Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Tragedy

3  

Jayashree Maharana

Tragedy

ହାତଲେଖା ଚିଠି

ହାତଲେଖା ଚିଠି

1 min
302


ତୁମେ ଦେଇଥିବା ହାତଲେଖା ଚିଠି

ସାଇତି ରଖିଛି ଆଜି ବି ସାଥି

ପ୍ରେମର ସନ୍ତକ ସାଜିଥିଲା ବୋଲି

ନୀରବେ ପଢୁଛି ପ୍ରତିଟି ରାତି ।


ଦେଇଥିଲ କେତେ ମିଠା ପ୍ରତିଶୃତି

ଶବଦେ ବିଶ୍ୱାସ ଭରସା ଦେଇ

ହାତ ଧରି ବାଟ ଚାଲିବା ନିଇତି

କହୁଥିଲ ପ୍ରୀତି ଗୀତିକା ଗାଇ ।


ମିଛ ପ୍ରେମ ଖେଳ ହେଇଗଲା କାଳ

ଆଉ କା' ସହିତ ସଂସାର ଗଢି

ବାଲିଘର ମୋର ଭାଙ୍ଗିଦେଲ କାହିଁ

ପାରିବି କେମିତି କୁହ ତ ଯୋଡି ।


ତୁମ ପ୍ରତାରଣା ଜଳାଉଛି ହିଆ

ଆଖିରୁ ଝରୁଛି ବେଦନା ଝର

ସ୍ୱାର୍ଥ ପ୍ରୀତି ବୋଲି ବୁଝିପାରିଲିନି

ତୁଟିବା ଆଗରୁ ସମ୍ପର୍କ ଡୋର ।


ନିର୍ଜନରେ ବସି ସ୍ମୃତି ତୀରେ ହଜି

ହସୁଛି ଦୁଃଖକୁ ଗୋପନ ରଖି

ହୃଦୟର ବ୍ୟଥା କେମିତି ସହୁଛି

ନିର୍ଜନ ରଜନୀ ରହିଛି ସାକ୍ଷୀ ।


Rate this content
Log in

Similar oriya poem from Tragedy