Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Fantasy

4  

Panchanan Jena

Fantasy

ଚିନ୍ତାକଳ୍ପ

ଚିନ୍ତାକଳ୍ପ

1 min
4



ଚିତ୍ର ଦିଶୁଛି ସବୁଜ ସୁନ୍ଦର

ଚରିତ୍ର ବି ମାନୁଛି ସୁନ୍ଦରତର

ଆଉ ଯଦି ରୂପ ବୈଭବ ମିଶିଥାନ୍ତି

କଥାରେ କହନ୍ତି ସର୍ବାଙ୍ଗ ସୁନ୍ଦର

ଭିତର ବାହାର ସବୁ ମନୋମୁଗ୍ଧକର


ଭବନ ବି ସୁନ୍ଦର

ଭାବନା ବି ସଙ୍କେତ ସୁନ୍ଦର

ଛୁଇଁବାକୁ ଅନ୍ତରିକ୍ଷ ଅମ୍ବର

ଗୋଟେ ଅଜଣା ଭାତୃତ୍ଵରେ ଉବୁଟୁବୁ

ଘର ଲାଗେ ବୈକୁଣ୍ଠ ପୁର

ଯହିଁ ସ୍ନେହ ତ୍ୟାଗ ଝରୁଥାଏ ନିରନ୍ତର

ଭୋଜନ ଭଜନ କୀର୍ତ୍ତନ ଶୁଭେ ଏକାକାର


ଦୃଷ୍ଟିରେ ହିଁ ସୃଷ୍ଟି ବିଦିତ ନିହିତ

ଦୃଷ୍ଟିକୋଣ ସୌମ୍ୟ ସୁନ୍ଦରିତ ହେଲେ

କୁ-ଦୃଷ୍ଟି ବି ସୁ-ଦୃଷ୍ଟିରେ ଚର୍ଚ୍ଚିତ ଅର୍ଜିତ


ଚେତନାରେ ହିଁ ଘଟେ ଉଦୟ -ଅସ୍ତ

ଜୟ - ବିଜୟ ହାର -ଜିତ ପରାସ୍ତ 

ସବୁ ସେହି ଚିନ୍ତାକଳ୍ପର ବନ୍ଦତାଲା

ସ୍କୁଲର ପ୍ରଥମ ଘଣ୍ଟି ଉତ୍କଣ୍ଠାବାଲା

ସେହି ଶେଷ ଘଣ୍ଟି ଛୁଟି କୁହାବୋଲା


Rate this content
Log in

Similar oriya poem from Fantasy