Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Others Children

4.5  

Gyanendriya Dash

Inspirational Others Children

ଭାରତ ମାଆର ସୁଯୋଗ୍ୟ ସନ୍ତାନ

ଭାରତ ମାଆର ସୁଯୋଗ୍ୟ ସନ୍ତାନ

1 min
271



ଭାରତ ମାଆର ସୁଯୋଗ୍ୟ ସନ୍ତାନ

ଲାଲ ବାହାଦୂର ଶାସ୍ତ୍ରୀ,

ଶାନ୍ତିଦୂତ ହୋଇ ଜନ୍ମ ନେଇଥିଲ

ଦ୍ଵିତୀୟ ପ୍ରଧାନମନ୍ତ୍ରୀ ।

ଜୟ ଜବାନ ଓ ଜୟ କିଷାନର

ଦେଇ ଏକତାର ବାର୍ତ୍ତା,

ଅଳପ ସମୟେ ଶାନ୍ତି ବୁଣିଥିଲ

ଜନତାଙ୍କ ତ୍ରାଣକର୍ତ୍ତା ।

ସୁଶାସନେ ତବ ସମଗ୍ର ଭାରତ

କରେ ଜୟ ଜୟକାର,

ଶାନ୍ତି-ମୈତ୍ରୀ-ପ୍ରୀତି ସାରଥୀ ସାଜିଣ

କଲ ସବୁ ପ୍ରତିକାର ।

ଦେଶହିତ ପାଇଁ ଯୁଦ୍ଧର ଘୋଷଣା

ପାକିସ୍ଥାନ ସାଥେ କଲ,

ବିଜୟୀ ହୋଇବି ଶାନ୍ତି ଚୁକ୍ତି ପାଇଁ

ଆତ୍ମ ବଳିଦାନ ଦେଲ ।

ଅକାଳ ମରୁଡ଼ି ଦୁର୍ଭିକ୍ଷ ପ୍ରକୋପେ

ହେଲ ନାହିଁ ବିଚଳିତ,

କିଷାନ ଭାଇଙ୍କ ସାଥେ ସାଥୀ ହୋଇ

ସମସ୍ୟାର କଲ ଅନ୍ତ ।

କର୍ମନିଷ୍ଠ ତୁମେ ହେ ପୂଜ୍ୟ ଶାସ୍ତ୍ରୀଜୀ

ନିରାଡ଼ମ୍ବର ଚଳଣି,

ଆଭିଜାତ୍ୟ ତିଳେ ସ୍ପର୍ଶ କରିନାହିଁ

ଭାରତ ମଉଡ଼ମଣି ।

ତୁମରି ଆଦର୍ଶ ନୀତିକୁ ପାଥେୟ

କରି ଆଗେଇବୁ ଆମେ,

ଭାରତର ରତ୍ନ ହେ ମହାନାୟକ

ଆଶୀର୍ବାଦ ଦିଅ ତୁମେ ।

     


Rate this content
Log in

Similar oriya poem from Inspirational