Goutam Swain

Tragedy Classics Inspirational

4  

Goutam Swain

Tragedy Classics Inspirational

୯୯ର ଫାନ୍ଦ

୯୯ର ଫାନ୍ଦ

2 mins
331


ସଂସାରରେ ପ୍ରତ୍ୟେକ ମଣିଷ ୯୯ର ଫାନ୍ଦରେ ଫସା l ଏଠି କେହି ୯୯ରେ ଖୁସି ନୁହନ୍ତି l ୧୦୦ ପୁରା କରିବା ନିଶାରେ କେତେ ଜୀବନ ନଷ୍ଟ ହେଲାଣି ତାର କିଛି ହିସାବ ନାହିଁ l ଗୋଟେ ଛୋଟ କାହାଣୀ ମାଧ୍ୟମରେ ବୁଝେଇବାକୁ ଚେଷ୍ଟା କରୁଛି l ଭୁଲ ଥିଲେ କ୍ଷମା କରିବେ l 


ଜଣେ ବ୍ୟକ୍ତି ଥିଲେ, ଯିଏକି ପ୍ରଚୁର ଧନ ସମ୍ପତିର ମାଲିକ ଥିଲେ l ଏତେ ସବୁ ଧନସମ୍ପତି ସତ୍ତ୍ୱେ ସେ ସବୁବେଳେ ଅସନ୍ତୁଷ୍ଟ ଆଉ ଚାପଗ୍ରସ୍ତ ରହୁଥିଲେ | ଦିନେ, ଜଣେ ଋଷି ସେହି ଗ୍ରାମକୁ ଆସିଲେ l ବ୍ୟକ୍ତି ଜଣକ ଋଷିଙ୍କ ପାଖକୁ ଯାଇ ପ୍ରଶ୍ନ କଲେ " "ଏତେ ଧନ ସମ୍ପତି ସତ୍ୱେ ମୁଁ ଅସନ୍ତୁଷ୍ଟ ଆଉ ଚିନ୍ତାଗ୍ରସ୍ତ କାହିଁକି ? " I ଋଷି ଜଣକ କହିଲେ ଏ ପ୍ରଶ୍ନର ଉତ୍ତର ତ ମୁଁ ଦେଇଦେବି କିନ୍ତୁ ବଦଳରେ ମୋତେ ୯୯ଟି ସ୍ଵର୍ଣ ମୁଦ୍ରା ଆବଶ୍ୟକ l ବ୍ୟକ୍ତି ଜଣକ ରାଜି ହେଲେ ଆଉ ୯୯ଟି ସ୍ଵର୍ଣ ମୁଦ୍ରା ଆଣି ଋଷିଙ୍କୁ ଦେଇ ଦେଲେ l ଏହା ପରେ ସେମାନେ ଦୁଇଜଣ ଏକାଠି ହୋଇ ଏକ ଗରିବ ଦମ୍ପତିଙ୍କ କୁଟୀରକୁ ଯାଇ ମୁଦ୍ରାର ବ୍ୟାଗକୁ ଝରକା ଦେଇ ଫିଙ୍ଗିଦେଲେ | ପରଦିନ ସକାଳେ, ଦମ୍ପତି ବ୍ୟାଗ ଭିତରେ ୯୯ଟି ସୁନା ମୁଦ୍ରା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ l ତାଙ୍କ ଭିତରେ ଯେତିକି ଖୁସି ନଥିଲା ତା ଠାରୁ କେତେ ଅଧିକ ଦ୍ୱନ୍ଦ୍ୱ ଥିଲା ଏହା ଭିତରେ କାହିଁକି ୯୯ଟି ସୁନା ମୁଦ୍ରା ଅଛି ? କାହିଁକି ୧୦୦ ନୁହେଁ ?। ତାପରେ ସେମାନେ ୯୯କୁ ଉପଭୋଗ କରିବା ବଦଳରେ ୧୦୦ ପୁରା କରିବାକୁ ଲାଗିପଡ଼ିଲେ l ପର୍ଯ୍ୟାପ୍ତ ଅର୍ଥ ସଂଗ୍ରହପାଇଁ ସେମାନେ ଅଧିକ ପରିଶ୍ରମ କରିବାକୁ ଲାଗିଲେ l ପ୍ରତ୍ୟେକ ଦିନ ଗୋଟିଏ ଓଳି ଭୋକରେ ରହିବାକୁ ଲାଗିଲେ l ସେମାନଙ୍କର ସରଳ ଜୀବନ ହଠାତ୍ ଜଟିଳ ଅସନ୍ତୁଷ୍ଟ ଆଉ ଚାପଗ୍ରସ୍ତ ହୋଇଗଲା | ଏହା ଦେଖି ଋଷି ଜଣଙ୍କ ବ୍ୟକ୍ତିଙ୍କୁ ପଚାରିଲା " ଆପଣଙ୍କ ପ୍ରଶ୍ନର ଉତ୍ତର ପାଇଗଲେ ତ ? " I 


ଆମ ପାଖରେ ଯେତେ ଥାଉ ନା କାହିଁକି, ଆମେ ସମସ୍ତେ ୯୯ର ଫାନ୍ଦରେ ଫସା | ଯେତିକି ଅଛି ସେତିକିରେ ସନ୍ତୁଷ୍ଟ ନ ହେଇ "ଆହୁରି ଟିକେ" , "ଆହୁରି ଟିକେ" କରି କରି ଆମେ ଆମ ସରଳ ଜୀବନକୁ କୋଉ ସ୍ତରକୁ ନେଇ ଯାଉଛନ୍ତି ତାହା ଆମେ ନେଡି ଗୁଡ କହୁଣିକୁ ଗଲା ପରେ ହିଁ ଜାଣି ପାରୁ l



Rate this content
Log in

Similar oriya story from Tragedy