Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUKANTA KHANDA

Abstract

4  

SUKANTA KHANDA

Abstract

ସମ୍ପର୍କ

ସମ୍ପର୍କ

1 min
264



ବିବାହ କରିକି ସମ୍ପର୍କ ରଖିଲି

ଶ୍ଵଶୁରଙ୍କ ଘରେ ମୁହି

ବିବାହ କାଳରେ ଖୁସି ହେଉଥିଲି

ଦୁଇ ପରିବାର ଚାହିଁ।

ସମୟର ସ୍ରୋତ ବଡ଼ ବଳବାନ

ଆଜି ମୋ' ଆଖିରେ ଲୁହ

କହି ହେଉଛି ନା ସହିବା ସମ୍ଭବ

ମରୁଅଛି ଅହରହ।

ମୃତ୍ୟୁର କୋଳରେ ଶୋଇପାରୁ ନାହି

ମୋହରେ ବନ୍ଧା ମୋ' ଦେହ

ମୁକ ପରି ଆଜି ମଉନ ରହିଛି

ଲୁଚାଇ ଲୁହ ଓ କୋହ।

ବଧିର ସଦୃଶ ବଞ୍ଚିବାକୁ ଆଜି 

ସମୟ କହୁଛି ମୋତେ

ଏମିତି ମଣିଷ କେ'ଅଛ ସଂସାରେ 

ଘର ପରିବାର ହିତେ।

ସବୁ ଦେଖୁଅଛି ଘଟୁଅଛି ଯାହା

ସାମ୍ନାରେ ମୋହର ନିତି

ଅନ୍ଧର ସଦୃଶ ପଡ଼ି ରହିଅଛି

ଦେହ ଓ ମନରେ ଭିତି।

ଜନ୍ମଦାତା ବାପା ଏ କୁଳରେ ମୋର

ଧର୍ମର ଶ୍ଵଶୁର ସେଠି

ଉଭୟେ ଶତ୍ରୁ ମୋ' ହୋଇଗଲେ ଆଜି

ରହିବାକୁ ନାହିଁ କୋଠି।

ଏ କୁଳରେ ଭାଇ ସେ କୂଳରେ ଶଳା

ଉଭୟେ ଦିଅନ୍ତି ମାଡ଼

ପିଠିରେ ଚାଲନ୍ତି ଏହି ଦେହଟାକୁ

ମିଶାଇବେ ଦେଖି ଗାଢ଼।

ପତ୍ନୀ ପୁତ୍ର କନ୍ୟା ସାତପର ସଦା 

ନିଜର ସ୍ୱାର୍ଥରେ ଯାଇ

କହି ପାରୁଛି ନା ସହି ମୁଁ ପାରୁଛି

ଅନ୍ଧ ଓ ବଧିର ହୋଇ।

ତାଲା ପଡ଼ିଅଛି ପାଟିରେ ମୋହର

ଫିଟିବାକୁ ବଳ କାହିଁ

ସମ୍ପର୍କର ଜଉଘରେ ଆଜିକାଲି

ତଥାପି ବଞ୍ଚିଛି ଚାହିଁ।

ସ୍ୱାର୍ଥରେ ସ୍ୱାର୍ଥରେ ସମ୍ପର୍କ ରହିବା

ଯଦି ଯୁଗେଯୁଗେ ଅଛି

କାହିଁକି ଈଶ୍ଵର ଜନ୍ମ ଦେଇଅଛ

ମଣିଷ ଜାତିରେ ବାଛି।

ପ୍ରେମର ସମ୍ପର୍କ ଧର୍ମର ଜୁଇରେ

ଆଉ ରଖନାହି ତୁମେ

ସମ୍ପର୍କ ତୁଟାଇ ହଟାଇ ଦିଅନ୍ତୁ

ଏଇ ଶରୀରକୁ ଧାମେ ।

        


Rate this content
Log in

Similar oriya poem from Abstract