SUKANTA KHANDA

Children Stories

4  

SUKANTA KHANDA

Children Stories

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

4 mins
9



ରାତି ପାହିଲେ ଅକ୍ଷୟ ତୃତୀୟା ପର୍ବ କାହା ଘରେ ତର ନାହିଁ। ସକାଳୁ ସକାଳୁ ଗାଧୋଇ ନୂଆ ଲୁଗା ପିନ୍ଧି ଘରର ମୂରବୀ ଲୋକ ପୂଜାରେ ମଗ୍ନ। ବଳଦ ଯୋଚା ହେବ,ନୂଆଧାନ ବୁରୁଣିରେ ନେଇ ବିଲରେ ମାଆଲକ୍ଷ୍ମୀ ଓ ବଳଦଙ୍କୁ ପୂଜାର୍ଚ୍ଚନା ପୂର୍ବକ ଧାନ ବୁଣା ହେବ। ନୂଆ ସବୁକିଛି ହୋଇଥାଏ ଯଥା ଲଙ୍ଗଳ,ଜୁଆଳି,ଈଷ,ଲୁହା,ଦାଆ ଓ ବୁରୁଣି। ବଳଦ ଦ୍ୱୟଙ୍କୁ ପୂଜାର୍ଚ୍ଚନା ସହ ସିନ୍ଦୂର ଚିତା ଓ ଧାନ ଖୁଆଇବା ହୋଇଥାଏ। ଘର ଲିପାପୋଛା ସହ ଅଗଣା ଓ ଦ୍ୱାରରେ ଝୋଟି ତା ସହିତ ଶଙ୍ଖ,ଘଣ୍ଟ,ଘଣ୍ଟା ହରିବୋଲ ଓ ହୁଳହୁଳିରେ ଗଗନ ପବନ ପ୍ରକମ୍ପିତ ହୋଇଥାଏ। ପ୍ରତି ଘରେ କ୍ଷୀରି,ପୁରୀ,ଖେଚୁଡ଼ି,ପାୟସ୍,ଡାଲି,ତରକାରୀ,ପିଠା ଆଉ ମିଠା ହୋଇଥାଏ ଅଥଚ ଆଜି

     ସତୁରା ଦେଖିଲା ଏ ବର୍ଷା ସେମିତି କିଛି ବି ହେଉ ନାହିଁ। ସେ ଘରୁ ଏକା ବିଶ୍ଵାସରେ ଦୌଡିଲା ଦାଣ୍ଡରେ। କେବଳ ତାଙ୍କ ଘରେ ହେଉ ନାହିଁ କାହିଁକି ସାରା ଗାଆଁଟା ସାରା କାହାରି ବି ଅକ୍ଷୟ ତୃତୀୟା ପର୍ବ ପାଳନ ହେଉ ନାହିଁ। ସତୁରା ଏ ସାହି ସେ ସାହି ସହ ପ୍ରତିଟି ଦାଣ୍ଡରେ ଦୌଡିଲା ଆଉ ଯାହା ଦେଖିଲା ଓ ଅଙ୍ଗେ ଲିଭାଇଲା ନିଜକୁ ବିଶ୍ଵାସ ସୁଦ୍ଧା କରି ପାରିଲା ନାହିଁ। ଭଗ୍ନ ମନୋରଥ ନେଇ ଘରକୁ ଫେରିଲା ଆଉ ଗୁମ୍ ମାରି ଘର ବାରଣ୍ଡା ଉପରେ ବସି ପଡ଼ିଲା। ଏ ଦୃଶ୍ୟ ଦେଖି ମାଆ ଶାରଦା ଦେବୀ ପାଖକୁ ଯାଇ କହିଲେ,"ସତୁରା ! ତୋର ଆଜି କ'ଣ ହୋଇଛି କି? କେବେ ତ ଏମିତି ହେଉ ହେବାର ଦେଖି ନାହି ହେଲେ ଆଜି ଉଠିବା କ୍ଷଣି ଦୌଡିଲୁ କୁଆଡେ଼ ଆଉ ଏବେ ହାଲିଆ ହୋଇ ଆସି ବାରଣ୍ଡାରେ ବସି ପଡୁଛୁ?" ଏ କଥା ସରି ନାହିଁ ସତୁରାର କାନ୍ଦ ବଢ଼ିଗଲା। ସେ ଜୋରରେ ଭେଁ'କିନି ରଡ଼ି ଛାଡ଼ିଲା। ତାର କାନ୍ଦ ବୋବାଳି ଶୁଣି ବାପା ଓ ଜେଜେ ଦୌଡ଼ି ଆସିଲେ। କଥା କ'ଣ ସତୁରା କାନ୍ଦୁଛି କାହିଁକି? ସତୁରା ନିଜର କାନ୍ଦ ବୋବାଳି ବନ୍ଦ କରି କହିଲା,"ଜେଜେ ! ଆଜି କ'ଣ କି?" ଜେଜେ ଯଥାଶୀଘ୍ର କହିଲେ,"ସତୁରା ! ଆଜି ତ ଅକ୍ଷୟ ତୃତୀୟା ପର୍ବ।" ସତୁରା ଦୀର୍ଘ ନିଶ୍ଵାସଟିଏ ପକାଇ କହିଲା,"ଜେଜେ ! ସେଥିପାଇଁ ତ କାନ୍ଦୁଛି। ଘରେ ଅକ୍ଷୟ ତୃତୀୟା ପର୍ବ ପାଳନ ହେଉ ନାହିଁ କାହିଁକି? ଖାଲି ଆମ ଘରେ କାହିଁକି ସାରା ଗାଆଁଟା ବୁଲି ଆସିଲି କାହା ଘରେ ବି ଅକ୍ଷୟ ତୃତୀୟା ପର୍ବ ପାଳନ ହେଉ ନାହିଁ।" ଏ କଥା ଶୁଣି ଜେଜେ ମଉନ ରହିଲେ କାରଣ ସେ ଦିନେ ପୁଅ ଚୌଧୁରୀକୁ କହୁଥିଲେ ବଳଦ ଦୁଇଟି ଘରେ ରହିଥାନ୍ତୁ ବିକ୍ରି କରିବା ନାହିଁ। କେତେବେଳେ ବି କାମରେ ଆସିବେ ହେଲେ ପୁଅ ଚୌଧୁରୀ କ'ଣ ମାନିଲା? କହିଲା,"ବାପା ! ଆଜିକାଲି ଦେଖ ପୂରା ସମୟ ବଦଳି ଯାଇଛି। ସେ ମରହଟ୍ଟୀ ସମୟ ଆଉ ନାହିଁ। ଆଧୁନିକ ସମୟ ଇଏ ନୁହେଁ କି? ବର୍ଷା ହେଲା ତା ଯଥାଶୀଘ୍ର କଳ ଲଙ୍ଗଳ ଅଥବା ପାୱାର ଟିଲରରେ କାଦୁଅ ହେବ ଆଉ ତଳି ବି ଲଗାଯିବ।" ଜେଜେ କହିଲେ,"ଚୌଧୁରୀ ! ହେଉଛି ତ ହେଲେ ତୋର ଏ ଟିକି ପୁଅ ସତୁରାକୁ ଏବେ ବୁଝା?" ଜେଜେ ଏତିକି କହି ଚାଲିଗଲେ ନିଜ ରୁମକୁ। ବାପା କୋଳରେ ବସାଇ କହିଲେ,"ସତୁରା ! ତୁ ମୋଟେ ଦୁଃଖ କର ନାହି ଆଜି ଅବଶ୍ୟ ଅକ୍ଷୟ ତୃତୀୟା ପର୍ବ ହେଲେ ବଳଦ ବିକ୍ରି ହୋଇ ସାରିଛି ତେଣୁ ଅକ୍ଷୟ ତୃତୀୟା ପର୍ବ ପାଳନ ବନ୍ଦ ହୋଇଗଲା। ଏ ବର୍ଷ ଯେଉଁଦିନ ଆମ ଘରେ ପ୍ରଥମ କି ଧାନ ବୁଣା ହେବ ସେହି ଦିନ ଅବଶ୍ୟ ତୋର ଇଚ୍ଛା ମୁତାବକ ସବୁକିଛି ହେବ ଯଥା ପୂଜାର୍ଚ୍ଚନା,ପିଠାପଣା,ଭୋଜିଭାତ ଓ ନବବସ୍ତ୍ର ଇତ୍ୟାଦି।"

      ସତୁରା କହିଲା,"ବାପା ! ଆଧୁନିକ ସଭ୍ୟତାକୁ ଦ୍ୱାହି ଦେଇ କ'ଣ ଆମେ ଆମର ପରମ୍ପରା,ପ୍ରଥା ଓ ପର୍ବ ପର୍ବାଣୀ ଆଦିକୁ ଭୁଲିଯିବା ଉଚିତ୍। କେଉଁ ମହାତ୍ମା ପୁରୁଷ ଏହି ଉତ୍ସବ ପାଇଁ ଦିନ ଧାର୍ଯ୍ୟ କରି ରଖିଥିଲେ। ଘରେ ପୂଜାପାଠ ଠାରୁ ମଜା ମହଲିସ ହେବ। ମାଆ ଲକ୍ଷ୍ମୀ ଠାକୁରାଣୀ ପୂଜା ପାଇ କୃତାର୍ଥ ହେବେ ଆଉ ଆମକୁ ଆଶୀର୍ବାଦ କରିବେ ତ ଭଲ ଫସଲ ହେବ ଆଉ ସାରା ସଂସାର ହସର ଲହରୀ ଖେଳାଯିବ କିନ୍ତୁ ସେ ସବୁ କିଛି ବି ହେଲା ନାହିଁ। ସତୁରା ଅଭିମାନ ଭରା ହୃଦୟ ଘେନି ଚାଲିଗଲା ଘର ଭିତରକୁ। ବାପାଙ୍କ ଆଖିରେ ଲୁହର ଝର। ସେ ବୁଝିଲେ କି ବକଟେ ହେବ ପିଲା ମନ ଓ ହୃଦୟରେ ଏତେ ବଡ ଗଗନ କଥାକୁ ସାଇତି ରଖିଛି ହେଲେ ଆମେ ଆଧୁନିକ ସଭ୍ୟତାକୁ ଦ୍ୱାହି ଦେଇ ବଳଦ ଓ ଲଙ୍ଗଳକୁ ଭୁଲିଗଲୁ ଫଳ ସ୍ୱରୂପ ଆମେ ଧର୍ମର ମହାପର୍ବ ଅକ୍ଷୟ ତୃତୀୟା ପାଳନ ସୁଦ୍ଧା କରିବାକୁ ଗାଁ'ରେ ସଭିଏଁ ଅକ୍ଷମ ମଣିଲୁ। 

     ଚୌଧୁରୀ ବାବୁ ଶପଥ ନେଲେ। ଆଧୁନିକ ସଭ୍ୟତା ସହିତ ପ୍ରଚଳିତ ପ୍ରଥା ଆଉ ପରମ୍ପରା ପର୍ବକୁ ଭୁଲିବେ ନାହିଁ। ସେ ପୁଣି ଯଥାଶୀଘ୍ର ବଳଦ କିଣିବେ ଓ ପୁଅର ଇଛା ଆଉ ଅଭିଳାଷକୁ ପୂର୍ଣ୍ଣ କରିବେ। ହେଲେ ପୁଅ ତ ଆଜି ମନ ଊଣା କରିଛି। କ'ଣ କରିବାକୁ ହେବ ହଠାତ୍ ମନେ ପଡ଼ିଲା ଆଜି ମାଆ ତାରିଣୀ ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ଜନ୍ମ ଜୟନ୍ତୀ ମହାପର୍ବ। ବଡ଼ ଧୁମଧାମରେ ପାଳନ ହେଉଛି। ସତୁରାକୁ ସେଠାକୁ ବୁଲାଇ ନେବାକୁ ହେବ ଆଉ ମନ ଓ ହୃଦୟକୁ ପ୍ରଫୁଲ୍ଲ କରି ଘରକୁ ଫେରାଇ ଆଣିବି। 

     ସେଇଆ ହେଲା। ପୁଅ ସତୁରାକୁ ଧରି ଘଟଗାଁ ମାଆ ହୋଟେଲରେ ପାଳନ ହେଉଥିବା ଜନ୍ମ ଜୟନ୍ତୀ ଉତ୍ସବରେ ଯୋଗ କରାଇଲେ। ସତୁରା ଦେଖିଲା ବଡ଼ ବଡ଼ ଲୋକମାନେ ସବୁ ଆସିଛନ୍ତି। କବିତା,ଗଳ୍ପ ଆଉ ପ୍ରବନ୍ଧ ସବୁ ପାଠ କରିବାକୁ ସୁଯୋଗ ପାଉଛନ୍ତି। ମଝିରେ ମଝିରେ ମଞ୍ଚାସୀନ ଅତିଥିଗଣ ନିଜର ଅଭିଭାଷଣ ଦେଇ ସଭା ଗୃହକୁ ଦୁଲୁକାଇ ଦେଉଛନ୍ତି। ବଡ଼ ସୁନ୍ଦର ଥିଲା ଜନ୍ମ ଜୟନ୍ତୀରେ କାର୍ଯ୍ୟକ୍ରମ। ସଭିଏଁ ମଜା ନେଉଥିଲେ। ସଭା ଶେଷରେ କେଇ ଜଣଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ଖିଆପିଆର ଆୟୋଜନ ହେଲା। ଭୂରି ଭୋଜନ କରି ସଭିଏଁ ନିଜ ନିଜ ଘରକୁ ଫେରିଲେ ଆମେ ବି ଫେରିଲୁ ଘରକୁ। ସେଇ ଅଳ୍ପକ୍ଷଣ ହେଉ ପଛେ ସବୁ ଦୁଃଖ ଭିଲିଲି ମାତ୍ର ବାପାଙ୍କ ଆଖିରେ ସେ ଭୟଙ୍କର ଚିହ୍ନ କି ପୁଅ ସତୁରା ମୁଖରେ ହସର ଫୁଆରା ଆଜି କେତେ ଦୂର ସଫଳ ହେଲା ବୁଝିବା କାଠିକର ହେଲା।

        ଚୌଧୁରୀ ବାବୁ ନିଜକୁ ନିଜେ କହି ଉଠିଲେ ଆସନ୍ତା ବର୍ଷ ଅବଶ୍ୟ ଘରେ ନିଶ୍ଚୟ ଏ ଅକ୍ଷୟ ତୃତୀୟା ପର୍ବ ପାଳନ ହେବ ଯାହା ପୁଅ ସତୁରାର ଇଚ୍ଛା ଆଉ ଆଶା ଥିଲା। ବାପାଙ୍କ ଆଖିରେ ଲୁହ ବନ୍ୟା। ଆଖି ସାମ୍ନାରେ ପୁଅର ମୁଖ ଜଳଜକ ଦିଶୁଥିଲା ଅଥଚ ପୁଅ ସତୁରା ଘରେ ଆସି ଜେଜି ଆଉ ଜେଜେଙ୍କୁ ମାଆ ତାରିଣୀ ସାହିତ୍ୟ ସଂସଦର ଜନ୍ମ ଜୟନ୍ତୀ କାର୍ଯକ୍ରମ ବିଷୟରେ ଶୁଣାଇ କୃତାର୍ଥ କରାଉଥିଲା। 

           


Rate this content
Log in