Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ବିପ୍ଳବୀ ମାନଙ୍କ ସମାଜରେ ଦାନ

ବିପ୍ଳବୀ ମାନଙ୍କ ସମାଜରେ ଦାନ

1 min
201



ବ୍ରିଟିଶ ଶାସନରେ ନଥିଲା ଶିକ୍ଷା, ସଂସ୍କୃତି, ନଥିଲା ଗଣବିକାଶ ବା କଲ୍ୟାଣର କିଛି ଯୋଜନା । ଥିଲା ଖାଲି ଶୋଷଣ ଓ ଦେଶର ଧନକୁ ନିଜ ଦେଶକୁ ବୋହି ନେବାର ପ୍ରବୃତ୍ତି । ସେଇ ଅନ୍ଧାର ଭିତରେ ଏ ମାଟିରେ ଆସିଥିଲା ଦୁଇ ଦୁଇଟି ଲୋମଟାଙ୍କୁରା ଦୁର୍ଭିକ୍ଷ ! ଦୁର୍ଭିକ୍ଷ ରାକ୍ଷସର ଆଁ ଭିତରେ ପଡ଼ି ଛଟପଟ ହନ୍ତସନ୍ତ ହେଉଥିଲେ ଲକ୍ଷ ଲକ୍ଷ ଜନସାଧାରଣ ।

ନଅଙ୍କ ଦୁର୍ଭିକ୍ଷର ପରବର୍ତ୍ତୀ ସମୟରେ ଦୈବୀବଳରୁ ଯାହା କ୍ଷତି ହୋଇଥିଲା ତତୋଧିକ କ୍ଷତି ଥିଲା ମନୁଷ୍ୟକୃତ | ତତ୍କାଳୀନ ଧୂର୍ତ୍ତ ହୀନମନା କୁଚକ୍ରୀ ଗୋଷ୍ଠୀ ଖାଦ୍ୟର କୃତ୍ରିମ ଅଭାବ ସୃଷ୍ଟି କରାଇ ଲକ୍ଷାଧିକ ଭାରତୀୟଙ୍କୁ ମୃତ୍ୟୁ ଦ୍ଵାରକୁ ଠେଲି ଦେଇଥିଲେ ।

 ଦାରିଦ୍ର୍ୟ, କଷଣ, ଅତ୍ୟାଚାର ଭିତରେ ଶହ ଶହ ବର୍ଷ ଧରି ଗୋଟିଏ ଜାତି ନିଃସହାୟ, ରିକ୍ତ, ବିକ୍ଷତ ହୋଇ ଅନ୍ଧାରି ଗମ୍ଭୀରା ଭିତରେ ଗୁରୁଣ୍ଡୁଥିଲା । 

ଏ ମାଟିରେ ଉଭାହେଲେ ଏ ଜାତିର କିଛି ଜନନେତା। ସେମାନେ ଥିଲେ ସ୍ଫୁଲିଙ୍ଗ-ଅଜେୟ ସୈନିକ । ମାଟିରେ ଦେଶପ୍ରେମ, ଜାତିପ୍ରେମର ଅନିର୍ବାଣ ଦୀପଶିଖା ଜଳାଇଥିଲେ କିଛି କର୍ମଯୋଗୀ କର୍ମବୀର । ତାଙ୍କ ଉଦ୍ଗତ ମସୀ ଆକ୍ରମଣ କରିଥିଲା ଶତ୍ରୁଙ୍କୁ !

  ଭୀରୁ, ସ୍ଥାଣୁ, ଅଭିଳାଷ ବିହୀନ ଜୀବନ ଜିଉଁଥିବା ଭାରତୀୟଙ୍କ ମନରେ ନୂତନ ଅଭିଳାଷ ଜଗାଇଲେ ସ୍ୱାଧୀନତାର ବହ୍ନି ! ଏ ଜାତିର ଗର୍ବ ଗୌରବ ଗାରିମାର, ସ୍ବାଭିମାନର ସେଇ କିଛି ସୂର୍ଯ୍ୟସମ ଯୁଗ ପୁରୁଷଙ୍କ ପ୍ରଭାବରେ କଡ ଲେଉଟେଇଲା ସରୀସୃପି-ନିଦ୍ରାରେ ଶାୟିତ ଏକ ଜାତି । ରାଜ୍ୟର ବହୁ ପ୍ରାନ୍ତ, ବହୁ ମୁଲକରୁ କ୍ରମେ ଶୁଭିଲା ରଣହୁଙ୍କାର ।

 ସୀମିତ ପ୍ରାୟ ଧିମେଇ ରହିଥିବା ବହୁ ଆଗ୍ନେୟ ଉତ୍ସ ମହାସ୍ରୋତରେ ସାମିଲ ହେଲେ, ଯାହାଥିଲା ସ୍ୱାଧୀନତାର ସଂଗ୍ରାମ । ଏଇ ମୁଲକରେ ସେମାନେ ସ୍ୱାଭିମାନର ବହ୍ନି ଜଳାଇଛନ୍ତି । ଦିଗଦିହୁଡି, ଅରମାବଣ କାଟି ରାସ୍ତା ଗଢ଼ିଛନ୍ତି । ସ୍ବେଦ, ଲହୁ ଢାଳି ରାସ୍ତାକୁ ଟାଣ କରିଛନ୍ତି । ଲକ୍ଷ ଲକ୍ଷ ପଥଚାରୀଙ୍କ ପାଇଁ ତ୍ୟାଗ ଓ ଦରଦର ବୃକ୍ଷଛାୟା ରଚିଛନ୍ତି ।

 କିନ୍ତୁ ସମାଜର ସମ୍ଭ୍ରାନ୍ତ ବଡ଼ପଣ୍ଡାମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ବ୍ରିଟିଶ ମାନଙ୍କର ଗୋଡାଣିଆ । ଏହା କିଛି ନୂଆ ନୁହେଁ ।



Rate this content
Log in

Similar oriya story from Inspirational