ଅଶାନ୍ତ ସାଗର
ଅଶାନ୍ତ ସାଗର
ମନର ଏହି ଅଶାନ୍ତ ସାଗରରେ
ଚାଲି ଯାଇଛ ପ୍ରିୟା କେତେ ଦୂରେ
ଆଜି ପାଖରେ ଆଉ ସମୟ ନହିଁ
ଦେଖି ଯିବା ପାଇଁ ଜୀବନ ନୌକା ବାହି
ସମୟର କରାଳ ଢେଉରେ
ଆଜି ପ୍ରିୟା ତୁମେ ଚାଲି ଗଲ କେତେ ଦୂରେ
ଏ ନୀଳ ଆକାଶକୁ ମୁଁ ପଚାରେ
ପଚାରେ ତୁମର ଠିକଣା
ତାକୁ ବି ନଥିଲା ଜଣା
ଲାଗି ଯାଇ ଥିବ ସଂସାରର କୂଳେ
ନକରି ଅପେକ୍ଷା କାଳେ
ଆସି ଯାଇଥିବ ବୟସର ଅପରାହ୍ନ
କିଛି ସମୟ ପରେ ଚାଲି ଯିବ ଦିନ
କାହାଣୀରେ ପଡି ଗଲା ପୂର୍ଣ୍ଣଛେଦ ।