Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Siba Sethy

Inspirational

4.5  

Siba Sethy

Inspirational

ଗଣତନ୍ତ୍ର ଦିବସ

ଗଣତନ୍ତ୍ର ଦିବସ

1 min
363


ଆମରି ଶାସନ ଚଳାଉଛୁ ଆମେ

ରାଜତନ୍ତ୍ର ବାଦ୍ ଦେଇ

ଗଣତନ୍ତ୍ର ଆଜି ଗଣଙ୍କ ଶାସନ

ଗାଉଥାଏ ଜୟ ଗୀତି ।


ଉଡୁଛି ତ୍ରିରଙ୍ଗା ଏ ନୀଳ ଆକାଶେ

ଉଡ଼େ ଫରଫର ହୋଇ

ତ୍ରିରଙ୍ଗା ଆମରି ଜାତୀୟ ସମ୍ମାନ

ସତ୍ୟର ପ୍ରତୀକ ସେହି ।


ଜାନୁଆରୀ ଛବିଶି ଉନୀଶ ପଚାଶ

ସମ୍ବିଧାନ ପ୍ରଣୟନ

ଗଣତନ୍ତ୍ର ନୂଆ ପ୍ରତିଷ୍ଠା ହୋଇଲା

ହସିଲା ଭରତ ବର୍ଷ ।


ଗଣତନ୍ତ୍ର ଅଟେ ସାର୍ବଭୌମତ୍ୱର

ବୈଷ୍ୟମର ସ୍ଥାନ ନାହିଁ

ଗଣତନ୍ତ୍ର ସିଏ ଗଣଙ୍କ ଶାସନ

ଅସମତା କିଛି ନାହିଁ ।


ଆର୍ଥିକ ଶୋଷଣ ହିଂସା କାଣ୍ଡ ମାନ

ତିଳେ ବି ନଥାଏ ଭୟ 

ନାଗରିକ ଧର୍ମ କର୍ତ୍ତବ୍ୟ ସାଧନେ

ଚାଲିବ ଶାସନ କଳ ।


ସାବାଳକ ଭୋଟ ପ୍ରଥା ପ୍ରଚଳିତ

ସମତା ଆମର ମନ୍ତ୍ର

ସ୍ୱାଧୀନ ଭାରତ ଗଣତନ୍ତ୍ର ରାଷ୍ଟ୍ର

ଶାନ୍ତି ମୈତ୍ରୀ ଭାବ ଘର ।


Rate this content
Log in

Similar oriya poem from Inspirational