Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Romance

4.0  

Kalpana Kumari Pradhan

Romance

ଅତିଥି

ଅତିଥି

1 min
433


ଅବାଞ୍ଛିତ ଅତିଥି ଟେ ସାଜି

   ଆସିଥିଲ ଜୀବନ ରେ l

କୁଆଁରୀ ମନେ ବସାଟେ

   ବାନ୍ଧିଥିଲ ନିରୋଳା ରେ l

ଅଢେଇ ଦିନର ସମ୍ପର୍କ

   ଥିଲା ତୁମ ପାଇଁ ସେତ l

ତୁମ ଆଗମନେ ଉତଫୁଲିତ ପ୍ରାଣ

   ଲଭିଛି କି ମନର  ମିତ l

ଶରତ ର ଚନ୍ଦ୍ର ଗଗନେ ହସଇ

   ଢାଳି ରୂପେଲି କିରଣ l

ମନ ଆକାଶରେ ତୁମରି ଚେହେରା

  ମନ ଲୋଭା ସେ ଚାହାଣୀ l

ଯାଯାବର ମନ ତୁମ ମୋପାଇଁ

     କାହିଁ ପଥ ହୁଡ଼ିବ l

ପ୍ରେମ ଉପଵନେ ପ୍ରୀତିର ସୁଗନ୍ଧ

   ଭରି ସାଥେ କି ହସିବ!

ଫେରିଗଲ ତୁମେ ତୁମରି ପଥରେ

    ରହିଛି ବାଟ ଚାହିଁ l

ଦିନ ପରେ ଦିନ ବିତିଯାଏ ସିନା

   ଭୁଲି ହୁଏ ନାହିଁ l



Rate this content
Log in

Similar oriya poem from Romance