ବୋଉ
ବୋଉ
ବୋଉ ତୁ ଏମିତି ମଣିଷଟେ
କେମିତି ଗଢ଼ିଲା ବିଧାତା ତୋତେ
କେତେ ସହନଶୀଳତା ଭରପୂର ତୋ ପାଶେ |
କେତେ ଦୁଃଖ କଷ୍ଟ ନ ସହିଛୁ ତୋ ସନ୍ତାନ ପାଇଁ
ତଥାପି ତୋ ଓଠୁ କେବେ ହସ ଲିଭି ନାହିଁ |
ଯେତେ ଦୂରେ ଥିଲେ ବି ଖୁସି ଖବରଟେ ପାଇଲେ
ଖୁସିରେ ନାଚିଯାଉ ତୁହି |
ସନ୍ତାନର ଟିକେ ଦୁଃଖ ଦେଖିଲେ
ନୟନୁ ତୋର ବହିଯାଏ ଗଙ୍ଗା ଯମୁନା ଧାରା
ସାରା ଧରା ଦିଶେ ତୋତେ ଅନ୍ଧାର ପରା |
କେତେ ଦେବା ଦେବୀ ମନାସୀ ଯାଉ
କେତେ ନିର୍ମଳ ତୋ ହୃଦୟଟା ସତେ |
ମୋ ବୋଉ ହାତ ରନ୍ଧାରେ ଅଛି ଏମିତି ଯାଦୁ
ହୋଟେଲ ରନ୍ଧା ଚୁଲିକୁ ଯାଉ |
ତୋ ହାତ ତିଆରି ଆରିସା ,କାକରା ,ମଣ୍ଡା,ଗଇଁଠା
ନୁହଁ ସରି ପିଜା,ବର୍ଗର ପରା |
ତୋ ପାଦେ ମୋର କୋଟି କୋଟି ପ୍ରଣାମ
ପାରିବିନି ଶୁଝି କେବେ ତୋ ଦିଆ ଅବଦାନ |