Goutam Swain

Drama Tragedy Thriller

4  

Goutam Swain

Drama Tragedy Thriller

ସେଇ ରାତି

ସେଇ ରାତି

2 mins
422


ରାତ୍ରର ଅର୍ଧପହର l ଚାରି ଆଡେ ସୁନସାନ l କୁହୁଡି ସାଙ୍ଗକୁ ଶୀତର କହର l ହେଲେ ଏ ସବୁକୁ ଟିକେବି ଖାତିର ନକରି ମହାପାତ୍ରବାବୁ ବଢି ଚାଲିଛନ୍ତି ଆଗକୁ ଆଗକୁ l ଆଜି ରାତି ଭିତରେ ଯେମିତି ହେଲେ ଟଙ୍କାଟା ନ ବାଣ୍ଟିଲେ ଆସନ୍ତାକାଲି ଭୋଟର ମାନେ ବଦଳିଯାଇ ପାରନ୍ତି l ଏହି ଡର ମହାପାତ୍ର ବାବୁଙ୍କୁ ରାତି ଶୁଆଇ ଦେଇନଥିଲା l ସରପଞ୍ଚବାବୁଙ୍କ ଫୋନ ଆସୁ ଆସୁ ବାହାରି ପଡ଼ିଥିଲେ ସେ ପାଖ ଗାଁ ଅଭିମୂକ୍ଷେ l କାଖତଳେ ଟଙ୍କା ବେଗଟିକୁ ଜାକିଜୁକି ଆଗକୁ ମାଡି ଚାଲିଥାନ୍ତି ମହାପାତ୍ରବାବୁ l କିଛି ବାଟ ଅତିକ୍ରମ କଲା ପରେ ମହାପାତ୍ରବାବୁ ଦେଖିଲେ ଗୋଟେ ନାଲି ଆଲୁଅ ରାସ୍ତା କଡରେ ଜଳୁଛି ଆଉ ଲିଭୁଛି l ଠପ କରି ଠିଆ ହେଇଗଲେ ମହାପାତ୍ରବାବୁ l ପୋଲିସ କି ଭିଜିଲାନ୍ସ ଗାଡି ନିଶ୍ଚୟ ହେଇ ଥିବ  l ଏ ନିର୍ବାଚନ ସମୟରେ ପୋଲିସ ଆଉ ଭିଜିଲାନ୍ସ ରାତିରେ ବୁଲିବାଟା ସ୍ୱାଭାବିକ କଥା l " ନା ଅଲଗା ରାସ୍ତା ଦେଖିବାକୁ ହବ " ଏମିତି ଭାବି ମହାପାତ୍ରବାବୁ ପଛକୁ ବୁଲିଛନ୍ତିକି ନାହିଁ ଯନ୍ତ୍ରଣା ଭରା କଣ୍ଠରେ କାହାର ଏକ ଆକୁଳ ଚିତ୍କାର ମହାପାତ୍ରବାବୁଙ୍କ କାନରେ ପଡିଲା l ଗୋଡ ଦୁଇଟା ଆପେ ଆପେ ବଢିଗଲା ସେଇ ଚିତ୍କାର ଆଡକୁ l ଜୀବନ ସାରା ସରପଂଚ ବାବୁଙ୍କ ଗୋଲାମୀ କରି କରି ମହାପାତ୍ରବାବୁ ଏ ଭଳି ଘଟଣା ଅନେକ ଦେଖିଛନ୍ତି l ଅନୁଭବରୁ ଜାଣି ନେଲେ ସେ କିଛି ଗୋଟେ ଦୁର୍ଘଟଣା ନିଶ୍ଚୟ ଘଟିଛି l ଟିକେ ଆଗକୁ ବଢ଼ିଲା ପରେ ଦେଖିଲେ କାହାର ଗୋଟେ ବାଇକ ଆସିଡେଣ୍ଟ ହେଇଚି l ପିଲାଟା ବିକଳରେ ସାହାଯ୍ୟ ପାଇଁ ଗୁହାରି କରୁଛି l କିଛି ସମୟ ପାଇଁ ସ୍ତବ୍ଧ ହେଇଗଲେ ମହାପାତ୍ରବାବୁ l କଣ କରିବେ ସେ ? ପିଲାଟାକୁ ମେଡିକାଲ ନେବେ ନା ସରପଂଚବାବୁଙ୍କ କଥା ରକ୍ଷାକରି ପାଖ ଗାଁରେ ପଇସା ବାଣ୍ଟିବେ l ଜୀବନର ଇଏ ଗୋଟେ ପରୀକ୍ଷା l ମନ କହୁଛି ପିଲାଟାକୁ ସାହାଯ୍ୟ କରିବାକୁ, ହେଲେ କର୍ତବ୍ୟ ଆଗରେ ସେ ନାଚାର l ଫେରି ଚାଲିଯାଉଥିଲେ ମହାପାତ୍ରବାବୁ କିଛି ଦୁରକୁ ଗଲାପରେ ମହାପାତ୍ରବାବୁ ଭାବନ୍ତି କମ ସେ କମ ପିଲାଟାର ପରିଚୟଟା ଟିକେ ବୁଝିନେଲେ ଭଲ ହୁଅନ୍ତା l ତାଙ୍କ ପରିବାରକୁ ଖବର ଟିକେ କରି ହୁଅନ୍ତା l ଏମିତି ଭାବି ପୁଣି ବୁଲିପଡିଲେ ମହାପାତ୍ରବାବୁ l ଚାରି ପାଦରେ ପିଲାଟି ପାଖରେ ପହଂଚି ଯେମିତି ଟର୍ଚ୍ଚ ଲାଇଟଟା ପିଲାଟାର ମୁହଁରେ ପକାଇଛନ୍ତି , ଖପ କିନା କେହି ଜଣେ ମାଡିବସିଲା ମହାପାତ୍ରବାବୁଙ୍କ ଉପରେ l  ତାପରେ ପ୍ରବଳରୁ ଅତିପ୍ରବଳ ମାଡ଼ l ମହାପାତ୍ରବାବୁ ନିସ୍ତେଜ ହେଇ ଭୂମିରେ ପଡିଗଲେ l ତାଙ୍କ ଟଙ୍କା ବେଗ ସହ ପିନ୍ଧିଥିବା ସୁନା,ରୁପା ସବୁ ନେଇ ଗାଡି ଉଠେଇ ଫୁରର I

ଟଙ୍କାଟା ଏବେ ଯାଏଁ ପହଂଚି ନଥିବା ଖବର ଶୁଣି ସରପଂଚ ବାବୁ ତାଙ୍କ ସହଭାଗୀ ମାନଙ୍କ ସହ ଆସି ଦେଖନ୍ତି ତ ମହାପାତ୍ରବାବୁ ଲହୁଲୁହାଣ ହେଇ ଭୂମିରେ ପଡିରହିଥାନ୍ତି l ସମ୍ପୂର୍ଣ ଅଚେତ ହେଲେବି ମହାପାତ୍ରବାବୁ ଠିକ ଶୁଣିଥିଲେ ସେ ଦିନ ସରପଂଚ ବାବୁଙ୍କ ସେଇ କଥା l " ଏ ବଞ୍ଚିଲା ପରେ ହୁଏତ ଜଣା ପଡିପାରେ ଯେ ଟଙ୍କା ବାଣ୍ଟିବାକୁ ଯାଇ ସେ ଆକ୍ରମଣର ଶିକାର ହେଇଛି l ତା ପରେ ଆମକୁ ପୋଲିସ ଗିରଫ କରିପାରେ l ତେଣୁ ତାକୁ ମାରିଦେବାଟା ଠିକ ହବ " ଏମିତି କହି ନିଜ ଗାଡ଼ିରୁ ଖଣ୍ଡାଟିକୁ ଆଣି ଯେମିତି ମାରିବାକୁ ଯାଇଛନ୍ତି, ମହାପାତ୍ରବାବୁ ତାଙ୍କ ଗୋଡ ଦୁଇଟାକୁ ଜୋରକରି ଜାବୁଡି ଧରିନେଲେ l ଯନ୍ତ୍ରଣା ଜର୍ଜରିତ ସ୍ୱରରେ ଧୀରେ ଧୀରେ କହିବାକୁ ଲାଗିଲେ " ସାନ୍ତେ, ମୁ ମରିଗଲେ ଆପଣଙ୍କ ଟଙ୍କା କିଏ ସୁଝିବେ l ଏତେ ବଡ ଉଦ୍ଧାରକୁ ମୁଣ୍ଡରେ ମୁଣ୍ଡେଇ  ମୁ ମରିବାକୁ ଚାଁହୁନି l ଆପଣଙ୍କ ଟଙ୍କା ଶୁଝିବା ଯାଏଁ ମୋତେ ବଂଚିବାକୁ ଦିଅନ୍ତୁ l ସେ ଦିନ ମହାପାତ୍ରବାବୁ ଆଉ ସରପଂଚ ବାବୁଙ୍କ ମଧ୍ୟରେ  ଗୋଟେ ସନ୍ଧି ହେଲା l ଏ ଘଟଣା ବିଷୟରେ କିଏବି, କେବେବି କାହା ଆଗରେ କହିବେନି l 


କ୍ରମଶଃ


Rate this content
Log in

Similar oriya story from Drama