କେବେ ବଦଳି ଦେଖିବା
କେବେ ବଦଳି ଦେଖିବା
ଚାଲ୍ କେବେ ବଦଳି ଦେଖିବା
ତୁ ମୁଁ କୁ ଆଉ ମୁଁ ତୁ କୁ!
ତାପରେ ହୁଏତ
ତୁ ବୁଝିପାରିବୁ
ମୋ ଭଲପାଇବାର ମର୍ମକୁ।
ମୁଁ ଭାଗ୍ଯବାନ ହେବି
ତୋ ପ୍ରେମର ଛିଟାରେ
ତୁ ବୁଡିଯିବୁ ମତେ ଭଲପାଇବାର
ଅଗଭୀର ସ୍ରୋତରେ।
ତୁ ତ ଅନେକ ବଦଳିଛୁ
କିନ୍ତୁ ଏମିତି ବଦଳିବା
ହୁଏତ ତୋ ପାଇଁ ନୂଆକଥା।
ମାତ୍ର ବଦଳି ଯିବା
ତୋ ପାଇଁ ଏକ ସହଜ ପ୍ରଥା।
ହେଲେ ଇଏ କ’ଣ ସମ୍ଭବ ଅଟେ?
ଅସମ୍ଭବ ବି ତ ନୁହେଁ!
ତେବେ ଶୁଣିଯା ନା ମୋ ଅକୁହା କଥା
ଆଉ ଚାଲ୍
କେବେ ସତରେ ବଦଳି ଦେଖିବା!