ସତସଙ୍ଗ
ସତସଙ୍ଗ
ମୋ ବାପା ଜଣେ ବଡ଼ ଡକାୟତ। ସେ ପ୍ରତିଦିନ ଡକାୟତ କାମ କରି ନିଜ ଘର ଚଳାନ୍ତି। ମାଆଙ୍କର ଇଛା କି ତାଙ୍କର ଆବଶ୍ୟକ ଚିଜ ଯଥାଶୀଘ୍ର ମିଳିଯାଉ ଏଣୁ ପରୋକ୍ଷରେ ସେ ଡକାୟତି ଗିରି କରିବାକୁ ଉତ୍ସାହ ପ୍ରଦାନ କରନ୍ତି।
ଗାଁ'ରେ ପ୍ରବଚନ ହୁଏ। ପ୍ରତି ସପ୍ତାହରେ ଦୁଇ ଦିନ। କୁଆଡୁ ପ୍ରବଚକ ଆସନ୍ତି ଆଉ ସୁନ୍ଦର ପ୍ରବଚନ ଶୁଣାଇ କୃତାର୍ଥ କରାନ୍ତି। ମୋର ଭାରି ଇଚ୍ଛା ହେଲା ଯିବାକୁ ତ ଘରେ କାହାକୁ ନ ଜଣାଇ ଚାଲିଲି ପ୍ରବଚନ ଶୁଣିବାକୁ। ଯାଇ ଦେଖିଲି ଜନସମୁଦ୍ର ପୁଣି ଉତ୍କଣ୍ଠାପୂର୍ଣ୍ଣ ବାତ୍ତାବରଣ କିଛି ଶିଖି ଭବିଷ୍ୟତ ଗଠନ କରିବାର ପ୍ରୟାସ।
ମୁଁ ନୀରବରେ ବସି ଶୁଣିଲି କି ଚୋରି କରିବା ପାପ ହୋଇଥାଏ। ମୁଁ ଆଉ ଦଣ୍ଡେ ନ ରହି ଦୌଡିଲି ଘରକୁ ଆଉ ମାଆଙ୍କୁ କହିଲି-ଚୋରି କରିବା କ'ଣ ଭଲ? ମାଆ ମୋର ଗାଲରେ ଦୁଇ ଚାପୁଡ଼ା ଥୋଇ ଦେଇ କହିଲେ-ପ୍ରବଚନ ଶୁଣି ଆସିଲୁ କି? ମୁଁ ସମ୍ମତି ଜଣାଇବାରୁ କହିଲେ-ତୋର ଆଜିଠାରୁ ସତସଙ୍ଗ ଯିବା ମନା। ତୁ ଯଦି ଯିବୁ ତ ଆମର ବେଉସା ବୁଡ଼ିଯିବ ଆଉ ଆମେ ଚଳିବା କେମିତି?
ନିଜକୁ ହେଜିଲି ସତସଙ୍ଗ ଭଲ ନା ମନ୍ଦ? ବଞ୍ଚିବା ପାଇଁ ଖାଦ୍ୟ,ବସ୍ତ୍ର ଆଉ ବାସଗୃହ ଦରକାର। ଆଜି ବାପା ଆଉ ମାଆ ନାହାଁନ୍ତି ଆର ପାରିରେ ଥିବେ। ମୁଁ ତ ଯୁବକ ଏକୁଟିଆ ରହିବା ଅପେକ୍ଷା ସତସଙ୍ଗ କଲେ କ୍ଷତି କ'ଣ? ମୁଁ ଚିତା ଆଉ ଚୈତନ୍ୟ କାଟିଲି ଗେରୁଆ ବସ୍ତ୍ର ପିନ୍ଧି ଚାଲିଲି ସତସଙ୍ଗ। ଲୋକେ ମୋତେ ଟାହିଟାପରା କରୁଥିଲେ। ଜଣେ ଡକାୟତ ଘରର ପୁଅ ଆଜି ଧର୍ମର ଦାଣ୍ଡରେ।
ଦିନେ ନୁହଁ କି ଦୁଇଦିନ ଚବିଶ ପ୍ରହରୀ ନାନଯଜ୍ଞା ସାରିବା ପରେ ଦୁଇ ଦିନ ପ୍ରବଚନ ହେଲା। ମୋର ତ ଘରେ କିଛି ବି ନାହିଁ। ଲୋକଙ୍କ ସହିତ ମିଶି ସିନା କେବଳ ଡେଉଁଥିଲି। ଏବେ ତ ମୋତେ କର୍ମ କରିବାକୁ ହେବ। କର୍ମ ନ କଲେ ଖାଇବା ମିଳିବ କେମିତି? ଖାଡା ଉପବାସ ଦୁଇଦିନ ରହିବା ପରେ ଚାଲିଲି କର୍ମ କ୍ଷେତକୁ ଯେଉଁଟା ବିନା ବଞ୍ଚିବା ଅସମ୍ଭବ। ମୁଁ ଭୁଲିଗଲି ସତସଙ୍ଗ। ମୁଁ ଭୁଲିଗଲି ମଧ୍ଯ ଧର୍ମ କେବଳ ମନରେ ଉଙ୍କି ମାରିଲା କର୍ମ ହି ଭଗବାନ। ଚୋର କର କି ନାରୀ ଆଗ ପେଟକୁ ଦାନା ପରେ ଆଉ ଯାହାକିଛି।
ବାସ୍ ! ସେଇ ଦିନଠାରୁ ସତସଙ୍ଗ ଭୁଲିଲି। ବଞ୍ଚିବା ପାଇଁ ଖାଦ୍ୟ ନିତି ଯୋଗାଡ କରିବା ହିଁ କର୍ମ ଆଉ ଧର୍ମ।