Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijaya Kumar Swain

Inspirational

4.0  

Bijaya Kumar Swain

Inspirational

ସତେ କି ତୋ ଇଚ୍ଛା ହେବ

ସତେ କି ତୋ ଇଚ୍ଛା ହେବ

1 min
337


ଶ୍ରୀ କ୍ଷେତ୍ର ଯିବା କୁ ଭାରି ଇଚ୍ଛା ମୋର

କେତେକାଳୁ ଇଚ୍ଛା ଜାଗିଛି

ଭାବିଛି ମୁଁ କାଲି ଯିବି ଯିବି ବୋଲି

ଇଚ୍ଛା ଟା ମୋହର ଇଚ୍ଛାରେ ରହିଲା

ଯିବା ଟା ସପନ ସାଜିଛି ।


ଦରଶନ ପାଇଁ ଚତୁର୍ଦ୍ଧା ମୂର୍ତ୍ତୀ ଙ୍କୁ

ମନେ କେତେ ଆଶା ବାନ୍ଧିଛି

ପତିତପାବନ ଉଡ଼ି ଫରଫର

ହାତ ଠାରି ମୋତେ ଡାକୁଛି

ଶୁଣିଛି ଶ୍ରୁତି ରେ ତୋ ଡୋରି ନ ହେଲେ

ତୋର ଦରଶନ ନୋହିଛି ।


କେଉଁଦିନ ଦିନ ତୋର କରୁଣା ହୋଇବ

ସେ ଦିନ କୁ ଚାହିଁ ରହିଛି

ଭାବଗ୍ରାହୀ ତୁହି ମୋ ଭାବ କୁ ବୁଝି

ଦରଶନ ଦେବୁ ଭାବୁଛି

ଜନମ ଜନମ ପାପ ଧୋଇ ଯିବ

ଏହି ଆଶା ମୁଁ ଯେ କରିଛି ।



Rate this content
Log in

Similar oriya poem from Inspirational