଁ।

ବ

ଫେରିଆସ ମାଆ ମୋର ପାଶେ ଆଜି

କରିବିନି ଜମା ଅଳି

ଆଦେଶକୁ ତୁମ ସବୁ ମାନିନେବି

ମଥାରେ ଚନ୍ଦନ ବୋଳି । 


             



Rate this content
Log in

Similar oriya poem from Inspirational