ମୌଖିକ ଭାଷାର କୌଶଳ
ମୌଖିକ ଭାଷାର କୌଶଳ
ତର୍କ କରିବା ଆନନ୍ଦ ମନେ
ଶିକ୍ଷାର୍ଥୀ ହୋଇ
ଭଲ ସମ୍ବାଦ ପରିବେଷଣ
କରିବା ଭାଇ।୧
ମାନ ଭାଷାକୁ ଶୀଘ୍ର ବୁଝିବା
ଆଉ ସିଦ୍ଧାନ୍ତ
ବିଷୟଟିର ପୃଷ୍ଠଭୂମିକୁ
ଜ୍ଞାନରେ ଗୁନ୍ଥ।୨
ପଢ଼ିବା ଆଉ ଲେଖିବା ପାଇଁ
ଆଧାର ଯୋଡ଼ି
ଶ୍ରେଣୀ ଗୃହରେ ମାନ ଭାଷାକୁ
ଦେବାନି ପୋଡ଼ି।୩
ଔପଚାରିକ ଶଦ୍ଦାବଳୀକୁ
ଗ୍ରହଣ କରି
ନିଷ୍କର୍ଷରେ ହିଁ ପହଞ୍ଚି ଯିବା
ମତକୁ ଧରି।୪
ମୌଖିକ ଭାଷା ଜ୍ଞାନ କୌଶଳ
ସଭିଙ୍କ ଲୋଡ଼ା
ଉଣା ନ କରି ଭାଇ ଭଉଣୀ
କେବେ ନ ଘୋଡ଼ା।୫