Archana Acharya

Children Stories Inspirational

4  

Archana Acharya

Children Stories Inspirational

ଭୁଲ୍‌

ଭୁଲ୍‌

5 mins
277


ଆଜି ବିଷ୍ଣୁବାବୁଙ୍କ ଘର କାଇଁ ସୁନ୍‌ସାନ ଲାଗୁଛି, ପୁଅ ଗୋଲିର ପାଟିରେ ଯେଉଁ ଘର ଉଠୁଥାଏ ପଡୁଥାଏ, ଆଜି ହଠାତ୍ ସବୁ ଚୁପ୍ କାହିଁକି ? ଏ କଣ ରୀନା ଦେବୀ ସେପଟେ କାନ୍ଦୁଛନ୍ତି ଯେ, ଆଉ ଏପଟେ ବିଷ୍ଣୁବାବୁ ତାଙ୍କୁ ବୁଝେଇବା ବଦଳରେ ନିଜ ଭାଗ୍ୟକୁ ନିନ୍ଦୁଛନ୍ତି କାହିଁକି ?


  ବିଷ୍ଣୁବାବୁ ଓ ରୀନା ଦେବୀଙ୍କର ଗୋଟିଏ ମାତ୍ର ବିଶିକେଶନ ଅଝଟିଆ, ଜିଦ୍‌ ଖୋର ଓ ମିଛୁଆ ପୁଅ ଗୋଲି। ସେ ଅଷ୍ଟମ ଶ୍ରେଣୀରେ, ଘର ପାଖ ଉଚ୍ଚବିଦ୍ୟାଳୟରେ ପଢେ । ପ୍ରତ୍ୟେକ ଦିନ କିଛି ନା କିଛି ଭୁଲ୍ ନ କଲେ ଏବଂ ବାପାଙ୍କୁ ଅନ୍ୟ ପାଖରେ ଅପଦସ୍ତ ନ କଲେ ତା ମନକୁ ଶାନ୍ତି ମିଳେନା । ବିଦ୍ୟାଳୟରୁ ଆସିବାପରେ ଘର ଆଗରେ ଆଭିଯୋଗର ଭିଡ଼ ଜମିଯାଏ । ବିଷ୍ଣୁ ବାବୁ ନ ଥିବା ସମୟରେ ରୀନା ଦେବୀ ପୁଅର ସପକ୍ଷ ନେଇ ସମସ୍ତଙ୍କୁ ଓଲଟା ଗାଳି ଦେଇ ତଡ଼ି ଦିଅନ୍ତି । ଦିନୁ ଦିନ ପରିସ୍ଥିତି ବଡ ଜଟିଳ ହେବାରେ ଲାଗିଲା ।


 ସେଦିନ ରବିବାର ହୋଇଥାଏ, ବିଷ୍ଣୁବାବୁ ଖବରକାଗଜ ପଢ଼ୁଥାନ୍ତି । ରୀନା ଦେବୀ ଗରମ ଚା ଧରି ସ୍ଵାମୀଙ୍କ ପାଖରେ ଠିଆ ହୋଇଥାନ୍ତି ଓ ବଜାର ଯାଇ ମାଛ ଆଣିବାକୁ କହୁଥାନ୍ତି । ବିଷ୍ଣୁବାବୁ ରାଗିଯାଇ କହିଲେ, ଖବରକାଗଜ ଟିକେ ପଢିବାକୁ ଦେବେନି । ଏମାନେ ରାତି ପାହିଲେ ଖାଲି ଖାଇବା ଚିନ୍ତା । ଖୁଆଇ ଖୁଆଇ ତ ପୁଅକୁ ମୋଟୁ କରି ସାରିଲଣି ଆଉରି ଫୁଣି


 ଗୋଟେ ଦିନ ଆମିଷ ନହେଲେ ବାବୁଙ୍କର ଗୁଣ୍ଡା ଗଳୁନି। ଏ କଥା ଶୁଣି ଗୋଲି ଘର ଭିତରୁ ଦୈଡି ଆସି କହିଲା, ବାବା ଏ ଘରେ କଣ ମୁୁଁ କେବଳ ଖାଏ ଆଉ ସମସ୍ତେ ପାଣି ପିଇ ରୁହନ୍ତି । ଏକଥା ଶୁଣି ବିଷ୍ଣୁବାବୁ ରାଗି ହାତ ଉଠାଇବା ସମୟରେ ଗୋଲି ମାଆଙ୍କ ହାତରେ ଥିବା ଚାହାକୁ ବାପାଙ୍କ ଉପରକୁ ଫୋପାଡି ସେଠାରୁ ପଳାଇଲା । ଗରମ ଚା ପଡିବାରୁ ବିଷ୍ଣୁବାବୁଙ୍କ ହାତ ପୋଡ଼ିଗଲା । ଏଥର ସେ ଗୋଲିକୁ ଉଚିତ୍ ଶାସ୍ତି ଦେବାକୁ ସ୍ଥିର କଲେ । ମେଡିକାଲ୍ ରୁ ଚିକିତ୍ସିତ ହୋଇ ଫେରିବା ପରେ ସେ ରାଗ ତମ ତମ ହୋଇ ରୀନା ଦେବୀଙ୍କୁ ଡାକିଲେ ଓ ମନଇଚ୍ଛା ଗାଳି କଲେ ସବୁ ତୁମରି ପାଇଁ ହୋଇଛି । ପୁଅକୁ ଅନ୍ଧଭଳି ଭଲ ପାଇ ଧ୍ରୁତରାଷ୍ଟ୍ରଙ୍କ ଅବସ୍ଥା ଯାହା ହେଲା ଆମର ବି ଦିନେ ସେୟା ହେବ । ଧ୍ରୁତରାଷ୍ଟ୍ର ଅନ୍ଧ ଥିଲେ ସେ ନିଜର ପୁଅର ଭୁଲ୍ ନ ଦେଖି ମଧ୍ୟ ସବୁ ଜାଣି ତାର ସପକ୍ଷରେ ଥିଲେ । ଏଠି ତମେ ଦୁଇ ଦୁଇଟା ଚକାଡୋଳା ପରି ଆଖି ପାଇ ମଧ୍ୟ କାମରେ ଲଗଉନା ।


ଏହାର ପରିଣାମ ତୁମକୁ ଶିଘ୍ର ମିଳିବ । ରୀନା ଦେବୀ ସ୍ଵାମୀଙ୍କ ପିଠି ଆଉଁସି କହିଲେ ,ସେ ଛୋଟ ପିଲାଟା ପିଲାଳିଆମିରେ କଣ କରିଦଉଛି ତାକୁ ମୁଁ ବୁଝେଇବି । ସଙ୍ଗେ ସଙ୍ଗେ ଚିହିଁକି ଉଠିଲେ ବିଷ୍ଣୁବାବୁ ,କଣ କହିଲ ପିଲା ଲୋକ ବାର ତେର ବର୍ଷ ବୟସରେ ପିଲା ଘରର ବୋଝ ଉଠାଉଛନ୍ତି ଦେଖ ଖବର ଆସୁଛି । ଆଉ ଆଦ୍ଵାରା ପାଠ ହେବା ତ ଦୂର ସାଠ ଟିକେ ବି ହେଲାନି। ମିଶ୍ର ବାବୁ ସେ ଦିନ ମୋତେ ସମସ୍ତଙ୍କ ଆଗରେ ବାର କଥା ଶୁଣେଇଲେ ତାଙ୍କ ପୁଅ ୟା ସ୍ଥାନରେ ବସି ଯାଇଥିଲା ବୋଲି ବାବୁ ତା ନାକ ଫଟେଇ ଦେଇଥିଲେ । ତମେ ତ କଥା ମୋତେ ଲୁଚେଇଲ ପୁଅର ଭୁଲ୍ ଥାଇ ମଧ୍ୟ ଅନ୍ୟକୁ ଆପପାନ ଦେଲ ପୁଣି ତା ଆଗାରେ ସେଥିପାଇଁ ତମର ବି ଏଥିରେ ଦୋଷ ବରାବର । ଡର ଭୟ କିଛି ନାହିଁ ତାର , ଆଜି ନାକ କାନ ଫଟାଉଛି କାଲି ମଣିଷ ମାରିବ । ମୁଁ ବହୁତ ଲୋକ ହସା ହେଲିଣି ତା ଲାଗି ବାହାରେ ମୁଣ୍ଡରୁ     ହେଲ୍ମ ମେଟ୍ କାଢି ପାରୁନି । ଏଥର ମୁଁ ଚିନ୍ତା କରିଛି


ତାକୁ ହଷ୍ଟେଲ୍‌ରେ ଛାଡ଼ିବି । ସେ ସେଇଠି ରହିଲେ ଠିକ୍ ବାଟକୁ ଆସିବ। ଆଜି ମୋ ସାଙ୍ଗ ରମେଶକୁ ଫୋନ୍ କରିବି ସେ କଟକରେ ଗୋଟେ ଭଲ ସ୍କୁଲ ବୁଝିବ । ରୀନା ଦେବୀ ମନଦୁଃଖରେ କହିଲେ, ଗୋଟିଏ ବୋଲି ପୁଅ ତାକୁ . . , ତମେ ଚୁପ୍ ରୁହ ତମର ସେ ପ୍ରେମ ସେତିକି ଥାଉ । ଯେଉଁ ପ୍ରେମ ନିଜର ସନ୍ତାନକୁ ଅବାଟକୁ ଟାଣି ନିଏ, ତାର ଭବିଷ୍ୟତକୁ ଅନ୍ଧକାର ମଧ୍ୟରେ ନିକ୍ଷେପ କରିବାକୁ ଚେଷ୍ଟାକରେ ସେ ଭଳି ପ୍ରେମ ମାରାତ୍ମକ ଅଟେ। ପିଲାମାନଙ୍କୁ ତାଙ୍କର ଭୁଲ୍ ବିଷୟରେ ଅବଗତ ନକଲେ ସେମାନେ ସମାଜ ସହିତ ଖାପ ଖୁଆଇ ଚଳିପାରିବେ ନାହିଁ ।


  ବାପା ମାଆ କଥା ହେଉଥିବା ସମୟରେ ଗୋଲି ସବୁକଥା ଶୁଣିଲା । ଖରାବେଳେ ସମସ୍ତେ ଶୋଇଥାନ୍ତି ଗୋଲି ଚାଲିଲା କ୍ରିକେଟ୍ ଖେଳିବାକୁ । ଏମିତି ବି ତା ସାଙ୍ଗରେ କେହି ସାଙ୍ଗ ହୁଅନ୍ତି ନାହିଁ । ସେ ସଭିଙ୍କ ସାଙ୍ଗରେ ଜବରଦସ୍ତି ଖେଳେ ଓ ଖେଳରେ ହାରିଲେ ମାରପିଟ୍ କରେ । ସେ ଦିନ ଘର ପାଖ ପିଲାଏ ପଡ଼ିଆର ଖେଳିବାର ଗୋଲି ଶୁଣିଲା ଓ ଚାଲିଲା ସେହିି ଜାଗାକୁ । ସମସ୍ତେ ଖେଳିବାର ଦେଖିକି କହିଲା ମୁଁ ବି ଖେଳିବି । ପିଲାମାନେ ରାଜି ହେଉନଥଲେ ବି ତାର ରାଗ ପାଇଁ ତାକୁ ଖେଳିବାକୁ ଦେଲେ କିନ୍ତୁ ସେ ଆଗ ବ୍ୟାଣ୍ଟିଙ୍ଗ୍ କରିବ ବୋଲି କହିଲା । ସିପୁନ୍ ତ ପ୍ରଥମରୁ ବ୍ୟାଣ୍ଟିଙ୍ଗ୍ କରୁଥିଲା ସେ ଜମାରୁ ରାଜି ହେଲାନି ଓ କହିଲା ମୁଁ ଖେଳି ସାରେ ଆଉଟ୍ ହେଲେ ତୁ ଖେଳିବୁ , ହେଲେ ଗୋଲି ତ ତା ଜିଦିରେ ଅଟଳ ।


ସେ ସିପୁନ୍‌ ହାତରୁ ବ୍ୟାଟ୍ ଛଡ଼ାଇ ଆଣିଲା ଓ ତାକୁ ଧକ୍କା ଦେଇ ତଳେ ପକାଇଦେଲା । ସିପୁନ୍‌ ମଧ୍ୟ ରାଗିଜାଇ ଗୋଲି କୁ ଧକ୍କା ଦେଲା । ଗୋଲି ରାଗିଯାଇ ଧରିଥିବା ବ୍ୟାଟରେ ସିପୁନ୍‌ର ମୁଣ୍ଡକୁ ବାଡ଼େଇ ଦେଲା।


ସିପୁନ୍ ତଳେ ପଡି ବେହୋସ୍‌ ହୋଇଯାଇଥାଏ । ସମସ୍ତ ପିଲା ସେଠାରୁ ଦୌଡ଼ି ସିପୁନ୍ ଘରକୁ ଗଲେ ,ଗୋଲି ମଧ୍ୟ ଦୈଡ଼ି ଘରକୁ ପଳାଇଲା।


  ସମସ୍ତେ ଦୌଡି ପଡିଆକୁ ଯାଇ ଦେଖନ୍ତି ତ ସିପୁନ୍ ମୁଣ୍ଡରୁ ରକ୍ତ ବହି ଯାଉଥାଏ ଓ ସେ ଚେତା ହୀନ ଅବସ୍ଥାରେ ତଳେ ପଡ଼ିଥାଏ । ଏହା ଦେଖି ସିପୁନ୍ ର ମାଆ ମଧ୍ୟ କାନ୍ଦି କାନ୍ଦି ଚେତା ହରେଇ ପଡ଼ିଲେ । ସିପୁନ୍‌ର ବାପା ଅନ୍ୟମାନେ ମିଶି ତାକୁ ଡାକ୍ତରଖାନା ନେଇଯାଇଥିଲେ ଓ ଅନ୍ୟମାନେ ମିଶି ଗୋଲି ଘରକୁ ଗଲେ।ଗୋଲି ର ବାପା ଓ ମାଆ କାନ୍ଦ ଶବ୍ଦ ଶୁଣି ବାହାରକୁ ଆଶି ଦେଖନ୍ତି ତ, ସମସ୍ତେ ରାଗ ତମ ତମ ହୋଇ ଗୋଲିକୁ ଖୋଜୁଛନ୍ତି , କାରଣ ଜାଣିବା ପରେ ବିଷ୍ଣୁ ବାବୁ ମୁଣ୍ଡରେ ହାତଦେଇ ବସି ପଡଲେ । ରୀନା ଦେବୀ ଏବେ ମଧ୍ୟ ନିଜ ପୁଅର ଭୁଲ୍‌କୁ ଘୋଡାଉଥାନ୍ତି । ବିଷ୍ଣୁବାବୁ ସମସ୍ତକୁ ଅନୁରୋଧ କରି କହିଲେ ଦୟାକରି ଆପଣମାନେ ପାଟିତୁଣ୍ଡ କରନ୍ତୁ ନାହିଁ। ଗୋଲି ଆସିଲେ ମୁଁ ତାକୁ ଉପଯୁକ୍ତ ଦଣ୍ଡ ଦେବି । ସିପୁନ୍‌ର ମାଆ କାନ୍ଦି କାନ୍ଦି କହିଲେ, ଯଦି ଆପଣ ଆଗରୁ ଦଣ୍ଡ ଦେଇଥାନ୍ତେ ତ ତାହାଲେ ଆଜି ଏମିତି ପରିସ୍ଥିତି ଆସିନଥାନ୍ତା । ମୋ ପୁଅର ଯଦି କିଛି ହୁଏ ତ ମୁଁ ଆପଣଙ୍କ ପୁଅକୁ ଜେଲ୍ ନ ପଠାଇ ଛାଡିବିନି । ଏହାପରେ ସମସ୍ତେ ସେଠାରୁ ଚାଲିଗଲେ, ହେଲେ ଗୋଲିକୁ କେହି ଖୋଜି ପାଉନଥାନ୍ତି । ସଞ୍ଜ ହେଲାଣି ଗୋଲି ବାଡ଼ି ପଟ ଆମ୍ବଗଛରେ ବସିଥାଏ । ରୀନା ଦେବୀ ଯେତେ କହିଲେ ସୁଧା ବିଷ୍ଣୁ ବାବୁ ରାଗି କରି ପୁଅକୁ ଖୋଜୁନଥାନ୍ତି । ମାଆ କାନ୍ଦି କାନ୍ଦି ବାଡ଼ି ଆଡ଼େ ବୁଲୁଥିଲାବେଳେ ଗଛ ଉପରେ ଖସ୍ ଖସ୍ ଶୁଣି ଲାଇଟ୍ ଲଗେଇ ଦେଖନ୍ତି ତ ଗୋଲି ବସି କାନ୍ଦୁଛି । ସେଠାରୁ ଗୋଲିକୁ ଘରକୁ ନେବା କ୍ଷଣି ବାପାଙ୍କର ମାଡ଼ ଉପରେ ମାଡ଼ , ହେଲେ ଗୋଲି ଶାନ୍ତ ପିଲାଟି ପରି ଛିଡ଼ା ହୋଇଥାଏ । ମାଆ ପଶ୍ଚାତାପ କରୁଥାନ୍ତି ଓ ନିଜ ଭୁଲ୍ ର ସମୀକ୍ଷା କରିଚାଲିଥାନ୍ତି । ଗୋଲି ର ପରିବର୍ତ୍ତନ ଦେଖି ବାପା ମଧ୍ୟ ମାଡ଼ ବନ୍ଦ୍ କରିଦେଲେ । ଏବେ ଖାଲି ସିପୁନ୍ ଭଲ ହେବାର ଚିନ୍ତା । ରାତି ସାରା ସମସ୍ତେ ନିରବ ବସି ବସି ରାତି କଟିଲା । ସକାଳୁ ସକାଳୁ ବିଷ୍ଣୁ ବାବୁ ଫୋନ୍‌ କରି ଜାଣିଲେ ସିପୁନ୍ନ ଘରକୁ ଫେରି ଲାଣି । ଏହା ଶୁଣିବା ମାତ୍ରେକେ ବିଷ୍ଣୁବାବୁଙ୍କ ମୁଣ୍ଡରୁ ସବୁ ଚିନ୍ତା ଓହ୍ଲେଇଗଲା ଓ ସମସ୍ତଙ୍କୁ ନେଇ ସେ ସିପୁନ୍ ଘରେ ପହଞ୍ଚି ତାଙ୍କୁ କ୍ଷମା ମାଗିଲେ ଏଣିକି ସେ ଗୋଲି ପ୍ରତି ଅଧିକ ଧ୍ୟାନ ଦେବାର ପ୍ରତିଶ୍ରୁତି ଦେଲେ ।



Rate this content
Log in