SUKANTA KHANDA

Children Stories

4  

SUKANTA KHANDA

Children Stories

ସ୍ଵାର୍ଥପର ଜୀବନ

ସ୍ଵାର୍ଥପର ଜୀବନ

6 mins
21



ଶିବାନୀ ଭାରି ଅହଙ୍କାରୀ ଆଉ ସ୍ୱାର୍ଥବାଦୀ। ତାର ସ୍ୱାର୍ଥ ପାଖରେ ନିଜର ଛାଇ ବି ହାର ମାନିବ। ସେ ସର୍ବଦା ନିଜର ରୂପରେ ମୋହିତ କରିଥାଏ ଆଉ ନିଜର ସ୍ବାର୍ଥକୁ ସହଜରେ ହାତେଇ ଥାଏ। ସେ କାହାର ନୁହେଁ ନିଜକୁ ନିଜ ଆଇନା ସମ୍ମୁଖରେ କହୁଥାଏ ଆଉ ପ୍ରମାଣ ମଧ୍ୟ କରିଥାଏ। ସେ ଅଳ୍ପ ବୟସରୁ ଅନେକ ଯୁବକ ସହିତ ସମ୍ପର୍କ ରଖିଛି ଯଦିଓ ଦୈହିକ ନୁହଁ ତଥାପି ଅର୍ଥ ହିଁ ସବୁକିଛି। ନିଜେ ଜଣେ ବଡ଼ ଘରର ଝିଅ ହୋଇ ବି ଅର୍ଥର ଲାଳସା ଭରପୂର। ଅର୍ଥ ଯେଉଁଠି ତାର ମନ,ପ୍ରାଣ,ଧର୍ମ ଓ କର୍ମ ସେଇଠି। 

       ସେ ଦିନ ଆକାଶ ମେଘାଚ୍ଛନ୍ନ ଥିଲା। ଏପରି ମେଘାଚ୍ଛନ୍ନ ସମୟକୁ ଉପଭୋଗ କରୁଥିଲା ଜୀବନ। ଭାରି ଆନନ୍ଦ ଅନୁଭବ କରୁଥିଲା ନିଜକୁ। ଚଢ଼େଇଙ୍କ କିଚିରି ମିଚିରି ଧ୍ଵନୀକୁ ସୌନ୍ଦର୍ଯ୍ୟମୟ ପରିବେଶ ମଧ୍ୟରେ କୁରୁଳି ଉଠୁଥିଲା। ଏପରି କାଳରେ ହଠାତ୍ ମନେ ପଡ଼ିଲା ଶିବାନୀର କଥା। ଶିବାନୀ ତାର ସହପାଠୀ। ତାକୁ ଜୀବନ ଦେଇ ଭଲ ପାଏ କିନ୍ତୁ କେବେ କହି ନାହିଁ ଯେ ମୁଁ ତୁମକୁ ଭଲ ପାଏ କି କହିବ ନାହିଁ କାରଣ ଭଲ ପାଇବା ସ୍ୱାର୍ଥରେ ନୁହେଁ ତ୍ୟାଗରେ ଅଛି। ଜୀବନ ନିଜକୁ ଭଲରେ ବୁଝିଛି। ଯୌବନକୁ ତିଳତିଳ କରି ଶେଷ କରିଦେବ ହେଲେ କହିବ ନାହିଁ କି ଶିବାନୀ ମୁଁ ତୁମ ବିନା ବଞ୍ଚିବା କଷ୍ଟକର ବ୍ୟାପାର ଅଟେ।

           ଜୀବନ ସେ ଦିନ ଶିବାନୀ ପ୍ରତି ଆକର୍ଷିତ ପୂରା ହୋଇଥିଲା। ଶିବାନୀ ଜଣେ ଉଚ୍ଚ ଶିକ୍ଷିତା ତଥା ସ୍ବାସ୍ଥ୍ୟବତୀ ଯୁବତୀ ଥିଲା। ଶିବାନୀ ପ୍ରତି ଜୀବନ ବିଲକୁଲ କୌଣସି କାମନା କି ଅର୍ଥର ସ୍ୱାର୍ଥରେ ଜଡ଼ିତ ତିଳେମାତ୍ର ନ ଥିଲା। ସେ କିନ୍ତୁ ଶିବାନୀକୁ ବହୁତ ଭଲ ପାଉଥିଲା। ଦୁହେଁ ଯେତେବେଳେ ସ୍ନାତକରେ ପଢୁଥିଲେ ଏକା ଶ୍ରେଣୀରେ ଉଭୟ ଉଭୟକୁ ଚିହ୍ନିଥିଲେ ଆଉ ଗଭୀର ଭାବରେ ଭାବର ଆଦାନପ୍ରଦାନ କରୁଥିଲେ। ଉଭୟଙ୍କ ଭିତରେ ଯେଉଁ ଗଭୀରତା ଥିଲା ଦିନେ ବହୁତ ଦୂରତା ଆସିଗଲା ହଠାତ୍ କାରଣ ଶିବାନୀ ଯଥାଶୀଘ୍ର ବିବାହ କରି ସ୍ଵାମୀଙ୍କ ପାଖରେ ଯାଇ ରହିଗଲା। ତାର ସ୍ବାମୀ ଓଡ଼ିଶାର ପ୍ରଥମ ଶ୍ରେଣୀର ଠିକାଦାର ଅଥଚ ଶିବାନୀ ଜଣେ ରାଜନୀତି ବିଜ୍ଞାନର ଅଧ୍ୟାପିକା। ଦୁହେଁ ଦୁହିଁଙ୍କୁ ଭଲପାଇ ବିବାହ କରି ନେଇଥିଲେ। ଏ ସବୁ ଯଦିଓ ଜୀବନ ସାମ୍ନାରେ ଘଟିଥିଲା ତଥାପି ଜୀବନ ନିଜକୁ କେବେ ବି କହି ନ ଥିଲା କି ଶିବାନୀ ମୁଁ ତୁମକୁ ବହୁତ ଭଲ ପାଏ ଆଉ ତୁମେ ମୋତେ ହିଁ ବିବାହ ନ କରି ଅତ୍ୟତ୍ର ବିବାହ କରି ପାରିବ କିପରି?

      ଜୀବନ ଜଣେ ଗରିବ ବାପାର ପୁଅ ଥିଲା ଆଉ ଶିବାନୀ ଜଣେ ଗଣିତ ଅଧ୍ୟାପକ ପିତାର କନ୍ୟା ଥିଲା। ଜୀବନ କିନ୍ତୁ ଶିବାନୀକୁ ବହୁତ ଥର ସାହାଯ୍ୟ ସହଯୋଗ କରିଛି। ଶିବାନୀର ଯାହା ଦରକାର ଏଇ ଜୀବନ ହିଁ ତାର ପ୍ରତିଟି ଅଭିଳାଷ ଯଥା ଆଜି ସାବୁନ ନାହିଁ,ଆଜି ଡ୍ରେସ ନାହିଁ,ଆଜି କ'ଣ ଦରକାର ସବୁ ହିଁ ଏଇ ଜୀବନ ଚାକର ସଦୃଶ ଖଟିଛି ପୂରା ନିଃସ୍ଵାର୍ଥପର ଭାବରେ। ଏପରିକି ଶିବାନୀର ପେଣ୍ଟି,ବ୍ରା ଅଥବା ଷ୍ଟେ ଫ୍ରୀକୁ ମଧ୍ଯ ବାଦ ଯାଇନି। ବଜାରକୁ ଯାଇ କିଣିକି ଆଣି ଯୋଗାଇ ଦେଇଛି ତଥାପି ବି ଜୀବନ ଦିନେ ହେଲେ କହି ନାହିଁ ଯେ ଶିବାନୀ ମୋତେ ଚାକର ପରି ଖଟାଇବା କ'ଣ ଠିକ୍ ଅଥବା ମୁଁ ତୁମକୁ ଭଲ ପାଏ ବୋଲି। 

     ସେ ଦିନ ଶିବାନୀ ଏକାକୀ ସଞ୍ଜରେ ବଜାର ବୁଲୁଥିଲା। ତାର ରୂପରେ ମୁଗ୍ଧ ହୋଇ ତିନି ଚାରିଜଣ ଯୁବକଙ୍କର ହୃଦୟ କୋଣରେ କାମନା ଜାଗ୍ରତ ହେଲା। ଶିବାନୀକୁ ଟେକି ନେଇ ଏକ ପରିତ୍ୟକ୍ତ ଅଥଚ ଭଙ୍ଗାଘରେ ଲୁଟିବା ଆରମ୍ଭ କରିଲେ ଜୀବନ ଶିବାନୀକୁ ଦେଖିଲା। ଶିବାନୀର ମଧ୍ଯ ଚିତ୍କାର ଶୁଣି ପାଖକୁ ଯାଇ ନିଜର ଜୀବନକୁ ତୁଚ୍ଛ ମନେ କରି ଶିବାନୀକୁ ଧର୍ଷଣ ମୁଖରୁ ବଞ୍ଚେଇଲା। ଶିବାନୀ ଜୀବନକୁ ପାଇ ଯଦିଓ ବହୁତ କାନ୍ଦିଲା ତଥାପି ଶିବାନୀର ତୁଣ୍ଡରେ ଧନ୍ୟବାଦ ପଦଟିଏ ସୁଦ୍ଧା ବାହାରିଲା ନାହିଁ। ଜୀବନ ମଧ୍ୟ ଶିବାନୀ ପ୍ରତି କାହିଁକି ଯେ ସାହାଯ୍ୟ ଓ ସହଯୋଗ କରୁଛି ତାକୁ ବି ଅଜଣା। ନିଷ୍ଠାପର ସାହାଯ୍ୟ କରିବା ଜୀବନର ବୋଧହୁଏ ସହଜାତ ପ୍ରକୃତି ହୋଇ ସାରିଛି। ନିଜେ କେବେ ବି ଦୁଃଖ କରି ନାହିଁ କି ଶିବାନୀ ତାକୁ ପ୍ରତିକ୍ଷଣ ହେୟମନେ କରେ ଆଉ ଘୃଣା ବି କରେ କାହିଁକି? ଅଥଚ ଜୀବନ ପ୍ରତିକ୍ଷଣ ଗୋଡେ ଗୋଡେ ଜଗିଥାଏ କି ଶିବାନୀ ଭଲରେ ରହୁ। କୌଣସି ଦୁଃଖ କି କଷ୍ଟ କେବେ ବି ନ ପାଉ। 

       ଆଉ ଦିନେ ଶିବାନୀ ବାଟରେ ଯାଉଯାଉ ସ୍କୁଟିରୁ ତଳେ ଖସି ପଡିଲା ଆଉ ଡାକ୍ତରଖାନାରେ ଭର୍ତ୍ତି ହେଲା। ଜୀବନ ଶିବାନୀର ଛାଇ ପରି ଜଗି ରହିଲା। ନିଜର ଦେହର ରକ୍ତ ଦେଇ ଶିବାନୀକୁ ଭଲ କଲା ଦୀର୍ଘ ଦୁଇମାସ ସେବା କରି ବି ଶିବାନୀ କେବେ ବି କହି ନାହିଁ ଯେ ଜୀବନ ତୁମେ କାହିଁକି ମୋର ଏତେ ସେବା କରୁଛ?ମୋତେ କ'ଣ ତୁମେ ଭଲପାଅ? ସତରେ ! ନାରୀ ଜାତିଟା ସେହିପରି ନୁହେଁ ତ ଆଉ କ'ଣ? ଏହି ଶିବାନୀ ହିଁ ଦେହ,ମନ ଓ ଆତ୍ମା ପୂରା ସ୍ୱାର୍ଥବାଦିନୀ ଅଟେ। 

            ସେ ଦିନ ଶିବାନୀ ଯେତେବେଳେ ବିବାହ କରି ଚାଳିଗଲା ଜୀବନକୁ ନିମନ୍ତ୍ରଣ ପତ୍ରଟିଏ ସୁଦ୍ଧା ଦେଲା ନାହିଁ ଯେମିତି ଜୀବନକୁ ସେ କେବେ ବି ଚିହ୍ନେ ହିଁ ନାହିଁ କି ଜାଣେ ନାହିଁ। ଜୀବନ କିନ୍ତୁ ଶିବାନୀର ବିବାହ ଉତ୍ସବରେ ଯଦିଓ ନିମନ୍ତ୍ରିତ ଅତିଥି ନୁହଁ ତଥାପି ଛଦ୍ମ ବେଶରେ ବିବାହ ଭୋଜିରେ ସବୁ କାମ କରିଛି। ବିଶେଷ କରି ଖାଇ ସାରିବା ପରେ ଯେଉଁ ଅଇଁଠା ଖଲି,ଚଉପତି,ବୋତଲ ଓ ପ୍ଲାଷ୍ଟିକ ଗ୍ଲାସ ପଡୁଛି ତାକୁ ହିଁ ଉଠାଇ ସୁଦୂର ଅଟେଇ ଜଙ୍ଗଲର ଏକ ନିକାଞ୍ଚନ ସ୍ଥାନରେ ପକାଇ ସୁଖିଯିବା ପରେ ପୋଡ଼ି ଦେଇଛି ତଥାପି ବି ଶିବାନୀ ଜୀବନକୁ ଚିହ୍ନି ପାରିଲା ନାହିଁ କି ଜାଣି ପାରିଲା ନାହିଁ କାହିଁକି? ଜୀବନ ଆଜିକାଲି ପୂରା ଏକୁଟିଆ ବଞ୍ଚି ରହୁଛି। ନିଜକୁ ମଧ୍ୟ ତିଳତିଳ କରି ଜାଳୁଛି। ସେ ପୂରା ଅବିବାହିତ ରହି ନିଜର କାମନାକୁ ଶୁଖାଇ ସାରିଲାଣି। ହୃଦୟରେ କୋଣରେ ଯେମିତି କାମନା ହିଁ ନାହିଁ। ପୂରା ଜଡ ଓ ପଥର। ତାର ବାପା କି ମାଆଙ୍କର ସେବା କରିବା ବିଲକୁଲ ମଧ୍ୟ ଭୁଲି ନାହିଁ ଅଥଚ ବାପା କି ମାଆଙ୍କ କଥାକୁ ରକ୍ଷା କରିବା ଯେମିତି କାଠିକର ପାଠ। ଜୀବନ ଆଜି ତାର ବାପା ଓ ମାଆଙ୍କୁ ହରେଇ ସାରିଛି। ନିଜର ଏକଲା ରାସ୍ତାରେ ସେ ହିଁ କେବଳ ନିଜେ ସାରଥି। ତାର ଆଗକୁ କିଏ ଅଛି ନା ପଛକୁ? ପ୍ରତିକ୍ଷଣ କେବଳ ନାଚିଯାଏ ଶିବାନୀର ପଟ୍ଟଦୃଶ୍ୟ କେମିତି ସୁଖରେ ବଞ୍ଚିରହୁ ଶିବାନୀ।

       ଶିବାନୀ ତ ଆଜିକାଲି ବିଧବା। ତାର ହାତରେ ଶଙ୍ଖା ନା ମଥାରେ ସିନ୍ଦୂର? ପିନ୍ଧିଥିବା ଲୁଗା ମଧ୍ଯ ସମ୍ପୂର୍ଣ୍ଣ ଧଳା ଦିଶୁଥିବ। ତାର ସାରା ଅବୟବ ଶୁଖିଲା ଓ ନୁଖୁରା ପରି ଅନୁଭବ କରୁଛି ଜୀବନ। ଏ କଥାକୁ ଭାବିଭାବି ଜୀବନର ଦେହ ମଧ୍ୟ କଣ୍ଟା ପଡ଼ି ଗଲାଣି। ସେ କେବଳ କଲେଜରେ ଅର୍ଥନୀତି ବିଭାଗରେ ଅଧ୍ୟାପକ। ଦେହ ଓ ମନରେ କେବେ ବି ହସ କି ସୁଖ ଦେଖିବାର କେହି ଦେଖି ନାହିଁ। କିଏ ଯଦି ପଚାରନ୍ତି ସାମାନ୍ୟ ଉତ୍ତର ପାଆନ୍ତି କି ତାଙ୍କର ସବୁ ଚାଲିଗଲେ ଆଉ ପାଖରେ କେହି ବି ଜଣେ ନାହାଁନ୍ତି ଏପରି କାଳରେ ସେ କ'ଣ ସୁଖୀ ହୋଇ ଏହି ପାରିବ କେମିତି? ଜୀବନ କିନ୍ତୁ ପ୍ରକୃତ କଥାଟା ଲୁଚାନ୍ତି। ଶିବାନୀ ଯେ ତାର ସବୁକିଛି ଏ କଥାକୁ କାହାକୁ କହିବ ଅବା ତାଙ୍କ ମୁଖରେ କିମିତି ଭଲା ଶୋଭା ପାଇବ? ଜିଭ ଛିଣ୍ଡିଯିବ ନାହିଁ? ନିତି ଲୁହ ଓ କୋହରେ ଗାଧୋଇ ପୋଛି ହୁଅନ୍ତି ଆଉ କର୍ତ୍ତବ୍ୟ କରିବାକୁ ଯାଇ କଲେଜରେ ଅଧ୍ୟାପନା କରନ୍ତି। 

        ଆଜିକାଲି ଜୀବନର ବୟସ ଅଠାବନ ପାର ହେଲାଣି। ସମୟ ତାକୁ ଅପେକ୍ଷା କରିଛି କି ଆଉ କିଛି ମାସ ପରେ ଚାକିରୀରୁ ଅବସର ନେବାକୁ ହେବ। ଶିବାନୀର ଅବସ୍ଥା ମଧ୍ୟ ତଦୃପ କାରଣ ଦୁହେଁ ପାଖାପାଖି ବୟସର ଥିଲେ। ଜୀବନ ନିଜର ପାଣ୍ଡୁଲିପିଟି ସର୍ବଦା ପାଖରେ ଧରିଥାଏ। ସେ ନିଜ ଜୀବନ କାହାଣୀ ଲେଖିଛି। ପାଣ୍ଡୁଲିପିର ନାୟିକା ହିଁ ଶିବାନୀ ଆଉ ହିରୋ ସେ ନିଜେ କେମିତି ତାକୁ ପ୍ରତିଟି ସମୟରେ ନିଷ୍ଠାପର ସହ ଭଲପାଇ ସାହାଯ୍ୟ ଓ ସହଯୋଗ କରୁଥିଲା। ଶିବାନୀ ଆଉ ଜୀବନର ଦୂରତା ଆଜି ବହୁତ ଦୂର ମାତ୍ର। ଜୀବନ ପ୍ରତିଟି ଖବର ଶିବାନୀର ରଖିଛି ଆଉ ପାଣ୍ଡୁଲିପିରେ ସ୍ଥାନୀତ କରୁଛି।

    ଆଜିକାଲି ଜୀବନକୁ ବଡ଼ ଅସହ୍ୟବୋଧ ହେଉଛି। ନିଜ ଜୀବନକୁ ହାରି ଦେବାକୁ ମନସ୍ଥ କରିଛି ଅନେକ ବାର କିନ୍ତୁ ଜୀବନ ହାରିବ କେମିତି? ଆତ୍ମହତ୍ୟା ଯେ ମହାପାପ। ଏହା ନିଜେ ଜାଣି ବି ଅଜଣା ହୋଇ ପାରିବ ବା କେମିତି? ସେ ଦିନ ନିଜର କାରଟିକୁ ନିଜେ ଚଳାଇ କି ଯାଉଥିଲା ଯେମିତି ସୀମାହୀନ ରାସ୍ତାକୁ ଚାଲିଯିବ। ଯେଉଁଠି ତାର ସଭିଏଁ ଅଛନ୍ତି ଅଥଚ କେହି ନାହାନ୍ତି। ଅନ୍ୟମନସ୍କତା ଭାବରେ ଯାଉଯାଉ ସେ ଦୁର୍ଘଟଣାରେ ପଡ଼ିଗଲା ଆଉ ଡାକ୍ତରଖାନାରେ ଆଡମିଟ ହେଲା। ଏକଥା ସମ୍ବାଦ ଖବର କାଗଜରେ ପ୍ରକାଶ ପାଇବା ପରେ ଶିବାନୀ ଦୌଡ଼ି କି ଯାଇ ଦେଖିଲା ପ୍ରକୃତରେ ସେଇ ଲୋକ ଯିଏ ତାର ପ୍ରତିଟି କାମ ଚାକର ସଦୃଶ କରିଥାଏ ଅଥଚ ଦିନେ ସୁଦ୍ଧା କହି ନାହିଁ କି ତୁମେ କେମିତି ଅଛ ଜୀବନ? ଆଜିକାଲି ଭଲା କେମିତି ଚଳୁଛ? ଜୀବନ ଅର୍ଥନୀତି ବିଭାଗରେ ଅଧ୍ୟାପକ ହେବାର ସ୍ବପ୍ନ ସାକାର କରିଛି ତଥାପି ସୁଦ୍ଧା ସବୁକୁ ଜାଣି ହିଁ ଅଣଦେଖା କରିଛ। ଶିବାନୀ ଜୀବନର ମୁଣ୍ଡ ପାଖରେ ବସି ପାଣ୍ଡୁଲିପିଟିକୁ ପଢ଼ିଲା ଯାହା ଜୀବନର ଘୋର ଯନ୍ତ୍ରଣା ଅକ୍ଷତ ହୋଇକି ପାଣ୍ଡୁଲିପିଟି ଜକଜକ ହୋଇ ଜଳୁଛି। ଶିବାନୀ ଜୀବନକୁ ପାଖରେ ପାଇ ଆଜି ନିଜର ଅନୁତାପ ଜଣେଇଲା ନିଜର କୃତ କାମ ପାଇଁ କ୍ଷମା ମାଗିଲା ମାତ୍ର ଜୀବନ ସାମାନ୍ୟ ଧାରେ ହସର ଜୁଆର ଖେଳେଇ ଚିର ନିଦ୍ରାରେ ଶୋଇଗଲା। 

        ଶିବାନୀ ଦେଖିଲା ଜୀବନ ହିଁ ତାକୁ ଅଧିକରୁ ଅଧିକ ଭଲ ପାଉଥିଲା ତେଣୁ ନିସଂକୋଚରେ ତାର ସବୁ କର୍ମକୁ ନିଜ ହାତରେ ହିଁ କରି ଚାଲିଥିଲା ହେଲେ ସେ ପୂରା ଆତ୍ମସ୍ୱାର୍ଥବାଦିନୀ ଥିଲା। ଜୀବନ ପ୍ରତି ନିଶ୍ଚୟ ଅନ୍ୟାୟ କରିଛି। ସେ ଆଜି ମଧ୍ୟ ବେସାହାରା। ଯାହାକୁ ସ୍ଵାମୀ ଭାବି ବିବାହ କରିଥିଲା ସେ ମଧ୍ୟ ପରପାରିରେ। ଯିଏ ସ୍ୱାମୀର ପଦବାଚ୍ୟ ଅଥଚ ହେୟ କାରଣରୁ ସେ ମଧ୍ୟ ଆଜି ତାକୁ ଛାଡି ଚାଲିଗଲା।

     ସତରେ ! ଯିଏ ପାପୀ ସେ ହିଁ ବଞ୍ଚିରହେ ଦୀର୍ଘ ଦିନକୁ ଆଉ ଯେମିତି ତାର ଅବସ୍ଥା ଆଜି ହୋଇ ସାରିଛି। ଶିବାନୀ ନିଜକୁ ଧିକ୍କାରିଲା ମୃତ ଜୀବନର ହାତକୁ ଉଠାଇ ଆଣି ନିଜର ମଥାରେ ସିନ୍ଦୂର ଲଗାଇଲା ଆଉ ନିଜ ବିବାହିତ ସ୍ଵାମୀ ଘରକୁ ନ ଯାଇ ଧର୍ମର ମଙ୍ଗ ଧରିଲା। ନିଜେ ଗୋଟିଏ ବିଦ୍ୟାଳୟ ଖୋଲିଲା ଆଉ ଅନାଥ ନିଃସ୍ଵ,ନିଷ୍ପେସିତ ଓ ଦୁଃସ୍ଥ ଶିଶୁଙ୍କର ପାଠ ପଠାଇବାରେ ନିଜକୁ ନିୟୋଜିତ ରଖିଲା। ମାଗଣାରେ ଖାଇବା,ପିଇବା ଆଉ ରହିବାର ସମସ୍ତ ଭରଣ ପୋଷଣ ନିଜେ ହିଁ ବହନ କଲା। ସେଇ ଆଶ୍ରମଟିର ନାମ ରଖିଲା "ଜୀବନ" ଯାହା ଆଜି ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ସଂସାରରେ ହସୁଛି ଅଥଚ ଶିବାନୀ ଯେବେ ଏକୁଟିଆ ଥାଏ ଲୁହର ଝର ଝରଝର ବୋହିଯାଏ। ଏ ଝର କେବେ ବି ଶୁଖିବାର ନାହିଁ କାରଣ ଏ ଝର ସ୍ୱାର୍ଥର ଝର ଓ ପାପର ଝର।

    ହାୟରେ ! ଈଶ୍ଵରଙ୍କ ଏମିତି କେମିତି ଖେଳା ଆଉ ଲୀଳ କଲେ। ହେ ଈଶ୍ୱର ତୁ ହିଁ ଜାଣିଛୁ ଜୀବନର କଷଟି ପଥର କ'ଣ,ନୁହେଁ କି? ଶିବାନୀ ଆଖିରେ ଝର।

       


Rate this content
Log in