ମୋ ପ୍ରିୟା
ମୋ ପ୍ରିୟା
ଆଖିରେ ତମର ଫଗୁଣର ରଙ୍ଗ
ଓଠରେ ଶୀତଳ ଛୁଆ
ନୀଳ ନୟନାର ହାରିଣୀ ଆଖିରେ
ଭିନ୍ନ ଏକ ପରିଭାଷା ।
ଯେବେଠୁ ଦେଖିଛି ପ୍ରିୟା ମୁଁ ତୁମକୁ
ନିତି ମୁଁ ଝୁରଇ ଭାବି
ମନ ସିନ୍ଦୁକରେ ସାଇତି ରଖିବି
ପ୍ରୀତିର ପରଶ ଦେଇ ।
ଦେଖିବାକୁ ଇଚ୍ଛା ତୁମରି ସପନ
ଦିନ ହେଉ ଅବା ରାତି
ଆସ ଚାଲିଯିବା ଅଜଣା ରାଇଜେ
ଆମେ ଦୁହେଁ ହୋଇ ସାଥି ।
ପାଦର ପାଉଁଜି ପାଉଁଜିର ଶବ୍ଦ
ହୃଦେ ଜଗାଏ କମ୍ପନ
ଅତୁଳନୀୟ ସେ ଶୋଭାରେ ତୁମର
ତୃପ୍ତି ହୁଏ ଦେଖି ମନ।
ଜୀବନେ ଆସିଲ ପ୍ରିୟା ତୁମେ ମୋର
ମନକୁ କରିଲ ଚୋରି
ହାତ ପାପୁଲିରେ ଶିରହିତ କଲ
ଅମୃତ ପଡ଼ିଲା ଝରି ।
ପ୍ରିୟାର ପରଶେ ମଳୟ ବୋହିଲା
ହୋଇଗଲା ପ୍ରେମ ଜର
କେତେଯେ କଳ୍ପନା ଭାରିଦେଲ ତୁମେ
ଏ ଦୁଇ ଆଖିରେ ମୋର ।
ହୃଦ ସମୁଦ୍ରର ପ୍ରୀତି ଲହଡ଼ିରେ
ଭାସି ଯାଏ ଆଜି ମୁଁହି
ସୀମାହୀନ ସେହି ଭଲପାଇବର
ଅଜଣା ବାଟୋଇ ମୁଁହି ।
ମୋ ପ୍ରିୟାର ପଣତେ ସୁବାଷର ବାସ
ଘନ ଘନ ମହକାଏ
ହାତେ ଲମ୍ବାର ସେ ଓଢଣୀଟୀ ଦେଇ
ମୁରୁକି ମୁରୁକି ହସେ ।
ତୁମକୁ ମୁଁ ପାଇ ସବୁ ପାଇଗଲି
ଆଉ କିଛି ଲୋଡା ନାହିଁ
ସବୁ ଦିନ ପାଇଁ ତୁମେ ମୋର ପାଇଁ
ରହିଥିବା ସାଥି ହୋଇ ।