SUKANTA KHANDA

Others

3  

SUKANTA KHANDA

Others

ଗଳ୍ପ ଧନ୍ଦା-୩

ଗଳ୍ପ ଧନ୍ଦା-୩

2 mins
5



ପିଙ୍କୁ ସେଦିନ ଭାରି ଖୁସି କି ତାର ଚାକିରୀ ହୋଇ ଯାଇଛି। ସେ ଆସନ୍ତା କାଲିଠାରୁ ଗୋପି ଓ ପ୍ରତାପ ସହିତ ବିଲକୁଲ ପ୍ରତିଦିନ ସାଙ୍ଗ ହୋଇ ପାରିବ ନାହିଁ। ତାକୁ ଯିବାକୁ ହିଁ ହେବ ଦେଶର ସୁରକ୍ଷା ଦାୟିତ୍ଵ ସକାଶେ। ସେ ଏହାକୁ ହାତଛଡ଼ା କରିବ ତ ଭରତ ମାଆଙ୍କର ଧର୍ମ, କର୍ମ ଓ ସେବା କରିବାକୁ ବଞ୍ଚିତ ହିଁ ହୋଇଯିବ।

     ସଞ୍ଜ ନଇଁ ଆସୁଥିଲା। ବେଲ ପାହାଡ଼ର ଅପୂର୍ବ ଦୃଶ୍ୟକୁ କୁମୁଟିଆ ନଦୀର କୁଳୁକୁଳୁ ନାଦ ମନ ଗହନକୁ ଚହଲାଇ ଦେଉଥିଲା। ତିନିହେଁ କୁମୁଟିଆ ନଦୀରେ ନିଜର ପାଦ ଧୋଇ ବେଲ ପାହାଡ଼ ଉପରକୁ ଚଢିଲେ ଆଉ ଗୋଟିଏ ବିଶାଳ ପଥର ଚଟାଣ ଉପରେ ବସିଗଲେ। ଆଜି ପ୍ରତାପ ଓ ଗୋପି କାହିଁକି ନୀରବ ପିଙ୍କୁ ବିଲକୁଲ ବୁଝି ପାରିଲା ନାହିଁ। ମୌନତା ଭଙ୍ଗ କରିବାକୁ ଯାଇ କହିଲା,"ଗୋପି ! ଗତକାଲି ପ୍ରତାପ ଧନ୍ଦାର ଉତ୍ତର ଦେଇ ନ ପାରିବାରୁ ଦୁଃଖ ପ୍ରକାଶ କରୁଛ କି? ତେବେ ଉତ୍ତର ମୋର ପାଖରୁ ଶୁଣିନିଅ। ମୁଁ ରାତିରେ ଅଭିଧାନ ଖୋଜି ଉତ୍ତର ପାଇଛି। ସେ ଉତ୍ତରଟି ହେଲା "ବସନ" ନୁହେଁ କି ପ୍ରତାପ?" ପ୍ରତାପ ମୁଣ୍ଡ ଟୁଙ୍ଗାରି ସମ୍ମତି ପ୍ରକାଶ କଲା ତ ପିଙ୍କୁ ପୁଣି କହିଲା,"ପ୍ରତାପ ! ତୁମେ ଦୁହେଁ ପରସ୍ପର ପରସ୍ପରକୁ ଧନ୍ଦା ଦେଇ ମୁହିଁ ଫୁଲାଇ ନୀରବରେ ରହୁଛ। ଆଜି ମୋ ତରଫରୁ ଗୋଟିଏ ଧନ୍ଦା କହିବି। ଉତ୍ତର ଦୁହିଁଙ୍କ ପାଇଁ ରହିଲା। କ'ଣ ପ୍ରଶ୍ନ କରି ପାରିବି ତ?" ପ୍ରତାପ ହଁ ଭରିଲା ତ ପିଙ୍କୁ କହିଲା ଆସନ୍ତା କାଲିଠାରୁ ମୁଁ ସାଞ୍ଜୁ ପିନ୍ଧିବି ଆଉ ଦେଶ ଓ ମାତୃକା ପାଇଁ ମୋର ଏ ଜୀବନକୁ ସେବାରେ ନିୟୋଜିତ କରିବି ତେଣୁ ଆଜିଠୁ ତୁମ ଦୁହିଁଙ୍କ ସହିତ ଆଉ ନିତି ଭେଟ ହିଁ ହୋଇ ପାରିବ ନାହିଁ ଯେବେ ଆସିବି ତ ପରସ୍ପର ଆମ ଭିତରେ ଭାବର ଆଦାନ ପ୍ରଦାନ ହେବ। ପିଙ୍କୁ ଗପିବା ଆରମ୍ଭ କଲା ତିନୋଟି ଅକ୍ଷରେ ନାମ ତାହାର। ଯିଏ ଯୋଦ୍ଧାର ଦେହ ରକ୍ଷକ ପୋଷାକ। ଯେବେ ପ୍ରଥମ ଓ ଦ୍ୱିତୀୟ ମିଶାଇ ଦେବ ବେଣ୍ଟଲଗା ଗ୍ଲାସକୁ ବୁଝାଇବ। ପ୍ରଥମ ଓ ତୃତୀୟ ମିଶାଇ ଦେବ ତ ଦେହ ଖରାପ ଅର୍ଥାତ ଜ୍ଜରକୁ ବୁଝା ପଡ଼ିବ। ଦ୍ବିତୀୟ ଓ ପ୍ରଥମ ମିଶାଇ ଦେଲେ ହାତୀ ଅବା ଦୁଇ ହସ୍ତ ପରିମାଣ କାଠର କ୍ଷୁଦ୍ର ଦଣ୍ଡକୁ ବୁଝା ପଡ଼ିବ। ଦ୍ଵିତୀୟ ଓ ତୃତୀୟ ମିଶିଗଲେ ବିଷ,ରୋଗ ଅବା ମୁଣ୍ଡିକାଠକୁ ବୁଝା ପଡ଼ିବ। ତୃତୀୟ ଓ ପ୍ରଥମ ମିଶିଲେ ଧୂଳି,ପୁଷ୍ପରେଣୁ,ଆଷାଢ଼ ମାସର ସଂକ୍ରାନ୍ତି ଆଉ ତୃତୀୟ ଓ ଦ୍ଵିତୀୟ ମିଶାଇଲେ ରାଗ ବା କ୍ରୋଧକୁ ବୁଝାଇ ଥାଏ। ତୁମ ଦୁହିଁଙ୍କୁ ଏ ଧନ୍ଦାଟି ଦେଲି ଆଉ ଉତ୍ତର ଆଶାରେ ରହିଲି। 

       ପିଙ୍କୁର କଥା ସରି ନାହିଁ ଗୋପି କହିଲା,"ପିଙ୍କୁ ! ତୁ ଭାଗ୍ୟବାନ। ଭାରତ ମାତାଙ୍କ ସେବା ପାଇଁ ନିଜକୁ ଉତ୍ସର୍ଗ କରି ଧନ୍ୟ ହୋଇଯିବୁ। ଈଶ୍ୱର କରନ୍ତୁ ତୋର ଚଲାପଥ କୁସୁମିତ ହେଉ। ବେଲ ପାହାଡ଼ ସୌନ୍ଦର୍ଯ୍ୟ ମଣ୍ଡିତ ହୋଇ ସଜେଇ ହୋଇଥଲା। ପକ୍ଷୀଙ୍କ କାକଳି ସହିତ କୁମୁଟିଆ ନଦୀର କୁଳୁକୁଳୁ ନାଦ ଆହୁରି ପରିବେଶକୁ ଦ୍ଵିଗୁଣିତ କରି ଦେହ ଓ ମନକୁ ପ୍ରଫୁଲ୍ଲ କରୁଥିଲା। ସୂର୍ଯ୍ୟଙ୍କ କନକ କିରଣ ଭିତରେ ସଭିଏଁ ନେଶି ହୋଇ ଯାଉଥିଲେ ଅଥଚ କାହାରି ପାଖରେ ଧନ୍ଦାର ଉତ୍ତର ବାହାରି ପାରିଲା ନାହିଁ।

     ହେ ! ପାଠକ ଓ ପାଠିକା ଭାଇ ଭଉଣୀ। ଆପଣମାନେ ଯଦି ଖୋଜିକି କେଉଁଠୁ ପାଇବେ ତ ଯଥାଶୀଘ୍ର ଉତ୍ତର ପଠାଇଲେ ଏ ପିଙ୍କୁ ମହାଶୟ ଅବଶ୍ୟ କୃତାର୍ଥ ମଣିବ। ଆପଣମାନଙ୍କୁ ଯୋଡ଼ ହସ୍ତରେ କୋଟି ନିବେଦନ।

          


ଉତ୍ତର - ଜଗର


Rate this content
Log in