ବୃକ୍ଷ ହିଁ ଜୀବନ
ବୃକ୍ଷ ହିଁ ଜୀବନ
ମନୋହର ଦିଶେ ମୋର ସୁନ୍ଦର ଧରଣୀ
ସବୁଜ ବନାନୀ ଚାରୁ ସତେ ଦେବ ଭୂମି ।
କୋଟି କୋଟି ଜୀଜ ଜନ୍ତୁ ନିଶ୍ଚିନ୍ତେ ତା କୋଳେ
ଏପରି ସୌଭାଗ୍ୟ ଦେଇ ପୃଥିବୀଟି ଚଳେ ।
ଆପଣା ସ୍ଵାର୍ଥ ପୁରଣେ କାଟି ବୃକ୍ଷ ଲତା
ପରର୍ଯ୍ୟାବରଣ ଧ୍ୱଂସରେ ସାଜିଛନ୍ତି କର୍ତ୍ତା ।
ତିଳେ ତିଳେ ବିନାଶିତ ମେଦିନୀ ସୌରଭ
କୁସୁମ ମହକୁ ନାହିଁ ଲିଭିଛି ଗୌରବ ।
ଆକର୍ଣ୍ଣ ହୁଅଇ ନାହିଁ ଖଗ କଣ୍ଠ ସ୍ଵର
ବୃକ୍ଷ ପାଏ ନାହିଁ ବାନ୍ଧିବାକୁ ବସା ଭାର ।
ସୌନ୍ଦର୍ଯ୍ୟମୟୀ ନଗରୀ ଗଢ଼ିବ ମଣିଷ
ମାନସେ ଭରିଛି ଆଜି ଲାଳସାର ବିଷ ।
ପର୍ଯ୍ୟାୟକ୍ରମରେ ଯଦି ଚାଲେ ଗଛ କଟା
ବୁଝିବ ଭବିଷ୍ୟ ଆମ ନିଶ୍ଚୟ ଯେ ଫଟା ।
ବୃକ୍ଷ ରୋପି ଆଜି ଠାରୁ କରିବା ସପଥ
ଅଙ୍ଗାରକାମ୍ଳକୁ ଯେହ୍ନେ ହେବ ନିମନ୍ତ୍ରିତ ।
ପୁଲ୍ଲକିତ ଜନ ମନ ପୁଲ୍ଲକିତ ଧରା
ଲାଳିତ୍ୟେ ଦିଶିବ ଯେହ୍ନେ ବ୍ରହ୍ମାଣ୍ଡେ ନିଆରା ।