ମିଛ ଦୁନିଆ
ମିଛ ଦୁନିଆ
ମିଛ ଦୁନିଆରେ ମିଛ କାହାଣୀ
ସତ କହିଲେ ମଣିଷ ମରେ,
ଦୁଃଖି ସିନା ଦୁଃଖ ବଖାଣି ପାରେନା
ହେଲେ ସମାଜ କଟାକ୍ଷ ଘାରେ।
ମିଛ ମାୟା ଏ ସଂସାର ଭିତରେ
ସତ୍ୟ ବନ୍ଧାପଡେ ମିଛ ଜାଲରେ,
କଳା କପଡାରେ ଆଇନ୍ ତ ବନ୍ଧା
ଭଟ୍ଟା ପଡିଯାଏ ସୁନା ସଂସାରେ।
କିଛି ସମ୍ପର୍କରେ ନାହିଁ ତ ବିଶ୍ଵାସ
ଦିଅନ୍ତି ବିଶ୍ବାସେ ବିଷ,
ମଣିଷ ବୋଲାଏ ନିଜକୁ ଇଶ୍ୱର
ଖାଉଥାଏ ପୁଣି କା' ହାଡ ମାଂସ।
ଏତ କଳି ଯୁଗ ମିଛ ଦୁନିଆ
କାହାକୁ ଭଲା କହିବା ,
ସବୁ ପରା ଏଠି ପଶୁ ସାଜିଲେଣି
ଭଲ ଖୋଜିଲେ କି ପାଇବା।
ଭାଇ ହୋଇଯାଏ ଭାଇର ଭଗାରୀ
ଘାରେ ସମ୍ପତିର ଲୋଭ ,
ଭାଇ ନ ରହିଲେ ସମ୍ପତ୍ତି ମୋର
କେ ମଲେ ଗଲେ କି ହେବ ।
ଦୁନିଆର ଖେଳ ଏମିତି କା ଏଠି
କାହାର ନୁହଁନ୍ତି କେହି ,
ନିଜେ ଖୋଜି ବୁଲେ ନିଜର ଠିକଣା
ନିଜ ବୋଝ ନିଜେ ବୋହି।
ସମୟ ସହିତ ଚାଲିବାକୁ ହେଲେ
ମିଳେ ଖାଲି ଦୁଃଖ ଯନ୍ତ୍ରଣା,
ନିଜ ଲୁହ ଆଜି ନିଜେ ମୁଁ ପିଉଛି
କରି ଅଭିନୟ ଛଳନା।