Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debabrata Mishra

Abstract Classics Inspirational

3  

Debabrata Mishra

Abstract Classics Inspirational

ସୁନୟନା ଏବେ ତୁମ ହସିବାର ବେଳ

ସୁନୟନା ଏବେ ତୁମ ହସିବାର ବେଳ

1 min
15



ବିଦାୟ ନେଉଛି ଧୀରେଧୀରେ ତୁମ ଲୁହ

ହ୍ରାସ ପାଇଲାଣି ଯେତେସବୁ ଅତୀତର ଯନ୍ତ୍ରଣାର କୋହ

ନୂତନ ପାହାଚରେ ଏବେ ତୁମ ସରଳ ଜୀବନ

ତୁମେ ପୁଣି ଜିଇଁବ ଫୁଲର ମହକ ଦେଇ

ଏବେ ତୁମ ଗତିରେ ପରିପକ୍ୱତାର ବଜ୍ରପଣ,

ତୁମ ଆଖିରେ ବେଶି ଲୁହ ଆଉ ନାହିଁ 

ସେ ଲୁହ ଯାଇଛି ପାଲଟି ଲୁହାର ତୀକ୍ଷ୍ଣ ଅସ୍ତ୍ର

ତୁମ ମନ ଅଗଣାରେ ସୃଷ୍ଟି ହେଉଛି କୋଳାହଳ

ତୁମ ସୁଖର ସମ୍ଭାବନା ଏବେ ସମ୍ଭବ ଅପେକ୍ଷାରେ

ଦେବୀ ତୁମେ, ସୁହାସିନୀ ହସ ତୁମ ଏକ ବ୍ରହ୍ମାସ୍ତ୍ର

ସୁନାମୁହିଁ ସୁନୟନା ଏବେ ତୁମ ହସିବାର ବେଳ।


ପ୍ରଚଣ୍ଡ ଆତ୍ମବିଶ୍ବାସର ଅଗ୍ନି ତୁମ ଭିତରେ 

ଦମ୍ଭରେ, ସାହସ ଓ ଶକ୍ତି ନେଇ ଚାଲିବ ଦୀର୍ଘପଥ

ତୁମେ ଶକ୍ତିମୟୀ ଦୈବୀ ଶକ୍ତିରେ ପାଲଟିଛ ସମ୍ପୂର୍ଣ୍ଣା 

ଏବେ ତୁମେ ହିଁ ଚଲାଇବ ତୁମ ଜୀବନ ରଥ,

ସମ୍ପୂର୍ଣ୍ଣ ଶୂନ୍ୟରେ ପହଞ୍ଚିବ ଅତୀତର ସେ ଅଶୁଭ କାଳ

ସୁନୟନା ଏବେ ତୁମେ ପରିବର୍ତ୍ତିତ ରୂପରେ

ତୁମେ ଆତ୍ମବିଶ୍ବାସୀ ନାରୀ ସୁଦକ୍ଷା ସୁହାସିନୀ

ଆଉ ଭିଜିବନି ତୁମ ନୀରିହ ଦୁଇଆଖି

ତୁମ ନୂତନ ଜୀବନ ଯାତ୍ରାର ସମୟ ହିଁ ସାକ୍ଷୀ 

ତୁମ ସହନଶୀଳତା ତୁମକୁ କରିଛି ବସୁନ୍ଧରା 

ତୁମ ସୁଖର ଭବିଷ୍ୟତ ନିକଟତର ହେଲାଣି

ସ୍ନେହମୟୀ ସୁନୟନା ଏବେ ତୁମ ହସିବାର ବେଳ।


ସମୟ ତୁମକୁ ଯନ୍ତ୍ରଣା ଦେଇ କରିଛି ପଥର 

ପରିସ୍ଥିତି ତୁମକୁ ଭୟଭୀତ କରି ଛଡ଼ାଇଦେଇଛି ଭୟ

ତୁମ ଅନ୍ତର ଆତ୍ମାରେ ସୃଷ୍ଟି ହୋଇଛି ସୈନିକର ସୈାର୍ଯ୍ୟ

ତୁମ ନିକଟରେ ନତମସ୍ତକ ହେବ ଯେତେ

ବାଧାବିଘ୍ନର ଉପାଦାନ ସାଧନ ଓ ଯେତେ ପ୍ରତିବନ୍ଧକ

ତୁମ ମନର ପଡ଼ିଆରେ ଆୟୋଜିତ ହେବ 

ଆନନ୍ଦ ଉଲ୍ଲାସ ହରଷର ରଙ୍ଗ ମେଳ

ଏବେ ଶକ୍ତିଶାଳୀ ଆତ୍ମା ତୁମର ସୁନୟନା-ଶିବାନୀ

ସୁହାସିନୀ ତୁମ ଜୀବନର ବଗିଚା ହେବ ଫୁଲମୟ

ତୁମେ ଜହ୍ନ ତୁମପାଇଁ ହସୁଛି ସୁନ୍ଦର ଆକାଶ 

ତୁମ ଜ୍ୟୋସ୍ନାରେ ଚମକୁଛି ସାରା ଦୁନିଆ

ତୁମ ସୁଖହସର ଉଜ୍ଜଳତାରେ ଆଲୋକିତ ମାଟି

ହସରାଣୀ ସୁନୟନା ଏବେ ତୁମ ହସିବାର ବେଳ।


Rate this content
Log in

Similar oriya poem from Abstract