Goutam Swain

Abstract Romance Classics

3.2  

Goutam Swain

Abstract Romance Classics

କାଶତଣ୍ଡି

କାଶତଣ୍ଡି

2 mins
170


ବରଷକ ବାର ମାସ ଓ ଛ ଋତୁ l ସମସ୍ତେ କୁହନ୍ତି ବସନ୍ତ ଋତୁ ସବୁଠୁ ଶ୍ରେଷ୍ଠ l ସେଥିପାଇଁ ତାକୁ ଋତୁ ରାଜା ବୋଲି କୁହାଯାଇଥାଏ l କିନ୍ତୁ ମୋ ପାଇଁ ସବୁଠୁ ଶ୍ରେଷ୍ଠ ଋତୁ ହେଲା ଶରତ l ଶରତ ଋତୁ ସାଥିରେ ମୋ ଭାବପ୍ରବଣତା ଯୋଡି ହେଇ ରହିଛି l ମୁ ଶରତ ଋତୁକୁ ଏତେ ଭଲ ପାଇବାର ବହୁତ କାରଣ ରହିଛି l ସେ ଭିତରୁ ମୁଖ୍ୟ ହେଲା ମା'ଙ୍କ ଆଗମନ l ଶରତ ଋତୁ ମା'ଙ୍କ ଋତୁ। ମା'ଙ୍କ ଆଗମନ ପୂର୍ବରୁ ଚାରିଆଡେ କେମିତି ଗୋଟେ ଖୁସି ମା'ଙ୍କୁ ଆଗମନ କରିବାର । ସେ ଖୁସି ଆନନ୍ଦର କୌଣସି ପରିଭାଷା ହିଁ ନାହିଁ। କେବଳ ଆମେ କାହିଁକି, ସାରା ପ୍ରକୃତି ମଧ୍ୟ ସ୍ୱାଗତ କରିବା ପାଇଁ ଅପେକ୍ଷାରେ ଥାଏ ମା'ଙ୍କୁ। ଏଇ ଯେମିତି ଚାରିଆଡେ କାଶତଣ୍ଡି ଫୁଲର ଭରା ସମ୍ଭାର। କାଶତଣ୍ଡି ଫୁଲମାନଙ୍କୁ ଦେଖିଲେ ହିଁ ଆମେ ଜାଣିପାରୁ ମା'ଙ୍କ ଆଗମନର ବାର୍ତ୍ତା। ଯେମିତି ସେ ଆଗରୁ ଆସିଯାଏ ମା'ଙ୍କ ଆଗମନର ବାର୍ତ୍ତା ଆମକୁ ଜଣାଇବା ପାଇଁ। ଚାରିଆଡେ କେତେ ବେଶୀ କାଶତଣ୍ଡି ଫୁଲର ସମ୍ଭାର। ଆମ ଭିତରୁ ଏମିତି କେହି ନଥିବେ ଯିଏ ଏହି କାଶତଣ୍ଡି ଫୁଲର ସମ୍ଭାର ମୋହରେ ନ ପଡିଥିବେ। ଅତି ନରମ, ଅତି କୋମଳ। କିନ୍ତୁ କେବେ ବି ମା'ଙ୍କ ଆସିବା ପୂର୍ବରୁ ଆସି ମା'ଙ୍କୁ ସ୍ୱାଗତ କରିବା ସହିତ ଆମକୁ ବାର୍ତ୍ତା ଦେବା ପାଇଁ ଭୁଲିନଥାଏ ସେ l


କାଶତଣ୍ଡୀକୁ ଦେଖିଲେ ମୁ ଭାରି ଖୁସି ହେଇଯାଏ l ଭାରି ଆପଣାର ଲାଗେ ମୋତେ ଏହି ଫୁଲଟି l କଲେଜ ସମୟର କିଛି କଥା ମନେ ପଡ଼ିଯାଏ l  ସେଦିନ ପ୍ରଥମ ଦେଖାରେ ମୋ ପ୍ରେମିକାର ଖୁବ ପସନ୍ଦ ହେଇଥିଲା ଏହି କାଶତଣ୍ଡୀ ଫୁଲ l ଖୁସିରେ ମୋତେ କହିଥିଲା; ଯେବେ ବି ଦେଖା କରିବ କାଶତଣ୍ଡୀ ନେଇ ଆସିବ l ସମୟ ଚାଲିଥାଏ ତା' ବାଟରେ । ଦିନ ଆସେ, ପୁଣି ରାତି ଆସେ । ଦିନ ଯାଏ ପୁଣି ରାତି ଯାଏ । ସେମିତି ଋତୁ ଆସେ ପୁଣି ଋତୁ ଯାଏ। ଏ ଭିତରେ ପାଖାପାଖି ୨୦ ବର୍ଷ ବିତିଗଲାଣି l ତଥାପି ମନର କୋଉ ଏକ କୋଣରେ ଆଶାଟିଏ ଅଛି , ଦେଖା ହେଲେ ଦେବୀ କାଶତଣ୍ଡୀଟିଏ l


Rate this content
Log in

Similar oriya story from Abstract