ତିନୋଟି କବିତା
ତିନୋଟି କବିତା
ଦେଖ ଆଉ ଶିଖ
ନାତୁଣୀକୁ ଧରି ଆଈ ଚାଲିଗଲେ
ଦିଗନ୍ତ ପଦାକୁ ଯେବେ
ଦେଖେଇ କହିଲେ ଯଥାଶୀଘ୍ର ଶିଖ
ଅନୁଭୂତି ଅନୁଭବେ
କହିବୁ କି ମୋତେ ଏବେ
ସୃଷ୍ଟିର ରହସ୍ୟ ଲୁଚି ରହିଅଛି
ଏ ପ୍ରକୃତି ଆଉ ଭବେ?
ଦେଖ ଆଉ ଶିଖ
ପାହାଡ଼କୁ ଦେଖି ଶିଖିଲି ଆଈ ଲୋ
ଧୈର୍ଯ୍ୟ ଓ ସହନଶୀଳ
ନଦୀ ଶିଖାଇଲା ଜଳ ଦେବା ଗୁଣ
ବୃକ୍ଷ ଛାଇ କାଠ ଫଳ
ସମୁଦ୍ର ଯୋଗାଇ ବଳ
ତଳ ଓ ଉପର ଦୋଳି ଖେଳାଇକି
ହଟାଏ ମୂଳରୁ କାଳ।
ଦେଖ ଆଉ ଶିଖ
ଜ୍ଞାନର ଏମାନେ ମୂଳ ହିଁ ଲୋ ଆଈ
ପକ୍ଷୀ ଶିଖାଇଲା ଯାହା
ପଶୁ ବି ସଂସାର ଚଳାଇବା ପାଇଁ
କରମେ ଲାଗିଛି ଆହା
ଆମେ ଧ୍ଵଂସ କରୁ ତାହା
ଗଛକୁ ଲଗାଇ ପକ୍ଷୀ ଆଉ ପଶୁ
ଜଗିକି ରହେ ଅକୁହା।