Archana Acharya

Crime Inspirational

4  

Archana Acharya

Crime Inspirational

ଘରୋଇ ହିଂସା

ଘରୋଇ ହିଂସା

3 mins
393


ବବଲି ଗୋଟିଏ ଆଠ ବର୍ଷର ଛୋଟ ଝିଅଟିଏ । ଦିଲ୍ଲୀ ପବ୍ଲିଲିକ ସ୍କୁଲରେ ପାଠ ପଢେ । ବହୁତ୍ ଭଲ ପିଲାଟିଏ , କାହା ସାଥିରେ କେବେ ଝଗଡ଼ା କରେନି କି କେହି କିଛି ଏଣୁ ତେଣୁ କହିଦେଲେ ତାକୁ କିଛି ଫରକ୍ ପଡେନି । ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଉଚିତ୍ ସମ୍ମାନ ଦେବା ସହ ପାଠ ମଧ୍ୟ ଭଲ ପଢେ । ସମସ୍ତେ ବି ତାକୁ ଭାରି ଭଲ ପାଅନ୍ତି ।


 କିଛିଦିନ ହେବ ସେ ଭାରି ଅନ୍ୟମନସ୍କ ରହୁଥିବାର ମିତା ମ୍ୟାଡାମ୍ ଲକ୍ଷ୍ୟ କଲେ , ପାଟିରୁ ପ୍ରଶ୍ନ ନ ସରୁଣୁ

ଉତ୍ତର ହଉଥିବା ପିଲା ଏବେ ପଚାରିଲା ପରେ ବି ଭାବି ହେଉଛି,ନିଶ୍ଚିନ୍ତ ତାର କିଛି ଅସୁବିଧା ହେଉଛି । ମିତା ମ୍ୟାଡାମ୍ ବବଲିକୁ ଡାକିଲେ ଓ ଏକାନ୍ତରେ ପଚାରିଲେ, ବିବଲି ତୁମ ବାବା ଆସିଛନ୍ତି ବୋଲି ତୁମେ ପାଠରେ ଏତେ ହେଳା କରୁଛ ନା ଅନ୍ୟକିଛି କଥା ଅଛି।ବିବଲି କିନ୍ତୁ ମଉନ ରହିଲା, ହଁ କି ନା କିଛି ବି ଉତ୍ତର କରିଲା ନାହିଁ । ଏହାପରେ କିଛିଦିନ ବିତିଗଲା ବବଲି ଧିରେ ଧିରେ ଆହୁରି ଅନ୍ୟମନସ୍କ ହେବାରେ ଲାଗିଲା। ହୋମୱାର୍କ କରିକି ଆସେନି ,ଡାକିଲେ ଡ଼େରିରେ ଉତ୍ତର ଦିଏ ଏବଂ ଟିଫିନ୍ ନଖାଇ ବସି ରହେ। ପ୍ରଥମରୁ ତ ମିତା ମ୍ୟାଡ଼ମ୍ ଏଇ ଭଳି ବ୍ୟବହାର ଦେଖି ସନ୍ଦେହରେ ଥିଲେ , ଏବେ ପୂରା ପୁରି ପକ୍କା ହୋଇଗଲେ ଯେ ବବ଼ଲିର କିଛିନା କିଛି ଅସୁବିଧା ହେଉଛି ।


ବବଲି ନିଜ ମାଆ ଓ ଜେଜେଙ୍କ ସାଙ୍ଗରେ ରହେ । ମା ଜଣେ ଗୃହିଣୀ ହୋଇଥିଲେ ମଧ୍ୟ ବବଲିର ପାଠପଢ଼ାରେ ପୁରା ଧ୍ୟାନ ଦିଅନ୍ତି । ବାବା ତାର ହାଇଦ୍ରାବାଦରେ ଚାକିରି କରନ୍ତି ,କେବେ କେବେ ଘରକୁ ଆସନ୍ତି । ସ୍କୁଲର ସବୁ ମିଟିଙ୍ଗ ଓ ଫକ୍ସନ୍‌ରେ ତାଙ୍କୁ କେବେ ଦେଖିବାକୁ ମିଳେନା । ଏବେ ଦୁଇ ତିନିମାସ ହେବ ସେ ଆସିଛନ୍ତି ,ପିଲାଟା କେମତି ପଢ଼ୁଛି ଜାଣିବାକୁ ସ୍କୁଲକୁ ବି ଆସୁନାହାଁନ୍ତି । ଏପଟେ ବବଲି ବି କେମିତି ଦୁଃଖି ହୋଇ ପଡ଼ିଛି । ଏହାର କାରଣ ଖୋଜୁଥିବା ମିତା ମ୍ୟାଡ଼ାମ୍‌ ବବଲିର ମା ଙ୍କୁ ଡକାଇ ତାଙ୍କଠାରୁ ବୁଝିବାକୁ ଚାହିଁ ଥିଲେ , ହେଲେ ତାହାର କିଛି ଫଳ ମିଳିନଥିଲା । ସେ ଯେମିତି କିଛି ଲୁଚେଇଲା ପରି ଅନୁଭବ କଲେ ।


 ଯାହା ବି ହୋଇଯାଉ ମିତା ମ୍ୟାଡ଼ମ୍ ଏହି ବିଷୟରେ

ତଦାରଖ ଚଳେଇବା ଭୁଲି ନଥାନ୍ତି । ଏମିତି କିଛିଦିନ ପରେ ସେ ଏକ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କଲେ, ଯେଉଁଥିରେ କି ସମସ୍ତେ ଭାଗନବା ବାଧ୍ଯତା ମୂଳକ । ସମସ୍ତ ବାପା ମାଆଙ୍କୁ ଡକାଗଲା ଓ ପ୍ରତିଯୋଗିତା ଆରମ୍ଭ କରାଗଲା । ବବଲିର ଜେଜେ ମା ଓ ବାପା ବି ଆସିଥାନ୍ତି । ସମସ୍ତେ ଚିତ୍ରକରିବାରେ ଲାଗିପଡିଲେ ,ବବଲି ମଧ୍ଯ ଚିତ୍ର ଆଙ୍କୁଥାଏ , ଆଖିରୁ ତାର ବହୁଥାଏ ଲୁହର ଧାର । ସତେ ଅବା ଛାତି ଭିତରର ସମସ୍ତ କଷ୍ଟ ଏହି ଚିତ୍ରକୁ ମାଧ୍ୟମ କରି ଅଶ୍ରୁ ହୋଇ ବହିଯାଉଛି। କୋମଳ ହୃଦୟ ଟା ଖୁସିରେ ପୁରି ଯିବା ବଦଳରେ ଦୁଃଖର ବୋଝରେ ଚାପି ହୋଇ ପଡ଼ି ଛି । କିଛି ସମୟପରେ ପ୍ରତିଯୋଗିତାର ଅନ୍ତ ହୋଇଲା । ସମସ୍ତଙ୍କର ଖାତା ସର୍ବ ସମ୍ମୁଖରେ ପଦର୍ଶିତ ହୋଇଥିଲା ବେଳେ , କେବଳ ବବଲିର ଖାତା ହିଁ ବାଦ ରହିଥିଲା।


   ମିତା ମ୍ୟାଡାମ ସମସ୍ତଙ୍କୁ ଜଣାଇଥିଲେ କି ବବଲି କିଛି ବି ଚିତ୍ର କରି ନାହିଁ । ଏହାପରେ ସମସ୍ତେ ଚାଲି ଯିବାପରେ ସେ ବବଲିର ବାବା ମା ଓ ଜେଜେଙ୍କୁ ପାଖକୁ ଡାକି ବବଲିର ହାତ ଅଙ୍କା ଚିତ୍ର ଦେଖାଇଥିଲେ, ଯାହା ଦେଖି ସମସ୍ତେ ଅବାକ୍‌ ହେବା ସହ ବବଲିର ବାବାଙ୍କ ମୁଣ୍ଡ ତଳକୁ ହୋଇଯାଇଥିଲା । ତାହାହେଲେ କଣ ଥିଲା ସେ ଚିତ୍ରରେ ? ହଁ ସେ ଚିତ୍ରରେ ଥିଲା ବବଲି ର ବାବା ତାର ମା'ଙ୍କ ପ୍ରତି କରୁଥିବା ଅତ୍ୟାଚାରର ଦୃଶ୍ୟ ! ବାବା କିପରି ମା'ଙ୍କ ଚୁଟି ଘୋଷାରି , ତାଙ୍କ ମୁଣ୍ଡକୁ କାନ୍ଥରେ ବାଡ୍‌ଉଛନ୍ତି ଓ ମା ବିକଳରେ ଚିତ୍କାର କରୁଛନ୍ତି । ମିତା ମ୍ୟାମ୍ ଠିକ୍ ବୁଝି ସାରିଥିଲେ ବବଲିର ପରିବର୍ତ୍ତନ ପଛର ରହସ୍ୟ ।

ସେ ବବଲିର ବାପାଙ୍କୁ ଭଲ ଭାବରେ ବୁଝାଇଲେ ଯେ

ସେମାନେ ଙ୍କ ପାଇଁ ଗୋଟେ କଅଳପିଲାର ଅବସ୍ଥା କେତେ ଖରାପ ହେଉଛି । ହୁଏ ତ ସେ ଆଗକୁ ପାଗଳ ମଧ୍ୟ ହୋଇଯାଇ ପାରେ । ଏହି କଥା ସମସ୍ତ ଙ୍କ ସମ୍ମାକୁ ଆସିଲେ ପରିସ୍ଥିତି କେତେ ଖରାପ ହେବ ସେ କଥା ମଧ୍ୟ ସେମାନଙ୍କୁ ବୁଝା ଗଲା । ବବଲିର ବାବା ନିଜର ଭୁଲ୍ କୁ ବୁଝିଲେ ଏବଂ ବବଲିକୁ କୋଳେଇ ନେଲେ ।


 ଆଜି ସିନା ମିତା ମ୍ୟାଡାମ ଙ୍କ ଉଦ୍ୟମ ବଳରେ ବ ଵବଲି ଠିକ ଅଛି , ହେଲେ ପ୍ରତିଦିନ ବବଲି ପରି ଅନେକ ପିଲା ନିଜ ପିତାମାତାଙ୍କ ପାଇଁ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ ହେଉଛନ୍ତି ।


Rate this content
Log in

Similar oriya story from Crime