ମାତୃଶକ୍ତି
ମାତୃଶକ୍ତି
ମାତୃଶକ୍ତି,
ସେ ଅଟଇ ଜନ୍ମଦାତ୍ରୀ,
ବାଲ୍ୟ କାଳରୁ ସନ୍ତାନକୁ ଦିଏ
ଜ୍ଞାନାଲୋକ,
ଅର୍ଥନୀତିରେ ଉନ୍ନତି କରିବାରେ
ସେ ହୁଏ ସହାୟକ ।
ସେ ଅଚଳକୁ କରେ ସଚଳ,
ଦୁର୍ବଳକୁ ଦିଏ ବଳ,
ତାହାର ଅଛି ତ ଭକ୍ତି,
ତାହାର ସାହାସ ଶକ୍ତି,
ବିପଦରେ ଦିଏ ସାହାସ,
ଦରକାର କରଇ ମଣିଷ,
ଯୁଗେ ଯୁଗେ ମାତୃଶକ୍ତି,
ପୁୁରୁଷର ସଂସାର ରଥକୁ,
ଦିଏ ଶକତି ।
ମାତୃଶକ୍ତିକୁ ବିିଭିନ୍ନ କବି ତାଙ୍କ ଲେଖାରେ,
ବର୍ଣନା କରିଛନ୍ତି, ବିିଭିନ୍ନ ଭାବନାରେ,
କିଏ କହେ ଅଳକାନନ୍ଦାର ଅଳସୀ କଇଁ,
ତାର ସୁନ୍ଦରତାରେ ମହୁ ଝରଇ,
କିଏ ଲେଖେ ତାର ଅପୂର୍ବ ସୁଷମାରେ,
ଝରି ଓ ଭରିଯାଏ ଅମୀୟତାରେ ।
କିଏ ବୋଲେ ନାରୀତ୍ୱର ଲଜ୍ଜ୍ୟା ଗୁଣ,
ନାରୀର ସୁନ୍ଦରତା ପରା ତାର ଅଙ୍ଗ ଯୌବନ,
ଯାହା ମେଣ୍ଟାଇଛି ପୁରୁଷର ଶୋଷକୁ,
ଦେହଭୋଗର ଅଦମ୍ୟ ପିପାସାକୁ,
କିଏ ଲେଖିଛି, ଶବ୍ଦ ପାଉଁଜିର,
ପୁରୁଷକୁ ଲାଗେ ମହୁଠୁ ମଧୁର ।
ତାର କଣ୍ଠରୁ ହୁଏ ବାହର,
କୋଇଲି ସଦୃଶ କଣ୍ଠସ୍ୱର,
ଲାଜୁଆ ପଣତ ଟାଣିରେ,
ହସ ଭରିଦିଏ ମଧୁର ଛିଟାରେ ,
ଚପଳ ଢେଉ ଖେଳାଏ ସିଏରେ,
ନୀଳ ନୀଳ ଲାଜୁକି ଆଖିରେ,
ସେଇ ଅଟଇ ସତୀ ନାରୀ,
ପୁରୁଷର ତନ ଓ ମନକୁ ଦିଏ ଖୁସିରେ ଭରି ।
ନାରୀର ଜ୍ଞାନଗାରିମାକୁ ପୁରୁଷକୈନ୍ଦ୍ରିକ ସମାଜରେ,
ଦେଖାଇବା ହୋଇଛି ବହୁତ କମ ଲେଖନୀରେ ।
ନାରୀସତ୍ତା ସମାଜ ଭିତର,
ଏକ ମାନବିକ ଅଧିକାର,
ସେ ଅଧିକାରକୁ,
ଦରକାର ପରିମାର୍ଜିତ କରିବାକୁ,
ଅତୀତର କିଛି ଭୁଲ୍ ମାନଙ୍କୁ,
ଦରକାର ଅନ୍ଧପରି ଗ୍ରହଣ ନକରିବାକୁ,
ନିଷ୍ଠା ସହିତ ବିଦୁଷୀ ନାରୀଙ୍କୁ,
ଆଣିବାକୁ ପଡିବ ଲୋକଲୋଚନକୁ ।
ନୁହଁ ଧର୍ମ ନାମରେ ଧର୍ମାନ୍ଧତା ଗ୍ରହଣୀୟ ,
ଧର୍ମ ନାମରେ ଶୋଷଣ ମଧ୍ୟ ନୁହଁ ଗ୍ରହଣୀୟ,
ଦୂର କରି ଛଳନାମୟ ଆବରଣକୁ,
ନାରୀ ପ୍ରତି ହେଉଥିବା ଅତ୍ୟାଚାରକୁ,
ସ୍ଥଳ ବିଶେଷରେ ମାନବିକ ଅତ୍ୟାଚାରକୁ,
ଦରକାର ପଡେ ବିରୋଧ କରିବାକୁ,
ସମସ୍ତେ ନିଜ ନୈତିକତା ଦେଖାଇବା
ହୃଦୟରେ ଜ୍ଞାନତତ୍ତ୍ୱରେ ନିଜକୁ ସମୀକ୍ଷା କରିବା ।