Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SIBENDU SARASWATA PANDA

Classics

3  

SIBENDU SARASWATA PANDA

Classics

ଜଗା ତୋତେ ଦେଖିବି ବୋଲି

ଜଗା ତୋତେ ଦେଖିବି ବୋଲି

1 min
120


ଜଗା ତୋତେ ଦେଖିବି ବୋଲି

ତାଳଚେରୁ ପୁରୀ ଆସିଛି ଚାଲି,

ଚକା ଆଖି ଦେଖିବ ବୋଲି

ମନ ମୋ ଉଚ୍ଛନ୍ନ ହେଲାଣି ଖାଲି,

ଦେ ତୋର ପୁଣ୍ୟ ଦର୍ଶନ,

ଧନ୍ୟ ହେଉ ମୋର ଜୀବନ,

ଡାକି ନେଇ ତୋ ଦୁଆରେ

ସରଧା ବାଲି ଦେ ବୋଳି,

ଜଗା ତୋତେ ଦେଖିବି ବୋଲି

ତାଳଚେରୁ ପୁରୀ ଆସିଛି ଚାଲି।

ତୁ ଭକତ ପ୍ରେମୀ ମୁଁ ଅଟେ ଅଧର୍ମୀ

ଥରେ ମୋତେ ଦେ ଦେଖା,

ତୁ ବନାଉ ପଥ ମୁଁ ଯାଏ କୁପଥ

ହୋଇଯା ତୁ ମୋ ସଖା,

ଦେ ଥରେ ଆଶିଷ ତୋର,

ବନି ଯାଏ ଚାକର ତୋର,

ତୋ ମନ୍ଦିରେ କାମ କରି

ଯିବି ମୁଁ ସରଗ ଚାଲି,

ଜଗା ତୋତେ ଦେଖିବି ବୋଲି

ତାଳଚେରୁ ପୁରୀ ଆସିଛି ଚାଲି।



రచనకు రేటింగ్ ఇవ్వండి
లాగిన్

Similar oriya poem from Classics