Archana Acharya

Abstract

4  

Archana Acharya

Abstract

ପ୍ଲାଟ୍ ଫର୍ମର ଶେଷ ବେଞ୍ଚ

ପ୍ଲାଟ୍ ଫର୍ମର ଶେଷ ବେଞ୍ଚ

5 mins
287


 ସେତେବେଳକୁ ରାତି ୧୦ଟା, ମୁଁ କଟକରୁ ଜଗତସିଂହପୁର ଯିବାକୁ ଅପେକ୍ଷାରେ ଥାଏ। ପ୍ଲାଟ୍ ଫର୍ମରେ ମଶା ମାନେ ଯେମିତି ଘରଦ୍ଵାର କରି ରହିଥାନ୍ତି । ସେଠି ବସିବା ପାଇଁ ବେଞ୍ଚ ପଡ଼ିଥାଏ ସତ ହେଲେ ବସିବା ସମ୍ଭବପର ନୁହେଁ । ମଶା ଆଉ ମୋର ଯୁଦ୍ଧ ଚାଲିଥାଏ।ଗୋଡ଼ କଚାଡି କଚାଡ଼ି ଗୋଡ଼ରେ ବ୍ୟଥା ହେଉଥାଏ । ଟ୍ରେନ ଆସିବାକୁ ଅଧଘଣ୍ଟା ବାକି ଥାଏ । ବସିବା ଜମା ବି ସମ୍ଭବପର ହେଉ ନଥାଏ । ଭାବିଲି ଗୋଟେ ଜାଗାରେ ଗୋଡ଼ କାଚାଡିବା ଅପେକ୍ଷା ଚାଲି ଚାଲି ଏପାଖ ସେପାଖ ହେବି। ଏମିତି ଚାଲିଚାଲି ଯାଉ ଯାଉ ମୁଁ ପ୍ଲାଟଫର୍ମର ଶେଷ ବେଞ୍ଚ ପାଖରେ ପହଞ୍ଚିଲି ଆଖି ଟିକେ ବୁଲିଗଲା ବେଞ୍ଚ ଆଡ଼କୁ , ସେଠାରେ ଏକ ୯ କି୧୦ବର୍ଷର ଝିଅଟି ଶୋଇବାକୁ ଚେଷ୍ଟା କରୁଥାଏ ଓ ଧିରେ ଧିରେ କାନ୍ଦୁ ମଧ୍ୟ ଥାଏ । ମୁଁ ତା ପ୍ରତି ଧ୍ୟାନ ନ ଦେଇ ପୁଣି ଆଗକୁ ବଢିଲି । ଦୁଇ ତିନି ଥର ଏପଟ ସେପଟ ହେଲା ପରେ ଭାବିଲି ଥରେ ତାକୁ ଡାକି କି ପଚାରିବି । ଧିରେ ଧିରେ ତାର ପାଖକୁ ଯାଇ ଡାକିଲି, ଝିଅ ଝିଅ , ଆରେ କାଇଁକି କାନ୍ଦୁଛୁ। ତତେ ଜଦି କିଛି ଦରକାର ତାହେଲେ କହ।କିଛି ସମୟ ସେଠି ଠିଆହୋଇ ରହିଲି , ହେଲେ ସେ ସେଇମିତି ମୁହଁ ଘୋଡାଇ ଶୋଇ ରହିଥାଏ। ଆଗକୁ ଦୁଇ ପାଦ ପକେଇଲା ବେଳକୁ ପଛରୁ ଏକ ଶବ୍ଦ ଶୁଭିଲା ମାନୁ ଦିଦି । ହଠାତ୍ ମୋ ଛାତି ଭିତର ଥରି ଉଠିଲା । ମୋତେ କିଏ ଜାଣିଲା ଯେ ଏଠି, ପଛକୁ ଚାହିଁ ଦେଲାବେଳକୁ କୁନ୍‌ ମୁନ୍‌ ।


  କୁନ୍‌ମୁନ୍ ହେଉଛି ମୋ ମାଉସୀ ର ପଡୋଶୀ ରୀନା ମାଉସୀଙ୍କ ଝିଅ । ମୁଁ ମାଉସୀ ଘରକୁ ଗଲେ ଆମେ ସାଙ୍ଗ ହୋଇ ଖେଳୁ ଓ ବହୁତ୍ ମଜାମସ୍ତି କରୁ ,ଏଇ କିଛି ଦିନ ହେବ ଶୁଣିଲି କୁନ୍‌ମୁନ୍‌ର ବାପା ଚାଲିଯାଇଥିଲେ । ଶୁଣି ବହୁତ କଷ୍ଟ ଲାଗିଥିଲା ମୋତେ ,ହେଲେ ହଠାତ୍ କୁନ୍‌ମୁନ୍‌କୁ ଏଠାରେ ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗିଲା ।


 ଆରେ କୁନ୍‌ମୁନ୍‌ ତୁ ଏଠି କଣ କରୁଛୁ, ତୋ ସାଥିରେ କଣ ମାଉସୀ ଆସିଛନ୍ତି। ହେଲେ ମାଉସୀ ଗଲେ କୁଆଡ଼େ । କୁନ୍ ମୁନ୍‌ ଭେଁ କରି କାନ୍ଦି ଉଠି ମୋତେ ଜାବୁଡି ଧରିଲା । ତାକୁ ପାଖରେ ବସାଇ ପଚାରିଲି ତୁ କିଛି ଖାଇଛୁ । ସେ ମୁଣ୍ଡ ହଲେଇ ମନା କଲା । ପାଖ ଦୋକାନରୁ ଗୋଟେ କେକ୍ ଆଣି ତାକୁ ଖୋଇ ଦେଲି ଓ ପଚାରିଲି ,କଣ ହୋଇଛି କହ ଏଥର । କୁନ୍‌ ମୁନ୍‌ କହିବା ଆରମ୍ଭ କଲା । ମାନୁ ଦିଦି ,ବାପା ଚାଲିଗଲା ପରେ ମୁଁ ତାଙ୍କୁ ବହୁତ ମନେ ପକେଇ କାନ୍ଦେ ।ହେଲେ ବାପା ଗଲା ପରେ ବୋଉର କଣ ହେଲା କେଜାଣି ସେ ମୋ ସାଙ୍ଗରେ ବେଶି କଥା ହୁଏନି I ମୁଁ ଭାବିଲି କି ତାର ମନ ଭାରି ଦୁଃଖ ଥିବ ସେ ସକାଶେ ସେ ଏମିତି କରୁଛି। ହେଲେ । ଏଇ କିଛି ଦିନ ହେବ କକା ( ସାନ ଜେଜେଙ୍କ ପୁଅ ) ଆସିବାରୁ ବୋଉ ଟିକେ ଖୁସି ଜଣା ପଡ଼ୁଥିଲା । ହେଲେ ପୂର୍ବ ପରି ମୋ ପ୍ରତି ତାର ଭଲ ପାଇବା ନଥିଲା । ବହୁତ ଏକା ଏକା ଲାଗୁଥିଲା ମୋତେ, ଲୁଚି ଲୁଚି ଯାଇ ଗଛ ପଛ ପଟେ କାନ୍ଦେ ।ବହୁତ୍ ମନେ ପଡ଼ନ୍ତି ବାପା । ବୋଉ କକାଙ୍କ ସହ ଗପସପ କରେ ହସ ମଜା ବି କରେ । ହେଲେ ମୋ ସହ କାଇଁ ଏମିତି କରେ ମୁଁ ଜାଣେନା । ଜେଜେ ମା ବି ଏଇ କଥା କହିବାରୁ ତା ସହ ଝଗଡ଼ା କରିଲା ଓ ସେ ଆପା ଘରକୁ ଚାଲିଗଲା । ଦିନେ ରାତି ଅଧରେ ସେ ବ୍ୟାଗ୍ ସଜାଡିବାର ଦେଖିଲି । ପଚାରିଲାରୁ କହିଲା ମୁଁ କଟକ ଯାଉଛି ତୁ ଯିବୁ ଯଦି ଚାଲେ । ଡ୍ରେସ୍ ନେବାକୁ କହିବାରୁ ମନା କଲା । ଏହାପରେ ଆମେ ସମସ୍ତେ , ମାନେ କକା ବୋଉ ଓ ମୁଁ ରାତି ୩ଟାରୁ ଅଟୋରେ ଆସିଲୁ କଟକ । ବୋଉ ଓ କାକା ଷ୍ଟେସନ୍ ପାଖରେ ଓହ୍ଲାଇବାରୁ ମୁଁ ପଚାରିଲି ଏବେ କୁଆଡେ ଯିବା କି ? ବୋଉ କହିଲା ଏଇଠି ଟିକେ ଅପେକ୍ଷା କରିବା କକାଙ୍କ ସାଙ୍ଗ ଆସିବାର ଅଛି, ବୋଉ ମୋତେ ଶୋଇବାକୁ କହିଲା ମୁଁ ଚାଦର ଖଣ୍ଡେ ଘୋଡ଼ିହୋଇ ଶୋଇପଡ଼ିଲି କିନ୍ତୁ ବୋଉ ଓ କାକା କୁଆଡେ ଗଲେ ମୁଁ ଜାଣିନି ! ସକାଳୁ ଏଠି ସମସ୍ତଙ୍କୁ ପଚାରିଲି, ହେଲେ ସେ ଦୁଇଜଣଙ୍କୁ କେହି ଜାଣନ୍ତି ନାହିଁ ବୋଲି କହିଲେ । ପାଣି ଟିକେ ଟିକେ ପିଇ ଏଇଠି ବସିଛି । ଭାରି ଭୋକ ଓ ଡର ମଧ୍ୟ ଲାଗୁଥିଲା । ଏବେ ତମେ ଆସିଗଲା ଆଉ ଡରିବାର କିଛି ନାହିଁ। ସେହି ସମୟରେ ମୋ ବାପାଙ୍କର ଫୋନ୍‌ ଆସିଗଲା ।ମୁଁ ସବୁ କଥା ତାଙ୍କୁ ଜଣାଇଲି, ସେ ମୋତେ ,କୁନ୍‌ମୁନ୍ କୁ ସାଥିରେ ଧରି ଆସିବାକୁ ପରାମର୍ଶ ଦେଲେ । କୁନ୍ ମୁନ୍ କିନ୍ତୁ କହିଲା ,ଦିଦି ମୋ ବୋଉ ଆସିବ , ସେ ତ ସବୁବେଳେ ମୋତେ କହେ ମୁଁ ତତେ ମାରିଦେବି , କେଉଁଠାରେ ଛାଡି ଦେବି ହେଲେ ଛାଡେନି । ଆଜି କିନ୍ତୁ ବହୁତ ସମୟ ହେବ ଗଲାଣି ଯେ ଆସିବାର ନା ଧରୁନି, କଣ କହୁଛ ଦିଦି ଆଉ ଟିକେ ଅପେକ୍ଷା କରି ଦେଖିବା । ମୋ ମାର କିଛି ଅସୁବିଧା ହେଲା କି , ଏମିତି ଅନେକ କିଛି କହିଚାଲିଥାଏ ସେ । ତାର ନୀରିହ ପଣରେ ଆଗରେ ପଥର ବି ତରଳିବାକୁ ବାଧ୍ୟ ହେବ । ମନଟା ତାର ଭାରି ପରିସ୍କାର , ସେ କାହାର ଅମଙ୍ଗଳରେ ଚିନ୍ତା କରେନା । କାହା ବିଷୟରେ ଖରାପ କହିବା ତ ଦୂର କଥା ଚିନ୍ତା ମଧ୍ଯ କରେନି । ଏମିତି ସୁନ୍ଦର କଥା ଓ ବିଚାର ଥିବା ସୁନା ଝିଅଟିକୁ ରୀନା ମାଉସୀ ଏକା କରି ଚାଲିଗଲେ । ହଉ ଯାହା ଭଗବାନଙ୍କର ଇଚ୍ଛା ଥିବ ତାହା ହିଁ ହେବ। ଏହା ଚିନ୍ତା କରୁ କରୁ ଟ୍ରେନ ଆସି ପହଞ୍ଚିଲା ମୁଁ ତାର ହାତକୁ ଧରି ଗଲା ବେଳେ ସେ ବାର ବାର ପଛକୁ ଚାହୁଁଥାଏ । ତାର ସେଇ ନିରୀହ ଆଖି ତା ବୋଉକୁ ଖୋଜୁଥାଏ । ଢଳ ଢଳ ଆଖିରୁ ଥପ୍ ଥପ୍ ଲୁହ ବୋହି ଫ୍ରକ୍ ଖଣ୍ଡକ ଓଦା ହେଉଥାଏ । ଟ୍ରେନରେ ବସିବା ପରେ ତାକୁ ମୋ କୋଳରେ ମୁଣ୍ଡ ରଖି ଶୋଇବାକୁ କହିଲି ,ସେ ମଧ୍ୟ ମୋତେ କୁଣ୍ଢେଇ ଧରି ଶୋଇଗଲା । କଁଳିଆ ମନଟା ତାର , କେତେ ଯେ ପ୍ରଶ୍ନ ତାର ମନ ଭିତରକୁ ଧସେଇ ପଶୁଥିବ,କିଛି ଏମିତି ପ୍ରଶ୍ନ ତାର ସେଇ ନିରିହ ମନକୁ ବ୍ୟତିବ୍ୟସ୍ଥ କରି ପକାଉଥିବ । ସକାଳୁ ଡହଳ ବିକଳ ହେଉଥିବା ଛୁଆଟି ଉପରେ କଣ କାହାରି ନିଜର ପଡ଼ିଲାନି ? ଏ ମଣିଷ ଗୁଡା କଣ ସତରେ ଏଡେ ସ୍ଵାର୍ଥପର ? ମୁଁ ବଡ଼ ହେଲା ପରେ ବି ମୋତେ ଏକା ଡର ଲାଗେ, ମାକୁ ନଦେଖିଲେ ମୁଁ ରହିପାରେନି , ଆଉ ଇଏ ତ କୁନି ପିଲାଟା । ଏମିତି ଭାବୁ ଭାବୁ ମୋ ଛାତି ଭିତରେ ଅନେକ ସାରା କୋହ ଜମା ହୋଇ ସାରିଥିଲା। ଟ୍ରେନ ହର୍ଣ୍ଣ ଦେଲା । ଏବେ ଓହ୍ଲେଇବାର ସମୟ , ବାପା ଆସି ଅପେକ୍ଷା କରିଥାନ୍ତି । କୁନ୍ ମୁନ୍‌କୁ ଉଠୋଇଲି ଓ ଦୁହେଁ ଓହ୍ଲେଇ ପଡ଼ିଲୁ । କେଜାଣି କାହିଁକି ବାପାଙ୍କୁ ଦେଖି ଦୁଇ ଜଣ ଜାକ କାନ୍ଦି ଉଠିଲୁ । ଆମକୁ ବୁଝାଉ ବୁଝାଉ ବାପା ମଧ୍ୟ କାନ୍ଦିଲେ । ଦୁଇ ଜଣକୁ ଘରକୁ ନେଇଗଲେ , ଘରେ ସମସ୍ତେ ବ୍ୟସ୍ଥରେ ଥିଲେ । ବହୁତ୍ ଲୋକ ବହୁତ୍ କଥା କହୁଥାନ୍ତି ରୀନା ମାଉସୀଙ୍କ ବିଷୟରେ ।

ବିଚାରି ଝିଅଟା ଯେମିତି ଚୁପ୍ ହୋଇଯାଇଛି, ଖାଲି କାନ୍ଦୁଚି , ତାରା ଜେଜେ ମାଙ୍କୁ ଓ ପିଉସୀ ନାନୀ ଙ୍କୁ ଖବର ଦିଆହେଲା । ସେମାନେ ତା ଆର ଦିନ ଆସି କୁନ୍ ମୁନ୍ କୁ ନିଜ ସହ ନେଇଗଲେ । ମୁଁ ମୋ ପଢ଼ାରେ ବ୍ୟସ୍ଥ ଥିଲି। ଆଉ ତା ସହ ଦେଖା ହୋଇନି। ବୋଉ କହୁଥିଲା, ସେ ତା ମାଉସୀ ଘରେ ରହି ପଢ଼ୁଛି । ମୋର ସେ ଦିନ ଆଜି ବି ମନେ ପଡ଼େ , ଯେତେବେଳେ

ମୁଁ ଟ୍ରେନ୍ ରେ ଆସିବାକୁ ଅପେକ୍ଷା କରିଥାଏ ପ୍ଲାଟ୍ ଫର୍ମରେ ।


Rate this content
Log in

Similar oriya story from Abstract