ଗୋଲାପି ଓଠ
ଗୋଲାପି ଓଠ
1 min
207
ଦିନ ପରେ ଦିନ ଚାଲି ଗଲା କେତେ ମାସ
ମନ ହଜେଇ ପାରିଲାନି ହସ
ଆଜି ବି ମନ ରାଇଜକୁ ଆସେ ଭାସି
କ୍ଲାନ୍ତିରେ ଯେବେ ଥାଏ ବସି
ପଢାଇ ଦିଏ ପ୍ରେମ ପାଠ
ସେ ଗୋଲାପି ଓଠ...
ସବୁ ରଙ୍ଗ ଫିକା ଏ ମନ ଆକାଶେ
ତୋ ହସର ରଙ୍ଗ ପାସେ
ଧୀରେ ଧୀରେ ମନ ଆକାଶ ହୁଏ ରଙ୍ଗିଲା
ଯେତେବେଳେ ମନ ଆକାଶରେ ରଚିଲା
ଭୁଲିଯିବା ଲାଗେ କଷ୍ଟ
ସେ ଗୋଲାପି ଓଠ...
ଚାଲୁ ଥିଲି କିଛି ଲକ୍ଷ୍ୟ ନେଇ
ପାଇବା ସ୍ୱପ୍ନ ଥିଲା ସବୁ ହଜେଇ
ହସ କରି ଦେଲା ଆଜି ବାଟବଣା
ଚାଲୁଥିଲା ବାଟ ଆଜି ଲାଗେ ପୁରୁଣା
ଦେଖେଇ ଦେଲା ମତେ ପ୍ରେମ ବାଟ
ସେ ଗୋଲାପି ଓଠ...