Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PUSPALATA SAHOO

Abstract

3  

PUSPALATA SAHOO

Abstract

ଦିଗନ୍ତର ଯାତ୍ରା ପଥେ

ଦିଗନ୍ତର ଯାତ୍ରା ପଥେ

1 min
130


ଦୂର ପର୍ବତ ଦିଗନ୍ତ ବିସ୍ତାରିତ

ଅପରୂପ ଶୋଭାରେ ସେ ବିମଣ୍ଡିତ !


ନୀଳ ଆକାଶ ନୀଳିମା କୋଳେ

ଦିଗନ୍ତ ବିସ୍ତାରି ତାରକା ଖେଳେ !


ସୂରୁଜ ଚାନ୍ଦର ଆଲୋକ ଧାରା

ଦିଗନ୍ତ ପ୍ରସାରି ଦିଶଇ ତୋରା !


କଳା ବଉଦ ଟି ଦୂର ଆକାଶେ

ଭାସି ଭାସି ମିଶେ ବିଜୁଳି ସାଥେ !


ପୃଥିବୀ କୋଳରେ କୁସୁମ ଫୁଟି

ଚାରିଆଡେ ଯାଏ ବାସ ଚହଟି !


ଦୂର ବନ୍ଧୁ ଥାଏ ଦିଗନ୍ତ ଦୂରେ

ତା ପାଇଁ ସଦା ମନଟା ଝୁରେ !


କୁନା କୁନି ମନ ଆଈ ପାଖରେ

ହସ ଫୁଟି ଉଠେ ଓଠରୁ ଧାରେ !


ରତନ ମଣ୍ଡପେ ଜଗତ ନାଥ

ମହାବାହୁ ନାମ ବୋଲେ ଜଗତ !


ଦିଗନ୍ତ ପ୍ରସାରି ଦୁଇ ବାହୁ ମେଲି

ଆଶିଷର ଧାରା ଦିଅହେ ଖୋଲି !


ତୁମ ଆଶିଷରେ ସାରା ଜଗତ

ମହାମାରୀ ଠାରୁ ହେଉ ମୁକତ !


Rate this content
Log in

Similar oriya poem from Abstract