Goutam Swain

Inspirational

3  

Goutam Swain

Inspirational

ପର୍ବପର୍ବାଣୀ

ପର୍ବପର୍ବାଣୀ

2 mins
183


ଆମେ ବିଦେଶରେ ରହୁଥିବା ଭାରତୀୟ ମାନଙ୍କ ପାଇଁ ସବୁଠୁ ମୁସ୍କିଲ ଦିନ ହେଲା ପର୍ବପର୍ବାଣିର ଦିନ l ପର୍ବପର୍ବାଣି ଆସିଗଲେ ଆମେ ଟିକେ ଗାଁ କୁ ଅଧିକା ମିସ କରୁ l ଅତୀତ କଥା ସବୁ ମନେ ପଡ଼ିଯାଏ l ଏଇ କିଛି ଦିନ ତଳେ କୁମାରପୂର୍ଣ୍ଣିମା ଗଲା l ଏହା ହଉଚି ମୋ ଗାଁ ର ଗୋଟେ ପ୍ରମୁଖ ପର୍ବ l ସେ ଦିନ ମୁଁ ମୋ ଗାଁ କୁ ବହୁତ ମିସ କଲି l ଗାଁ କଥା ଭାବୁ ଭାବୁ ଗୋଟେ ମଜା କଥା ମନେ ପଡିଗଲା l ଗୋଟେ ପୁରୁଣା ଲୋକକଥା ମୋ ଗାଁ କୁ ନେଇ l ସେଇଟା ହେଲା " କଇଆଁ ପତର ଡାଲିକି , ହଂସତୂଳୀ ନାଟ କାଲିକି " l କଥାଟା ଶୁଣିବାକୁ ଟିକେ ଅବାଗିଆ ହେଲେବି ଟିକେ ନିରେଖି ଦେଖିଲେ ଆପଣ ଜାଣି ପାରିବେ ଏହା ବହୁତ ବଡ ମତଲବଟିଏ ରଖୁଛି l ଏଥିରେ ଦୁଇଟି ଜିନିଷ ଆପଣ ସ୍ପଷ୍ଟ ଜାଣି ପାରିବେ l ପ୍ରଥମ ହେଲା ଆମ ଗାଁ ନାଟକୁ ସମଗ୍ର ଅଂଚଳରେ ଅପେକ୍ଷା ରହୁଥିଲା ଆଉ ଦ୍ୱିତୀୟଟି ବର୍ଷା ଦ୍ୱାରା ନାଟ ସ୍ଥଗିତ ରହିବାର ଭରପୁର ସମ୍ଭାବନା ରହୁଥିଲା l 


ପ୍ରଶ୍ନ ଉଠୁଛି, ଅଂଚଳରେ କେତେ ନାଟ ଯାତ୍ରା ହଉଚି l ହଂସତୂଳୀ ନାଟରେ ଏମିତି କଣ ଆକର୍ଷଣ ଥିଲା ଯାହାକୁ ଦେଖିବାକୁ ସମସ୍ତଙ୍କ ଅପେକ୍ଷା ରହୁଥିଲା l ଉତ୍ତରଟା ଏକଦମ ସିମ୍ପ୍ଲଲ l ଆକର୍ଷଣ ଥିଲା ଆମ ନିଆରା ପରମ୍ପରାରେ , ଆକର୍ଷଣ ଥିଲା ଆମର ୧୦୦ ଫୁଟ ନଳ ପରିକ୍ରମାରେ , ଆକର୍ଷଣ ଥିଲା ଗୁହାରିଆଙ୍କ ଠାରେ ଠାକୁର ବିଜେ କରି ଗାଁର ଭବିଷ୍ୟତ କହିବାରେ , ଆକର୍ଷଣ ଥିଲା ଆମ ଗାଁ କଳାକାରଙ୍କ ଦ୍ୱାରା ପରିବେଷିତ ନାଟକରେ , ଆଉ ସବୁଠୁ ଅଧିକ ଆକର୍ଷଣ ଥିଲା ଆମ ଅତିଥି ସେବାରେ l ହେଲେ କେଜାଣି କାହିଁକି ସେ ଆକର୍ଷଣ ଧୀରେ ଧୀରେ କମିବାରେ ଲାଗିଲାଣି l ଅଂଚଳ ବlସି କଥା ତ ଦୂରରେ , ଅପେକ୍ଷା ଆଉ ଆକର୍ଷଣ ଏବେ ଗ୍ରାମବାସୀ ମାନଙ୍କ ମଧ୍ୟ ରେ ଦେଖିବାକୁ ମିଳୁନି l ପଦା ଲୋକ ଛାଡ଼ନ୍ତୁ , ଏବେ ଗାଁ ଲୋକ ଗାଁରେ ନାଟ ଦେଖିବାକୁ ଆଉ ପସନ୍ଦ କରୁନାହାନ୍ତି l 


 ବହୁତ କିଛି ପରିବର୍ତନ ହେଲାଣି , ଆଗ ପରି ଏବେ ଆଉ କୁମାରପୂର୍ଣ୍ଣିମା ରେ ବର୍ଷା ହଉନି, ନଳ ପରିକ୍ରମା ଏବେ ଡିଜେ ସଂଗୀତ ସାଥିରେ ହେଲାଣି , ନଳ ଧରିବା ଲୋକ ସ୍ୱତନ୍ତ୍ର କରା ଗଲାଣି , ବେଳେ ବେଳେ ବାହାରୁ ଅପେରା ମଧ୍ୟ ଆସୁଛି ହେଲେ ସେ ଆକର୍ଷଣ ଆଉ ନାହିଁ l ଗୋଟେ ମହାନ ପରମ୍ପରା ଏବେ ଶ୍ରୀହୀନ ଅବସ୍ଥାରେ l ଏଥି ପ୍ରତି ବିଶେଷ ଧ୍ୟାନ ନ ଦେଲେ ଦିନେ ଏହି ଲୋକ କଥା ଗୋଟେ କାହାଣୀ ହୋଇ ରହିଯିବ l


Rate this content
Log in

Similar oriya story from Inspirational