Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Action Classics Inspirational

4  

Debabrata Mishra

Action Classics Inspirational

ଜୀବନ ଏବେ ଆରମ୍ଭ ହେଉଛି

ଜୀବନ ଏବେ ଆରମ୍ଭ ହେଉଛି

1 min
3


ମନ ଶ୍ମଶାନବାସୀ ଅନେକ ବର୍ଷ ତଳୁ

ହୃଦୟ ହେଉଛି ଛଟପଟ 

କରୁଛି ସଂଘର୍ଷ ଜୀବନ-ମରଣ ଶେଯରେ

ତଥାପି ହାରିନି ଏ ଜୀବନ,

ଏବେ ବି ଦମ୍ଭ ଧରି ଦଣ୍ଡାୟମାନ ବିବେକ

ଏବେ ବି ବଞ୍ଚିଛି ଅଦୃଶ୍ୟ ଆତ୍ମା

ଯେଉଁ ଆତ୍ମାରେ ପ୍ରଭୁ ବିଦ୍ୟମାନ ।


ଏଇତ ଆରମ୍ଭ ହେଉଛି ଜୀବନ

ଲୁହ ନଈର ତୀବ୍ର ସୁଅରେ

କୋହ ସମୁଦ୍ରର ଭୟଙ୍କର ଢେଉରେ

ଅନ୍ତର୍ଦ୍ୱନ୍ଦର ବାଲୁକା ଶେଯରେ

ସ୍ୱପ୍ନ ସବୁକୁ ଏକାଠି କରି କାଗଜ ପୁଡା଼ରେ

ଆକାଂକ୍ଷାକୁ ସୂତା କରି ବାନ୍ଧି ଦେଇ

ସମୟର ସଡ଼କ ପରିସରରେ

ପୋତିଦେଲା ପରେ ପରେ ।


ନିଜକୁ ଆଘାତ ଦେଇ ଦେଇ

ଅନ୍ତରେ ଅନ୍ତରକୁ ରକ୍ତାକ୍ତ କରି

ପୁଣିଥରେ ଜନ୍ମନେବାର ଅଭିଳାଷ ନେଇ

ନୂତନ ଏକ ଜୀବନର ସନ୍ଧାନ 

ନିଜ ଭିତରେ ନିଜକୁ ପ୍ରତିପାଦିତ କରିବାର,

ନିଜକୁ ନିଜର ଶତ୍ରୁ ସଜାଇ

ନିଜକୁ ନିଜେ ଆକ୍ରମଣ କରିବା ପରେ

ଆତ୍ମାର ରଣକ୍ଷେତ୍ରରେ 

ଆରମ୍ଭ ହୋଇଛି ଏକ ମହାଯୁଦ୍ଧ 

ଜୀବନ ଏବେ ହିଁ ଆରମ୍ଭ ହେବ

ନିଜକୁ ଶେଷ କରିଦେଲା ପରେ ।


କେବଳ ଈଶ୍ଵର କେବଳ ଈଶ୍ଵର 

ଅଧୁନା ଏ ପ୍ରାଣ ଏ ଶରୀର ଏ ଆତ୍ମା

କେବଳ ଈଶ୍ଵର ସନ୍ଧାନ କରୁ

ଅନେକ ହାରିଛି ମଣିଷ ସମ୍ମୁଖରେ

ଏବେ ସମ୍ପୂର୍ଣ୍ଣ ଈଶ୍ୱର ସମ୍ମୁଖରେ ହାର,

ଜୀବନ ଏଇଠୁ ଆରମ୍ଭ ହେଉ

ଗୋଟିଏ ଜୀବନର ଅସ୍ଥିତ୍ୱ ଧ୍ୱଂସ ପରେ।


Rate this content
Log in

Similar oriya poem from Action