Pradeep Kumar Panda

Abstract Classics Inspirational

3  

Pradeep Kumar Panda

Abstract Classics Inspirational

ଅଗଣ୍ଠିଆମାଳ

ଅଗଣ୍ଠିଆମାଳ

4 mins
143



      ଅସରନ୍ତି ରହସ୍ୟର ଗନ୍ତାଘର ଶ୍ରୀପୁରୁଷୋତ୍ତମ କ୍ଷେତ୍ର । ମହାବିଗ୍ରହଙ୍କ, ରୂପ, ଲୀଳା, ଓ ମହିମା ଅକ୍ଷୟ ଅବିନାଶୀ । ଶ୍ରୀଜଗନ୍ନାଥଙ୍କ ରହସ୍ୟ ଓ ଅଲୌକିକତା ଅଦ୍ୟାବଧି ସମ୍ପୂର୍ଣ୍ଣ ଭାବରେ ଅଜଣା ଓ ଅସମାହିତ। ଶ୍ରୀକ୍ଷେତ୍ରର ଅନେକ ରହସ୍ୟ ଏବେ ବି ଅଭେଦ୍ୟ ହୋଇରହିଛି । ଦାରୁ ଦିଅଁଙ୍କ ନାମ, ଧାମ, ତତ୍ତ୍ୱ, ସଂସ୍କୃତି ରହସ୍ୟାଚ୍ଛନ୍ନ । 


କେକହିବ ବଚନେ ସେ କ୍ଷେତ୍ରର ମହିମା

ଯମ ନ ଲଙ୍ଘଇ ଯେଉଁ ମୁକତିର ସିମା

ଅନେକ ଲୋକଙ୍କର ଜେ ଅଟଇ ଟି ଗତି

ଅନେକ ବିଚିତ୍ର କଥା ତହିଁରେ ଅଛନ୍ତି ...

ଅନେକ ବିଚିତ୍ର କଥା ତହିଁରେ ଅଛନ୍ତିଇ ....


      ଜଗନ୍ନାଥ ଙ୍କ ବଡ ଦେଉଳ ଏକ ବିଷ୍ମୟ ର ଦେଉଳ ଆଶ୍ଚର୍ଯ୍ୟ ର ଦେଉଳ। ଶ୍ରୀକ୍ଷେତ୍ର ବିଷୟରେ ଅନେକ ରହସ୍ୟମୟ କଥାବସ୍ତୁ ଆଶ୍ଚର୍ଯ୍ୟଜନକ ହେଲେ ହେଁ ଏହା ଶୁଣିଲେ ଅଦୃଶ୍ୟଶକ୍ତି ତଥା ଇଶ୍ୱରୀୟ ସତ୍ତା ପ୍ରତି ବିଶ୍ୱାସ ସ୍ପଷ୍ଟ ହୋଇଥାଏ। ଯେତେ ଅଦଭୁତ କଥା ସବୁ ବଡ ଦେଉଳରେ ଦେଖିବେ କୋଉ ଦିଅଁଙ୍କ ସହ ତାଙ୍କୁ ମିଶାଇବେନି। ସବୁ ଦିଅଁ ଗୋଟେ ପଟେ ଏଇ ଅନ୍ୟ ପଟେ। ଏ ଦିଅଁ ସତନ୍ତ୍ର ଦିଅଁ ମନିଷ କହିଲେ ଠିକ।ଦିଅଁ କହିଲେ ଠିକ। ପୁରୁଷ କହିଲେ ଠିକ। ନାରୀ କହିଲେ ଠିକ। ଜଡ କହିଲେ ଠିକ। ଚେତନ କହିଲେ ଠିକ।


 ନେକାନୁନେ ସ୍ଥୁଳ ସୁକ୍ଷ୍ମାଣୁ ମୂର୍ତ୍ତେ


   ଅଦଭୁତ ଦେବତା ସିଏ , ସବୁ କହିଲେ ଠିକ। ତାହାଲେ ଆଶ୍ଚର୍ୟ୍ଯ ଜିନିଷ କଣ ? ନା ଯେତେ ଦିଅଁଙ୍କ ବେକରେ ମାଳ ପଡୁଛି ରାମଙ୍କ ବେକରେ ମାଳ ପଡିଲା ,କୃଷ୍ଣଙ୍କ ବେକରେ ମାଳ ପଡିଲା , ଦୁର୍ଗା ଙ୍କ ବେକରେ ମାଳ ପଡିଲା କିନ୍ତି ଜଗନ୍ନାଥଙ୍କ ବେକରେ ମାଳ ପଡିବ ଅଗଣ୍ଠିଆ ମାଳ। ଆସିଗଲେ ଜଗନ୍ନାଥ ବ୍ୟତିକ୍ରମ ଇଏ । ଏ ହାତ ରୁ ସେ ହାତ ବିଶାଳ ପ୍ରଲମ୍ବିତ ଭୁଜ ରେ ମାଳ ପଡିଥିବ ଅଗଣ୍ଠିଆ ମାଳ। ସେଠି ଗଣ୍ଠି ପକାଇଲେ ମାଳ ମାରା। କାହିଁକି ଗଣ୍ଠି ପକାଇଲେ ମାଳ ମାରା ହେଉଛି ? ନା ଦୁନିଆରେ ଯେତେ ଗଣ୍ଠି ତ ମୋ ନା ନେଲେ ଖୋଲିବ .. ଗଣ୍ଠି କଣ ପକାଉଛ ଖୋଲିଦିଅ। ଏହାତ ରୁ ସେ ହାତ ପ୍ରଲମ୍ବିତ ବିଶାଳ ଭୁଜରେ ମାଳ ପଡ଼ିବ ଖୋଲା ମାଳ ଅଦଭୁତ ଦେବତା। ମହାପ୍ରଭୁଙ୍କ ସିଙ୍ଗାର ସମୟରେ ସିଙ୍ଗାରି ସେବକ ମାନେ ମାଳା ପରିଧାନ କରାଇଥାନ୍ତି ( ବିଭିଦ୍ଦ ମାଳା ମାନ ଲମ୍ବିଥାଏ ପାଦ ତଳ ଯାଏଁ ରହି ) ପାଦ ତଳ ଯାଏଁ ତାଙ୍କ ମାଳ ଗୁଡିକ ଲମ୍ବିଥାଏ । ଦୁଇଭୁଜରେ ୧୨ ହାତ ,୧୪ ହାତ , ୧୮ ହାତ ର ମଧ୍ୟ ମାଳ ପରିଧାନ କରିଥାନ୍ତି। ମହାପ୍ରଭୁ ହେଉଛନ୍ତି ଅନନ୍ତ ଅସିମ।ତେଣୁ ସେ ସିମା ହିନ ତାଙ୍କର କୌଣସି ବ୍ୟାପ୍ତି ନଥାଏ। 


    ଯେତେବେଳେ ଚୈତନ୍ୟ ମହାପ୍ରଭୁ ଆସିଥିଲେ ଶ୍ରୀ ମନ୍ଦିରକୁ।୧୮ ବର୍ଷ କାଳ ଗରୁଡ ସ୍ତମ୍ଭ ନିକଟରେ ଛିଡା ହେଇକି ମହାପ୍ରଭୁଙ୍କୁ ଦର୍ଶନ କରୁଥିଲେ ବୋଲି ପ୍ରବାଦ ରହିଛି । ସେତେବେଳେ ଅତିବଡି ଜଗନ୍ନାଥ ଦାସ ସିଏ ମଧ୍ୟ ରାଧା ଅଷ୍ଟମୀ ରେ ଜାତ ହୋଇଥିଲେ । ଅତିବଡି ଜଗନ୍ନାଥ ଦାସ ଆସିକି ଯେତେବେଳେ ପହଞ୍ଚିଥିଲେ। ଦୁଇ ଜଣଙ୍କ ମିଳନ ହେଇଥିଲା ବା ସମନ୍ଵୋୟ ହେଇଥିଲା।ସେତିକିବେଳେ ଚୈତନ୍ୟ ମହାପ୍ରଭୁ ମାନସ୍ତିକ ସ୍ତରରେ ବା ମନ ଭିତରେ ସିଏ ଗୋଟେ ମାଳ ଟିଏ ଗୁନ୍ଥିକି ମହାପ୍ରଭୁଙ୍କୁ ଅର୍ପଣ କରିବାକୁ ଚେଷ୍ଟା କରୁଥିଲେ।କିନ୍ତୁ ମାଳଟି ମହାପ୍ରଭୁଙ୍କୁ ଲାଗି ହେଇପାରୁ ନଥିଲା। ଏହି ସମୟରେ ଅତିବଡି ଜଗନ୍ନାଥ ଦାସ ତାଙ୍କୁ ଇସାରା ଦେଇଥିଲେ ଯେ ମାଳଟିର ଗଣ୍ଠି ଖୋଲିଦେବାକୁ । ଆଉ ତାଙ୍କ ଇସାର ଦେଖିକି ଏଇ ଆଶ୍ୟର୍ଯ୍ୟ ହେଇଯାଇଥିଲେ... କି ମୁ ତ ମୋ ମନ ଭିତରେ ଚିନ୍ତା କରୁଛି ଏଇ ମୋ ମନ ଭାବ ଜାଣିଲେ କେମିତି ? ତେଣୁ ସେତିକି ବେଳେ ତାଙ୍କୁ ସେ ଅତିବଡି ଉପାଧି ଦେଇଥିଲେ ବୋଲି ପ୍ରବାଦ ଅଛି ! ଏହା ପରେ ସେ ମାଳ ର ଗଣ୍ଠି ଖୋଲିଦେଇଥିଲେ । ମାଳଟିକୁ ପ୍ରଦାନ କରିଥିଲେ.. ଏହା ପରେ ମହାପ୍ରଭୁଙ୍କ ମଥାରେ ଯାଇଁକି ମାଳାଟି ଲାଗିଥିଲା।


       ଅନ୍ୟଏକ ଘଟଣା ବଳି କୁ ଲକ୍ଷ କଲେ ଜଣା ପଡେ ଚାଖି ଖୁଣ୍ଟିଆ ଯିଏ ସିପାହି ବିଦ୍ରୋହବେଳେ ଇତିହାସ କାର ମାନେ ତାଙ୍କ କଥା କୁହନ୍ତି । ସେ ମହାପ୍ରଭୁଙ୍କ ବିଡିଆ ସେବକଥିଲେ ହଡପ ସେବକ ବା ଚାଖି ଖୁଣ୍ଟିଆ। ସେତେବେଳେ ଚନ୍ଦନ ଗଡ ରାଜା ଙ୍କ ଜଙ୍ଗଲରେ ଜଣେ ବ୍ରିଟିଶ ଅଫିସର ର ହ ହତ୍ୟା କରିଥିଲେ। ହତ୍ୟାର କାରଣ ହେଲା କୌଣସି ମହିଳାଙ୍କ ଉପରେ ଲୋଲୁପ ଦୃଷ୍ଟି ପକାଇଥିଲା ସେହି ବ୍ରିଟିଶ ଅଫିସର । ସତେବେଳେ ବାଘ ଭଳି ସେ ତାକୁ ଚିରି ଦେଇଥିଲେ। ସେତେବେଳେ ଚାଖି ଖୁଣ୍ଟିଆ ଙ୍କୁ ଧରେଇ ଦେବାପାଇଁ ୧ ଲକ୍ଷ ସୋର୍ଣ୍ଣ ମୁଦ୍ରା ଘୋଷଣା କରିଥିଲେ ତତକାଳିନ ବ୍ରିଟିଶ ସରକାର ।

 ଯେତେବେଳେ ତାଙ୍କୁ ଧରିଦେଇଥିଲେ ସତେବେଳେ ତାଙ୍କୁ ମୃତ୍ୟୁ ଦଣ୍ଡ ର ଆଦେଶ ଦେଇଥିଲେ।ଏବଂ ମୃତ୍ୟ ଦଣ୍ଡ ଯତେବେଳେ ତାଙ୍କୁ ଦିଆଜାଇଥାନ୍ତା ଏହା ପୂର୍ବରୁ ତାଙ୍କୁ ତାଙ୍କର ଶେଷ ଇଚ୍ଛା ପଚରା ଯାଇଥିଲା। ସେ କହିଥିଲେ ମୋର ଶେଷ ଇଚ୍ଛା ହେଲା ମୋ ହାତରେ ମହାପ୍ରଭୁଙ୍କୁ ମୁ ଗୋଟିଏ ମାଳା ଟେ ପିନ୍ଧାଇବି।ଏହା ପରେ ତାଙ୍କୁ ମାଳା ଆଣିକି ଦିଆଜାଇଥିଲା। ଯେତିକି ଥର ମାଳା ଦିଆ ଯାଇଥିଲା ସେତିକି ଥର ସିଏ ତାକୁ ଛିଡାଇ ଦେଇଥିଲେ। ସେମାନେ ପଚାରିଥିଲେ ମାଳାଗୁଡିକ କାହିଁକି ଛିଣ୍ତାଇ ଦେଉଛ ? ନା ମୋ ପ୍ରଭୂ ହେଉଛନ୍ତି ଅସିମ ତେଣୁ ତାଙ୍କୁ ବିନା ଗଣ୍ଠି ପଡିଥିବା ମାଳା ପିନ୍ଧା ଯାଏ । ଏହା ପରେ ତାଙ୍କୁ ବିନା ଗଣ୍ଠି ବାଲା ମାଳା ପ୍ରଦାନ କରାଯାଇଥିଲା । ସେ ସେହି ମାଳା କୁ ଧରିକି ଗାଈଉଠିଥିଲେ ....


ଶ୍ରୀ ନନ୍ଦ ନନ୍ଦନ ଚରଣାର ବିନ୍ଦେ

 ଚନ୍ଦନ ହଜୁରି ଭଜେ

ଏ ଜେ ଚନ୍ଦନ ହଜୁରି ଭଜେ ....

ମନ୍ଦର ଧର ନୀଳ ଗିରି ବାସି

କନ୍ଦର ମଧ୍ୟେ ବିଜେ କଲ ଆସି

ପନ୍ଦର ନେତ୍ର ଧାରା ପୁରନ୍ଧର

ବନ୍ଦନା କରନ୍ତି ଯେଉଁ ପ୍ରୟର ହେ

ଛନ୍ଦ ଛାଡ ହେବ ରାୟ ହେ


    ଏହି ପରି ଭାବରେ ଚାଖି ଖୁଣ୍ଟିଆ ଚନ୍ଦନ ହଜୁରି ଯେତେବେଳେ ଗାନ କରିଥିଲେ ସେତିକି ବେଳେ ଗରୁଡ ପୁଷ୍ଠରେ ଲକ୍ଷ୍ମୀ ନାରାୟଣ ଆସି ଉପଦିଷ୍ଟ ହେଇଛନ୍ତି । ତାଙ୍କ ହାତରୁ ମାଳଟିକୁ ଗ୍ରହଣ କରିଛନ୍ତି । ଏହିସବୁ ଦେଖି ହତଭାଗ ହେଇପଡିଥିଲେ ବ୍ରିଟିଶ ସରକାର । ତାଙ୍କୁ ମୃତ୍ୟୁ ଦଣ୍ଡ ରୁ ଖ୍ୟାନ୍ତି କରିକି ନିର୍ବାଶନ ଦଣ୍ଡ ପ୍ରଦାନ କରିଥିଲେ । ସେତେବେଳ ର କଳାପାଣି ସଜା ତାଙ୍କୁ ପ୍ରଦାନ କରାଜାଇଥିଲା। ତାଙ୍କୁ ଯେତେବେଳେ ସେଠାକୁ ନିଆଗଲା ସତେବେଳେ ପୂର୍ବତନ ଗଜପତି ମହାରାଜା ବୀରକିଶୋର ଦେବ ମଧ୍ୟ ସେଠାରେ ସେହିଭଳି ସଜା ପାଉଥିଲେ ଏବଂ ଯେତେବେଳେ ଉଭୟଙ୍କ ସାଖାତା ହୋଇଥିଲା ସତେବଳେ ନିଜେ ଚନ୍ଦନ ହଜୁରି ବା ଚାଖି ଖୁଣ୍ଟିଆ ତାଙ୍କୁ କହୁଛନ୍ତି ନା ଅପଣ ! ନା ଖୁଣ୍ଟିଆ ଆପଣ ! କଣ ନା ଏମିତି ସଜ୍ଜା ! ନା କଣ କରିବା... ନା ଏଇ ଆମକୁ ଯେଉଁ ଛାଡିକି ଯାଇଛନ୍ତି ଏଠି ଅର୍ଣ୍ଣ ପ୍ରସାଦ ନାହିଁ ? ଆମେ ଏଠି ସୁଖୀ ସୁଖୀ ମରିବା ! 


   ନା ଆମେ ମହାପ୍ରଭୁଙ୍କ ସେବକ ଆମକୁ ଏ ସମୁଦ୍ର ବା କଣ କରିବ ! ଚାଲ ବଡ ଠାକୁରଙ୍କୁ ଡାକିକି ଏ ସମୁଦ୍ରକୁ ଲମ୍ପ ପ୍ରଦାନ କରିକି ପହଁରିକି ପଳାଇବା ଯେତେବେଳେ ବଡ ବାଡ ଖାଉନ୍ଦ ମଣିମା ବଡ ଠାକୁର ହଳାୟୁଧକୁ ସୁମରଣା କରି ଡେଇଁ ପଡିଛନ୍ତି ପହଁରିକି ଆସିବା ପାଇଁ ..୨୦୦୦ କିଲୋମିଟର ଜଳପଥରେ। ସତେବେଳେ ଗୋଟିଏ ଆଦେଶ ହେଉଛି ବରୁଣ ରାଜା ଙ୍କୁ ବଡ ଠାକୁରଙ୍କ ତରଫରୁ... ମୋ ସେବକ ଆସୁଛନ୍ତି ତାଙ୍କୁ ଆଣିକି ଶ୍ରୀ କ୍ଷେତ୍ରରରେ ପହଞ୍ଚାଇ ଦିଅ। ନିମିଷକ ମଧ୍ୟରେ ପହଁରିକି ଆସିକି ଦୁଇ ଜଣ ଶ୍ରୀ କ୍ଷେତ୍ର ମାଟିରେ ପହଞ୍ଚିଛନ୍ତି ପେଣ୍ଠକଠା ପାଖରେ।ଏହା ପ୍ରବାଦ ରହିଛି !


     ତେଣୁ ଏ ଭଳି ଠାକୁର ସିଏ । କାଳିଆ ଠାକୁରଙ୍କୁ ସିମା ଭିତରେ କିଏ ବାନ୍ଧି ପାରିବ ଅବା। କେବଳ ଭାବବୋନୋଦିଆ ତାଙ୍କୁ ଭାବ ରେ ବାନ୍ଧି ପରିବେ। ତାଙ୍କୁ ଭକ୍ତ ହିଁ ବାନ୍ଧି ପାରିବ କୌଣସି ମାଳା ର ଗଣ୍ଠି ପଡିକି ତାଙ୍କ ପାଖରେ ଲାଗୁ ହୁଏ ନାହିଁ । ସିଏ ବିଶ୍ୱ.. ବିଷ୍ଣୁ ସହର୍ଷ ନାମ ରେ ତାଙ୍କୁ କୁହା ଯାଏ ..


ବିଶ୍ୱ ବିଷ୍ଣୁ ବଷ୍ଟକାର

ଭୂତଭବ୍ୟ ଭବତ ପ୍ରଭୂ


   ତେଣୁ ସେ ହେଉଛନ୍ତି ବିଶ୍ୱ ସେ ହେଉଛନ୍ତି ଅନନ୍ତ । ଯାହାର ଆଦି ନାହିଁ କି ଅନ୍ତ ନାହିଁ। ତାଙ୍କୁ ଆମେ କଣ ଗଣ୍ଠି ଥିବା ମାଳା ରେ ବାନ୍ଧିବା !


Rate this content
Log in

Similar oriya story from Abstract