Chittaranjan Nanda

Abstract Classics Inspirational

3  

Chittaranjan Nanda

Abstract Classics Inspirational

ନିଜକୁ ପ୍ରଶ୍ନ କର, ଉତ୍ତର ପାଇବ

ନିଜକୁ ପ୍ରଶ୍ନ କର, ଉତ୍ତର ପାଇବ

2 mins
141



ଆଧୁନିକ ମସ୍ତିଷ୍କ ମାନେ ବଡ଼ ଅସହନଶୀଳ | ସେଥିରୁ ମୁଁ ବାଦ ଯିବି କେମିତି | ମୁଁ ଯଦି ଭୁଲ୍ କରେ, ଅନ୍ୟକୁ କଷ୍ଟ ଦେଇପାରେ ମୋର ଭୁଲ୍ ପାଇଁ, ଏହି କଥା ମୁଁ ସହଜରେ ଅନୁଭବ କରିବି କିପରି? ଆବେଗର ଦୌରାତ୍ମ୍ୟ ଆଗରେ ମଣିଷ ଯେ ଛାର ରୋବୋଟ୍ | ସ୍ୱାର୍ଥପର ହୋଇ, ଆଜି ଯାଏଁ ଭାବୁଥିଲି, ମିଥ୍ୟାଶ୍ରୟ ନେବା ଛଡ଼ା ମୋ ପାଖରେ କିଛି ଚାରା ନାହିଁ | ଯାହା ପାଇଁ ଆଜି ଯାଏଁ ନିଜକୁ ଦଣ୍ଡ ଦେଇ ଚାଲିଛି | ଅନ୍ୟ ମୁହଁରୁ ବାହାରୁଥିବା ପଦିଏ ମିଛ ପାଇଁ ପ୍ରଳୟ ଆରମ୍ଭିଲା ବେଳେ, ନିଜର ଅବିବେକୀତା ପଛରେ ମୁଁ ଖଞ୍ଜି ଦେଉଥିଲି ଯୁକ୍ତିର ବହାନା | ଭାବିଲା ବେଳେ ବାହାରୁଛି ହୃଦୟ ଭିତରେ ଦୁଃଖ | ଭୁଲି ଯାଇଥିଲି ନିଷ୍କପଟ ହୃଦୟ ଓ ହସ ମହୌଷଧି ପରି କାମ କରେ ଯେ କୌଣସି ବ୍ୟଥିତ ପ୍ରାଣ ପାଇଁ | ମୁଁ ସତରେ ଥକି ଯାଇଥିଲି, ଥକି ଯାଇଥିଲି ନିଜ ଭିତରେ ଉଛୁଳି ପଡ଼ୁଥିବା ମିଛରେ ଚାଲୁଥିବା ଦୁଃଖକୁ ଚାପି ରଖିବାକୁ |

 ସେତେବେଳେ ମନ ମଧ୍ୟରେ ଆସୁଛି, ଏଥିପାଇଁ ଦାୟୀ କିଏ ?

  ଜନ୍ମ ସାଥେ ମୃତ୍ୟୁ, ମୃତ୍ୟୁ ସାଥେ ଜନ୍ମ ର ଋତୁଚକ୍ର ସଂସାରରେ, ଜ୍ଞାନର ପ୍ରଭାବରେ ମଣିଷ ଜୀବନକୁ ମଧୁମୟ କରି ଚାଲେ। ମଣିଷର କାମ, କ୍ରୋଧ, ଲୋଭ, ମୋହ, ଘୃଣା, ଛଳ, ଗର୍ବ, ଅହଙ୍କାର ସହିତ ସ୍ନେହ, ପ୍ରେମ, ଆଶା, ବିଶ୍ୱାସ, ଭରସା ଭଲ ପାଇବାର ମନୋବୃତ୍ତି ରହିଛି | ଅମୃତ ବି ଅଛି, ବିଷ ବି ରହିଛି | ଉନ୍ମୁକ୍ତ ହୃଦୟ ସହଜରେ ମଣିଷର ଜୀବନରେ ଭରି ଦିଏ ଆନନ୍ଦ.

ସୁନ୍ଦରତା ଆଜି ଅଛି କାଲି ରହିବନି | ଆଜି ନହଲେ କାଲି ଏ ସୁନ୍ଦରତା ଫିକା ପଡିଯିବ | ନିଜର ସୁନ୍ଦରତାକୁ ନେଇ ଗର୍ବ କରିବା ଉଚିତ ନୁହେଁ |

ଯେତେ ଜ୍ଞାନାର୍ଜନ କରିଥାଅ ପଛେ ବ୍ୟବହାର କିନ୍ତୁ ରଖ ଯେ ଭଲ, ବିଷମ ସମୟ ଦୁଃଖ ପରିସ୍ଥିତିରେ ଜୀବନ ଜଟିଳ ହୁଏ । ପ୍ରକୃତିରେ ପ୍ରାଣୀ ପାଇଁ ନାନାକଥା ଖଞ୍ଜା ହୋଇଛି | ଜ୍ଞାନ ଯେତେ ବେଳେ ଯାଏ ହାରି, ବ୍ୟବହାର ଉତ୍ତମ ରଖିଲେ ଜିତିବାର ବହୁ ସୁଯୋଗ ଆସେ। ଏହି କଥା ମନେ ରଖ | 

 ନିଜେ ଖୁସି ରୁହ, ଅନ୍ୟକୁ ଖୁସି କରାଅ | ଦୁଃଖକୁ ସାଉଁଟି ନିଅ, କିଛି ଦୟା, କ୍ଷମା ତ୍ୟାଗର ବଳରେ ବୁଝାମଣା କରି ନିଅ। ଗଢିବା ତ ନିଜ ବୁଦ୍ଧି ଯାଦୁକରୀ |ନଇଁଲେ ଓ ସହିଲେ, ସଂସାର ମଧୁର ଲାଗେ | ସହିବାର ମାନେ ନୁହଁ ଯନ୍ତ୍ରଣାକୁ ପିଇ ଯିବା |


 ଏ ଦୁନିଆଁରେ ଅନେକ ଲୋକ ଅଛନ୍ତି ଭାଷଣ ବାଜିରେ ଧୁରନ୍ଧର | ଏ ଦୁନିଆଁରେ ଏମିତି ଅନେଜ ଲୋକ ଅଛନ୍ତି ଯୋଜନାରେ ଲକ୍ଷେ ଯୋଜନ ନିର୍ମାଣ କରନ୍ତି | ଅନେକ ଦିଗ ଦର୍ଶନରେ ପବନ | ବାସ୍ତବ କର୍ମକ୍ଷେତ୍ରରେ ସ୍ଥାଣୁ, ଜଳକଣା ବିହୀନ ଶୁଷ୍କ ବାୟୁ । ଗଛକୁ ଅନେକ ସାହସ ଦେଇ ଚଢେଇ ଦିଅନ୍ତି, ହେଲେ ଗଛ ଉପରୁ ତଳକୁ ଚାହିଁଲେ ତାଙ୍କର ଛାଇ ଦେଖିବାକୁ ମିଳେ ନାହିଁ।


ଜୀବନ ମାତ୍ରକେ କେତେ କେତେ ଦୁଃଖ ଝଡ ଝଞ୍ଜା ଆସିବ | ପରିସ୍ଥିତି ଜଟିଳ ହୋଇ ମନ ଭାଙ୍ଗି ଗଲେ ନକରାତ୍ମକର ଭାବ ହୃଦୟକୁ ଦୋହଲାଇ ଦିଏ | ହୃଦୟ ଭାଙ୍ଗିଗଲେ ଥରେ ତାହା ସଜାଡି ହୁଏନା | ତେଣୁ ନିଜକୁ ପ୍ରଶ୍ନ କରି ଉତ୍ତର ପାଇବାକୁ ଚେଷ୍ଟା କଲେ ପ୍ରଶ୍ନର ଉତ୍ତର ପାଇ ଯିବା ଏବଂ ଦୁନିଆକୁ ଚିହ୍ନି ଯିବା | ଏ ତତ୍ତ୍ୱ ଜ୍ଞାନକୁ ବୁଝି ଗଲେ ଜୀବନରେ ଚାଲିବା ହୁଏ ସହଜ | 



Rate this content
Log in

Similar oriya story from Abstract