Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Diptipriyadarshini Behera

Romance

3  

Diptipriyadarshini Behera

Romance

ସମୟ ସୁଅରେ ସମ୍ପର୍କ

ସମୟ ସୁଅରେ ସମ୍ପର୍କ

1 min
190


ଆଜିବି ମନେ ଅଛି ତୁମ ସହ

ବିତିଥିବା ପ୍ରତ୍ୟେକଟି ମୁହୂର୍ତ୍ତ

ହଜିଥିବା ସ୍ମୃତି ପାସୋରି ଯାଇଥିବା

ସବୁତକ ସାଉଁଟା ପ୍ରେମ 

ମୁଁ ହୃଦୟର କୋଣରେ ରଖିଛି

ଅତି ଯତ୍ନରେ ସାଇତି ।

ମୁଁ ନିଜକୁ ଭୁଲି ପାରେ...

କିନ୍ତୁ ତୁମକୁ ଆସନ୍ତା ସାତ ଜନମ

ପର୍ଯ୍ୟନ୍ତ ତୋ ନୁହେଁ ।

ଆଜି ବି ଆମ ପ୍ରେମ ଜୀବନ୍ତ ଲାଗେ

ଯେ କେହି ଆମ ଭଲପାଇବାକୁ ନେଇ 

ଟାହିଟାପରା କରନ୍ତି

 ମୋ ସିଂଥି ସିନ୍ଦୁର ତାଙ୍କୁ ତାଙ୍କର

ଉତ୍ତର ଦେଇଦିଏ ।

କୁହନ୍ତି ସମୟ ସହ ସମ୍ପର୍କରେ

 ଭଲପାଇବା କମିଯାଏ ।

ସମ୍ପର୍କରେ ମଧୁରତା ରୁହେନି ଆଗ ପରି ।

ଏସବୁ ମିଛ

କହିବାକୁ ଗଲେ ସତ

 ସମୟ ବଦଳିଯାଏ ସମ୍ପର୍କ ନୁହଁ ।

 ଆମ ସମ୍ପର୍କର ମେରୁଦଣ୍ଡ

 ଆଗ ଅପେକ୍ଷା

ଅଧିକ ଦୃଢ଼ ମଝଭୁତ୍ ହୋଇଛି ।

କିନ୍ତୁ ମୁଁ କେବେ ଅନୁଭବ କରିନି

ତୁମେ ପୁଣି କେବେ ବଦଳିବ !!!


ଏତିକି ବର୍ଷ ତୁମ ସହ ସମ୍ପର୍କ ରେ

ଅନେକ ଝଡ଼ ତୁଫାନ୍ ଆସିଛି

କିଛି ବି ଉଡେଇ ନେଇନି ।

ପ୍ରଥମ ଦେଖାର ସ୍ମୃତି ଆଜି ମଧ୍ୟ

ମୋ ଚକ୍ଷୁ ପଟଲରେ ରହିଛି।

ପାଣି ପିଇ ମଧ୍ୟ 

ତଣ୍ଟି ଶୁଖିଲା ଲାଗୁଥିଲା ।

 ତୁମ ସହ କଥା ହେଲା ପରେ

ଜାଣିଲି ତୁମେ କେତେ ସରଳ ଲୋକଟେ।

ତୁମ ସ୍ପର୍ଶ ରେ ଏକ ଅଜବ ଯାଦୁ ଥିଲା

ମୋତେ ନିଜଠୁ ଦୂରେଇ

ତୁମପାଖକୁ ଟାଣିଆଣୁଥିଲା ।

ଏଇ ବୋଧେ ଥିଲା ଆମ ପ୍ରେମ 

ଆମ ସମ୍ପର୍କ ସୁଅରେ ବଦଳିଛି 

ଯଦି ତାହା କେବଳ ସମୟ

ଆମେ ନୁହେଁ ।।


Rate this content
Log in

Similar oriya poem from Romance