Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Romance

4  

SUJATA DAS

Romance

କାଗଜ ଡ଼ଙ୍ଗା

କାଗଜ ଡ଼ଙ୍ଗା

1 min
377


କାଗଜ ଡଙ୍ଗାରେ

  ଯାଆ  ଭାସି ଦୂରେ

     ବରଷା ର ସୁଅ ସାଥେ।


ଆସିଛି ଶ୍ରାବଣ

   ଆଣିଛି ସନ୍ଦେଶ

      ଜଗି ବସିଛି କେ ପଥେ ।


ଆକାଶ ଆଖିରୁ

   ଝରିପଡ଼େ ଲୁହ

      ବରଷାର ବିନ୍ଦୁ ସାଜି ।


କାହା ବିରହରେ

   କିଏ ସେ ଝୁରୁଛି

     କୋହରେ ଯାଉଛି ଭିଜି ।


ଲକ୍ଷେ ତାରା ମଧ୍ୟେ

   ଦ୍ଵିତୀୟା ଜହ୍ନଟା

      ଲାଗେ କିଆଁ ଫିକା ଫିକା ।


ହୃଦୟ କନ୍ଦରେ

   ଯନ୍ତ୍ରଣା ଭରିଛି

      ଅନୁଭବେ ଏକା ଏକା ।


ନେଇଯା ସନ୍ଦେଶ

  କୁମୁଦିନୀ ପାଶେ

     ବିରହରେ ଭିଜା ଚିଠି ।


ସରସୀର ଜଳେ

   ବ୍ୟଥା ଭରା ମନେ

      ଚାହ୍ନି ଥିବ ନଭେ ଉଠି ।


ଭାସିଯାଆ  ମୋର

   କାଗଜ ଡଙ୍ଗାରେ

     ରିମ ଝିମ ବର୍ଷା ତାଳେ ।


ଭେଟି କୁମୁଦିନୀ

   ଭୁବନ ମୋହିନୀ

     ନୀଳ ସରସୀର ଜଳେ ।


Rate this content
Log in

Similar oriya poem from Romance