Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ଲକ୍ଷ୍ମଣ ନାୟକ, ତୁମେ ମନେ ପଡ

ଲକ୍ଷ୍ମଣ ନାୟକ, ତୁମେ ମନେ ପଡ

7 mins
174



--ଶହୀଦ ଲକ୍ଷ୍ମଣ ନାୟକ ଅମର ହେ--

ଅମର ଶହୀଦ ଲକ୍ଷ୍ମଣ ନାୟକ ଜଣେ ସ୍ୱାଧୀନତା ସଂଗ୍ରାମୀ | ସେ ମାଲକାନାଗିରି ଗାନ୍ଧି ଭାବେ ପ୍ରସିଦ୍ଧ | ଶହୀଦ ଲକ୍ଷ୍ମଣ ନାୟକ 1899 ମସିହା ନଭେମ୍ବର 22 ତାରିଖରେ ତତ୍କାଳୀନ ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ | ପିତା ଥିଲେ ପଦଲାମ ନାୟକ ଓ ମାତା ସମାରି ନାୟକ | ସେ ଥିଲେ ପିତାମାତାଙ୍କର ଦ୍ୱିତୀୟ ସନ୍ତାନ | ତାଙ୍କର ବଡଭାଇ ଥିଲେ ସନିଆ ନାୟକ ଓ ସାନଭାଇ ଧନ ନାୟକ | ଗ୍ରାମବାସୀଙ୍କ ମନୋନୟନ କ୍ରମେ ପିତା ପଦଲମ ନାୟକଙ୍କୁ ଜୟପୁର ରାଜା ତୃତୀୟ ବିକ୍ରମ ଦେବ ମୁସ୍ତାଦାର ବା ନାୟକ ପଦରେ ନିୟୁକ୍ତ କରିଥିଲେ | ନାୟକଙ୍କ ଦାୟିତ୍ୱ ଥିଲା ତେନ୍ତୁଲିଗୁମା, ସାନଗୁମ୍ମା, ବେଜୁଣୀଗୁଡା, ଲେକିଗୁଡା,ଅଁଳାଗୁଡାର ଖଜଣା ଆଦାୟ କରିବା |

ଲକ୍ଷ୍ମଣ ନାୟକଙ୍କ ଗ୍ରାମ ନିକଟରେ କୌଣସି ବିଦ୍ୟାଳୟ ନ ଥିଲା | ତେଣୁ ସେ କୋଲାବ ନଦୀ କୁଳର ବାଲିପଠାକୁ ସିଲଟ ଭାବେ ବ୍ୟବହାର କରି ପିତାଙ୍କ ଠାରୁ ଅକ୍ଷର ଶିକ୍ଷା କରିଥିଲେ | ଗ୍ରାମର ଲୋକମାନେ ଓଡ଼ିଆ, ପରଜା, ଗଦବା ଭାଷା ମିଶାମିଶି ଦେଶୀୟ ଭାଷା କହୁଥିଲେ | ଲକ୍ଷ୍ମଣ ନାୟକ ଉଭୟ ଦେଶୀୟ ଓ ଓଡ଼ିଆ ଭାଷା କହିପାରୁଥିଲେ | 19 ବର୍ଷ ବୟସରେ ତାଙ୍କର ବିବାହ ସାନଗୁମ୍ମାର ଘାସି ଭୁମିୟାନଙ୍କ କନ୍ୟା ମଙ୍ଗୁଳି ଭୁମିଆଙ୍କ ସହ ହୋଇଥିଲା | 1930 ମସିହାରେ ପିତା ପଦଲାମ ବୟସାଧିକ୍ୟ କାରଣରୁ ଅବସର ନେଲେ | ଲକ୍ଷ୍ମଣ ନାୟକଙ୍କୁ ପିତାଙ୍କ ଯାଗାରେ ଜୟପୁର ରାଜାଙ୍କ ମୁସ୍ତାଦାର୍ ଭାବେ ନିୟୁକ୍ତ କରାହେଲା ଓ ଲକ୍ଷ୍ମଣ ନାୟକ ଭାବରେ ପରିଚିତ ହେଲେ |

      1921 ମସିହାରେ ମହାତ୍ମାଗାନ୍ଧିଙ୍କ ଡାକରାରେ ସମଗ୍ର ଦେଶରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହୋଇ ଯାଇ ଥାଏ | ଏହାକୁ ଦମନ କରିବା ପାଇଁ ବ୍ରିଟିଶ ସରକାର ନାନା ଅତ୍ୟାଚାର ସହ ନୂତନ ଟିକସ ମାନ ଲାଗୁ କରିଥାନ୍ତି | ଏହି ସମୟରେ ବିଭିନ୍ନ ସ୍ଥାନରେ ସଶସ୍ତ୍ର ଆଦିବାସୀ ବିଦ୍ରୋହମାନ ମୁଣ୍ଡ ଟେକି ଉଠିଥିଲା | କୋରାପୁଟ ଜିଲ୍ଲାର ଗୁଣୁପୁର ଓ ରାୟଗଡାରେ “ଗୁମ୍ମା ଗରବା ମେଳି” ସଂଘଟିତ ହୋଇଥିଲା | ପାରଳାଖେମୁଣ୍ଡି ଅଞ୍ଚଳର ମୁଠାଦାର ମାନେ ସରକାରଙ୍କ ବିରୁଦ୍ଧରେ ମେଳି କରିଥିଲେ. କୋରପୁଟକୁ ଲାଗି ମଧ୍ୟପ୍ରଦେଶ (ଏବେ ଛତିଶଗଡ଼)ରେ “ବସ୍ତର ମେଳି” ନାମକ ବିପ୍ଲବ ହେଇଥିଲା | ଆନ୍ଧ୍ର ପ୍ରଦେଶରେ ଆଲୁରୀ ସୀତାରାମ ରାଜୁଙ୍କ ନେତୃତ୍ୱରେ ରମ୍ଫା ଫିତୁରୀ ବା ମେଳି ଏହି ସମୟରେ ସଙ୍ଘଟିତ ହୋଇଥିଲା | ଏହି ମେଳି ଫଳରେ ଆଦିବାସୀ ମାନଙ୍କ ମଧ୍ୟରେ ବହୁଳ ଭାବରେ ବନ୍ଧୁକର ବ୍ୟବହାର ପ୍ରସାର ଲାଭ କରିଥିଲା | 

  ଆନ୍ଧ୍ରମେଳି ଲକ୍ଷ୍ମଣ ନାୟକଙ୍କ ନିକଟବର୍ତ୍ତୀ ସ୍ଥାନ ମାଲକାନିଗିରି ଓ ଆନ୍ଧ୍ରର ପାର୍ବତ୍ୟାଞ୍ଚଳ | ଏହି ମେଳିରେ ଯୋଗ ଦେଇଥିବା କକୁର୍କୋଣ୍ଡା ଗ୍ରାମର କୋୟା ଯୁବକ ଚନ୍ଦ୍ର କୁଟିୟାଙ୍କ ସଂସ୍ପର୍ଶରେ ଆସି ତାଙ୍କଠୁ ବନ୍ଧୁକ ଚାଳନା ଶିକ୍ଷା କରିବା ସହ ନିଜ ଅଞ୍ଚଳରେ ସଶସ୍ତ୍ର ବିପ୍ଲବ ନିମନ୍ତେ ପରିକଳ୍ପନା କରିଥିଲେ ଲକ୍ଷ୍ମଣ ନାୟକ | ମାତ୍ର ପରବର୍ତ୍ତୀ ସମୟରେ ଆନ୍ଧ୍ର ମେଳିର ଅଗ୍ରଣୀ ନେତା ସୀତାରାମ ରାଜୁଙ୍କ ଆତ୍ମସମର୍ପଣ ସହ ଏହି ବିପ୍ଲବ ଓ ଯୋଜନାର ଅବସାନ ଘଟିଥିଲା |

   ଏପ୍ରିଲ ଏକ ତାରିଖ 1936 ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା. ସାର ଜନ ଅଷ୍ଟିନ ହବାକ ଓଡ଼ିଶାର ପ୍ରଥମ ଗଭର୍ଣ୍ଣର ହେଲେ | ଏକଦା ସେ କୋରାପୁଟ ଗସ୍ତରେ ଯାଇଥାନ୍ତି | ତାଙ୍କ ଗସ୍ତର ସମସ୍ତ ଆୟୋଜନ କରିଥାନ୍ତି ଜୟପୁର ରାଜା | ଏଥି ନିମନ୍ତେ ଆଦିବାସୀମାନଙ୍କୁ ସମସ୍ତ ପ୍ରକାରର ସାମଗ୍ରୀ, ଉତ୍ତମ ଖାଦ୍ୟଦ୍ରବ୍ୟ ବିନାମୂଲ୍ୟରେ ସରକାରଙ୍କୁ ଯୋଗାଇବାକୁ ନିର୍ଦ୍ଧେଶ ଦିଆଯାଇଥିଲା। ସାହେବଙ୍କ ସେବା ନିମନ୍ତେ ବେଠି ଖଟିବାକୁ ମଧ୍ୟ ଆଦିବାସୀ ମାନଙ୍କୁ ବାଧ୍ୟ କରାଯାଇଥିଲା। ପ୍ରତିବାଦର ପରିଣାମ ଥିଲା ରାଜଦଣ୍ଡ | ସାହେବ ଓ ତାଙ୍କ ଅମଲା ମାନଙ୍କର ଏତାଦୃଶ ଅତ୍ୟାଚରରେ ବିଚଳିତ ଲକ୍ଷ୍ମଣ ନାୟକ ନିଜ ଲୋକଙ୍କ ଦୂରବସ୍ଥା ବିଷୟରେ ତତ୍କାଳିନ ଘୁମର ଗ୍ରାମ ପଞ୍ଚାୟତର କଂଗ୍ରେସ ସଭାପତି ନିଳକଣ୍ଠ ପାତ୍ରଙ୍କୁ ଅବଗତ କରାଇଲେ. ନିଳକଣ୍ଠ ପାତ୍ର ମହାଶୟ ଆଦିବାସୀ ମାନେ ହରାଇଥିବା ସମସ୍ତ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରି ଜୟପୁରର କଂଗ୍ରେସ ସଂଗଠକ ରାଧାକୃଷ୍ଣ ବିଶ୍ୱାସରାୟଙ୍କ ନିକଟକୁ ଯାଇଥିଲେ | ସେ ଏ ସମ୍ବାଦକୁ ଖବର କାଗଜରେ ପ୍ରକାଶ କରିଦେଲେ। ଲୋକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଓ ପ୍ରତିବାଦ ପ୍ରକାଶ ପାଇଲା | ଇଂରେଜ ସରକାର ବାଧ୍ୟ ହୋଇ ଲୋକମାନଙ୍କ ଠାରୁ ନିଆ ଯାଇ ଥିବା ଜିନିଷର ମୂଲ୍ୟ ଫେରାଇ ଦେଇଥିଲେ.ଏହି ଘଟଣା ପରେ ଲକ୍ଷ୍ମଣ ନାୟକଙ୍କ ମନରେ ଅହିଂସା ଓ କଂଗ୍ରେସ ଉପରେ ବିଶ୍ୱାସ ଦୃଢ଼ ହୋଇଥିଲ1937-38 ରେ ରାଧାକୃଷ୍ଣ ବିଶ୍ୱାସରାୟ ଜୟପୁର ନିକଟସ୍ଥ ନୂଆପୁଟରେ ଖୋଲିଥିବା ତାଲିମ ଶିବିରରେ ଯୋଗଦାନ କରି ଲକ୍ଷ୍ମଣ ମହାତ୍ମାଗାନ୍ଧିଙ୍କ ଆଦର୍ଶ ଓ ଶୃଙ୍ଖଳିତ ଜୀବନଯାପନ ବିଷୟରେ ଶିକ୍ଷା ଲାଭ କରିଥିଲେ | ତାଲିମ ଶିବିରରୁ ଫେରିଆସି ଲକ୍ଷ୍ମଣ କୋରାପୁଟରେ ଖଦୀ ଓ ଅହିଂସାର ପ୍ରଚାର ଓ ପ୍ରସାରରେ ମନୋନିବେଶ କରିଥିଲେ | ଲକ୍ଷ୍ମଣ ଗାଁ ଗାଁ ବୁଲି ଲୋକଙ୍କୁ ନିର୍ଭୀକ ହେବା ସହ ସରକାରଙ୍କୁ ଅସହଯୋଗ କରିବା, ଟିକସ ନ ଦେବା ଅହିଂସା ମାର୍ଗରେ ପରିଚାଳିତ ହେବା, ମଦ୍ୟପାନ ତ୍ୟାଗ କରିବା ସହ ଏକ ଶୃଙ୍ଖଳିତ ଜୀବନ ଯାପନର ବାର୍ତ୍ତା ପ୍ରଚାର କରୁଥିଲେ | ତାଙ୍କର ପ୍ରଧାନ ସହାୟକମାନେ ଥିଲେ ବଳରାମ ସିଂ ପୁଜାରୀ, ମୋତିରାମ ସିଂ ପୁଜାରୀ , ବଂଶୀ ପୁଜାରୀ, କୃଷ୍ଣଚନ୍ଦ୍ର ବିଶୋଇ ଇତ୍ୟାଦି. କୃଷ୍ଣଚନ୍ଦ୍ର ସାକ୍ଷରତା ଅଭିଯାନରେ ସାହାଯ୍ୟ କରି କୋରାପୁଟର ଉଦୟଗିରି ଠାରେ ଏକ ସ୍କୁଲ ଖୋଲିଥିଲେ | ଏକ ମୁସ୍ତାଦାର ହୋଇ ମଧ୍ୟ ଲୋକଙ୍କୁ କର ନ ଦେବା ପାଇଁ ପ୍ରରୋଚିତ କରିବାର ପରିଣାମ ସ୍ୱରୂପ ଲକ୍ଷ୍ମଣଙ୍କୁ ରାଜଦ୍ରୋହ ଅଭିଯୋଗରେ ଅଭିଯୁକ୍ତ କରି ତାଙ୍କ ଠାରୁ ସରକାରଙ୍କ ତରଫରୁ ଦିଆଯାଇଥିବା ପଦବୀ ଓ ଚାଷ ଜମି ଛଡାଇ ନିଆଗଲା | ଏହା ପରେ ସେ ପୂର୍ଣ୍ଣ ପ୍ରାଣରେ ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ ହୋଇ ଉଠିଲେ | ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମହାତ୍ମା ଗାନ୍ଧିଙ୍କ ଆହ୍ୱାନରେ ସେ ବ୍ୟକ୍ତିଗତ ସତ୍ୟାଗ୍ରହରେ ଭାଗ ନେଇ ଜେଲଦଣ୍ଡ ଭୋଗିଥିଲେ | 1942 ମସିହା ଅଗଷ୍ଟ 9 ତାରିଖ ବମ୍ବେ କଂଗ୍ରେସ ଅଧିବେଶନରେ ଭାରତ ଛାଡ଼ ପ୍ରସ୍ତାବ ଗ୍ରହଣ ହୋଇଥିଲା ଓ ଏହାପରେ ଭାରତ ଛାଡ଼ ଆନ୍ଦୋଳନ ତୀବ୍ର ରୂପ ନେଇଥିଲା | ବ୍ରିଟିଶ ସରକାର ଏଥିପାଇଁ କଂଗ୍ରେସକୁ ବେଆଇନ ଘୋଷଣା କରିଥିଲେ | ଏହି ସମ୍ବାଦ ପାଇ ଲକ୍ଷ୍ମଣ ନାୟକ ବଳରାମ ପୁଜାରୀଙ୍କ ଦ୍ୱାରା ଜୟପୁରରୁ ଆସିଥିବା କଂଗ୍ରେସର ନିର୍ଦ୍ଦେଶ ଗୁଡିକୁ ଆଦିବାସୀ ଭାଷାରେ ଅନୁବାଦ କରି ଗାଁ ଗାଁ ବୁଲି ଲୋକମାନଙ୍କ ଭିତରେ ସତ୍ୟାଗ୍ରହ ଓ ଅହିଂସା ସ୍ୱାଧିନତା ସଂଗ୍ରାମ ପାଇଁ ବାର୍ତ୍ତା ପ୍ରଚାର କରୁଥିଲେ | କଂଗ୍ରେସ ଡାକରା କର ବା ମର କୁ ସିଏ ଆଦିବାସୀ ଭାଷାରେ ଲେଖିଥିଲେ,

  " ତୋର ବୁତା ତୁଇ କର, ନ ପାରଲେ ମର".

   ଅଗଷ୍ଟ 21 ତାରିଖ 1942 ମସିହା, ସେଦିନ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ସଂଗ୍ରାମୀ ମାନେ ମାଥିଲି ଥାନା ଘେରାଉ କରିଥାନ୍ତି | ଉଦ୍ଦେଶ୍ୟ ଥିଲା ଅହିଂସାପୂର୍ଣ୍ଣ ଭାବରେ ଥାନା ଉପରେ ତ୍ରିରଙ୍ଗା ପତାକା ଉଡାଇବା | ଏହି ଆନ୍ଦୋଳନ ଦମନ ନିମନ୍ତେ କର୍ମୀ ମାନଙ୍କ ଉପରେ ପ୍ରବଳ ଲାଠି ମାଡ ହେଲା | ନେତା ଲକ୍ଷ୍ମଣ ନାୟକଙ୍କୁ ଅଲଗା ସମସ୍ତଙ୍କ ଦେଖିଲା ପରି ସ୍ଥାନକୁ ନିଆଗଲା | ସେଠାରେ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ତାଙ୍କର ନିଶକୁ ଉପାଡି ନିଆଁ ଲଗାଇ ଦିଆଗଲା | ବନ୍ଧୁକ ବାୟୋନେଟ ମାଡରେ ବେହୋସ ହୋଇପଡ଼ିଥିଲେ ଲକ୍ଷ୍ମଣ ନାୟକ | ତାଙ୍କ ଉପରେ ଏତାଦୃଶ୍ୟ ଅତ୍ୟାଚାର ଦେଖି ମଧ୍ୟ କର୍ମୀମାନେ ତିଳେ ମାତ୍ର ପଛଘୁଞ୍ଚା ନ ଦେଇ ଆଗକୁ ମାଡ଼ି ଚାଲିଥାନ୍ତି | କର୍ମୀ ମାନଙ୍କ ଉପରେ ପୁଲିସ ଗୁଳିଚାଳନା ଆରମ୍ଭ କରିଦେଲା | ବହୁତ ଲୋକ ମୃତାହତ ହେଲେ l ମୃତକମାନଙ୍କ ମଧ୍ୟରେ ଥିଲେ ଥାନା ଉପରେ ପତାକା ଧରି ଚଢ଼ିଥିବା ଲିଂଗ ଭୁମିଆ ଓ ନକୁଳ ମାଡକାମୀ | ଗୁଳିକାଣ୍ଡ ବେଳେ ମାତାଲ ଅବସ୍ଥାରେ ଥିବା ଜଣେ ଫରେଷ୍ଟଗାର୍ଡ ଜି.ରାମାୟାର ମୃତ୍ୟୁ ହୋଇଥିଲା | ଆନ୍ଦୋଳନ ଦମନ କରିବା ପରେ ପୁଲିସ ଲକ୍ଷ୍ମଣ ନାୟକଙ୍କ ଅଚେତ ଶରୀରକୁ ମୃତ ବୋଲି ମନେ କରି ନିକଟସ୍ଥ ନାଳରେ ଫୋପାଡି ଦେଇଥିଲା | ଚେତା ଫେରି ପାଇବା ପରେ ଲକ୍ଷ୍ମଣ ପରିସ୍ଥିତି ବୁଝିନେଲେ ଓ ଦୁର୍ଗମ ବନ୍ୟ ରାସ୍ତା ଦେଇ ପରବର୍ତ୍ତୀ କାର୍ଯ୍ୟକ୍ରମର ନିର୍ଦ୍ଦେଶ ପାଇଁ ଜୟପୁର ଚାଲି ଗଲେ | ପରଦିନ ଲକ୍ଷ୍ମଣ ନାୟକଙ୍କ ଶବ ନ ପାଇ ପୁଲିସ ତାଙ୍କୁ ଫେରାର ଘୋଷିତ କଲା ଓ ଫରେଷ୍ଟଗାର୍ଡ ଜି.ରାମାୟାର ହତ୍ୟା ଅଭିଯୋଗରେ ଅଭିଯୁକ୍ତ କରି ଗିରଫ ପରୱାନା ଜାରି କଲା | ଗିରଫ ପରୱାନ ପରେ ଲକ୍ଷ୍ମଣ ଆତ୍ମଗୋପନ କଲେ | 

  ପରେ ଲୋକ ମାନଙ୍କ ଉପରେ ଅତ୍ୟାଚାରର କାହାଣୀ ଶୁଣି ନିଜ ଗ୍ରାମ ତେନ୍ତୁଲିଗୁମାକୁ ଫେରି ଆସିଲେ | 1942 ମସିହା ସେପ୍ଟେମ୍ବର 2 ତାରିଖ ଦିନ ତେନ୍ତୁଲିଗୁମାରେ ପୋଲିସ ପହଞ୍ଚି ଲକ୍ଷ୍ମଣ ନାୟକ ଓ ପୁତ୍ର ରଘୁନାଥ, ସନଗୁମ୍ମାରୁ ବନସିଂ ଆଦିଙ୍କୁ ଗିରଫ କଲା | ସେମାନଙ୍କର ବିଚାର ହେଲା ଅତିରିକ୍ତ ସେସନ୍ସ ଜଜ,କୋରାପୁଟ ଭି.ରାମନାଥଙ୍କ କୋର୍ଟରେ | ବିଚାରରେ ଦୋଷୀ ସାବ୍ୟସ୍ତ ହୋଇ ଜି.ରାମାୟାର ହତ୍ୟା ଅଭିଯୋଗରେ ଲକ୍ଷ୍ମଣଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଗଲା | ବିଚାର ପରେ ତାଙ୍କୁ ପ୍ରଥମେ କୋରାପୁଟ ଜେଲରେ କାରାରୁଦ୍ଧ କରାଗଲା | ପରେ ତାଙ୍କୁ ସେଠାରୁ ବ୍ରହ୍ମପୁର ଜେଲକୁ ସ୍ଥାନାନ୍ତରିତ କରାଗଲା | ସେଠାରେ ଥିବା ଅନ୍ୟ ପ୍ରମୁଖ ସ୍ୱାଧିନତା ସଂଗ୍ରାମୀଙ୍କ ପ୍ରଚେଷ୍ଟାରେ ଦଣ୍ଡାଦେଶ ବିରୁଦ୍ଧରେ ପାଟନା ହାଇକୋର୍ଟରେ ଅପିଲ କରା ଯାଇଥିଲେ ମଧ୍ୟ ତାହା ଖାରଜ ହୋଇ ଯାଇଥିଲା | ଶେଷରେ 1943 ମସିହା ମାର୍ଚ୍ଚ 29 ତାରିଖରେ ତାଙ୍କୁ ବ୍ରହ୍ମପୁର ଜେଲରେ ଭୋର ପାଞ୍ଚଟା ବେଳେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆ ଗଲା |

ଫାଶୀର ଅବ୍ୟବହିତ ପୂର୍ବରୁ ସେ ଜେଲରେ ବନ୍ଦୀଥିବା ସଦାଶିବ ତ୍ରିପାଠୀଙ୍କୁ (ପରେ ଓଡିଶାର ମୁଖ୍ୟମନ୍ତ୍ରୀ ) କହିଥିଲେ,

  " ବାବୁ ମୁଁ ତ ଯାଉଛି, ସତରେ ସ୍ୱରାଜ ହେବନା, ଲୋକମାନେ ସୁଖ ଶାନ୍ତିରେ ରହିବେ ତ? " 

 ସଦାଶିବ କହିଥିଲେ

 "ନିଶ୍ଚୟ ହେବ, ଏଥିରେ ଆଉ ସନ୍ଦେହ ଅଛି ". 

ଲକ୍ଷ୍ମଣ କହିଲେ, " ହଉ ! ଗାନ୍ଧୀ ମହାତ୍ମାଙ୍କ ଜୟ " l 

  ତାଙ୍କ ଫାଶୀ ଦିନ ରାତି ତିନିଟାରୁ ବ୍ରହ୍ମପୁର ଜେଲ ପରିସର ବନ୍ଦୀମାନଙ୍କ ଧ୍ୱନୀ " ଲକ୍ଷ୍ମଣ ନାୟକ ଅମର ରହେ, ଇନ୍ କିଲାଵ, ଭାରତମାତା କି ଜୟ " ରେ ପ୍ରକମ୍ପିତ ହେଉଥାଏ |

 ସାରା ଓଡିଶା ସେଦିନ ପ୍ରକମ୍ପିତ ହୋଇଥିଲା ' ଲକ୍ଷ୍ମଣ ନାୟକ ଅମର ରହେ " ଧ୍ୱନିରେ |

ଆଜି ସେହି ଅମର ଆତ୍ମାର କଥା ମନେ ପକାଇଲା ବେଳେ ଗୋଟିଏ କଥା ଆମେ ଭୁଲି ଯାଉଛେ | ସେତେବେଳେ ଯେଉଁମାନେ ବ୍ରିଟିଶ ଶାସନର ଡୋର ସମ୍ଭାଳିଥିଲେ, ସେହିମାନେ ଆଜି ଭାରି ଜୋରରେ ଭାରତମାତା କି ଜୟ ଗାନ କରୁଛନ୍ତି | ଦେଶରେ ଜାତି ଧର୍ମ ନାମରେ ଦଂଗା ସୃଷ୍ଟି କରି ବିଦେଶୀ ଓ ଦେଶୀ କର୍ପୋରେଟ ମାନଂକୁ ଆମର ଜଂଗଲ, ମାଟି ବିକି ଚାଲିଛନ୍ତି | ନିଜକୁ ଦେଶପ୍ରେମୀ ଦେଶ ସେବକ କହି କହି ଚାଲିଛନ୍ତି | ସେଥିପାଇଁ ପ୍ରତ୍ୟେକ ଶହୀଦ ଲକ୍ଷ୍ମଣ ନାୟକ ପ୍ରେମୀଂକ ପାଇଁ ମୁଁ ଏହି କବିତାଟି ଅର୍ପଣ କଲି |


ଲକ୍ଷ୍ମଣ ନାୟକ ଅମର ରହେ



ନଦୀରୁ ସାଗର, ଭୂମିରୁ ଅମ୍ବର ପ୍ରକୃତି ଦତ୍ତ ସମସ୍ତ 

ସମ୍ପତ୍ତି ଅଟେ ଆମ ସମସ୍ତଂକର

ଜଡ ପରି ରହି ଆସିଅଛି ଓ ରହିଥିବ ଜନ୍ମରୁ ମରଣ 

ସର୍ବଦା ସାଥୀରେ ତ ଆମର |୧|


ଜଳ ହିଁ ଜୀବନ ସାଇତା ହୋଇଛି ପ୍ରକୃତିରେ କରେ 

ତୃଷ୍ଣା ନିବାରଣ ପଶୁ ପକ୍ଷୀ ନରଂକର

ଏହି ସମ୍ପତ୍ତି ପରା ସାରା ସମସ୍ତ ପ୍ରାଣୀ ଜଗତର ତେଣୁ 

ଯୁଗେ ଯୁଗେ ଡାକରା ଜଳ ଭଣ୍ଡାର କ୍ଷୟ ନକର |୨|


ଜଗତର ଶ୍ରେଷ୍ଠ ପ୍ରାଣୀ ପରା ଆମେ ସଜାଡି ସାଇତି 

କରି ରଖିବା ତାକୁ

ଉତ୍କଳ ମାଟି ମାଆର କରୁଣ ଡାକରା ହୁଏ, ଆମେ 

ସବୁ ସାଇତି ରଖିବା ତାକୁ |୩|


ଗାଁ ସହରର ଜମି ପରା ଆମ ପାଇଁ, ସଭିଏଁ ମିଶିକି 

ତାହାର ଯତ୍ନବାନ ହେବା 

ଭବିଷ୍ୟତ ପିଢି ପାଇଁ ଜଗିବା ସଂଗ୍ରାମ କରି ବିକିବା

କୁ ତାକୁ ନଛାଡିବା |୪|

                    

ବନ୍ୟ ହିଂସ୍ର ଜୀବ ବିହଙ୍ଗ ର ଗାନ ମଣିଷ କର୍ଣ୍ନରେ 

ଶୁଭଇ କେଡେ ପ୍ରୀତିକର

ଦଳ ଦଳ ବେପାରୀ ଭ୍ରମନ୍ତି ଏଠି ତାଂକୁ ଭାଂଗିବାକୁ 

ସେଥିରେ ଲାଗୁଛି ତ ଡର |୫|


ମଣିଷ ପଣିଆ ମମତା ମହତ୍ତ୍ୱ ଗରବେ ଅଂହକାରେ 

ଭୂଲିଛି ଏଠାରେ ଶାସକ ପରା

ଭୋଟ ପାଇଁ ପଇସା ନିଶାରେ ବିକନ୍ତି ପୁଂଜିପତିଂକୁ 

ଆମର ମା ମାଟି ସାରା |୬|


ନିଜର କାମନା ବାସନା ଅଭିଳାଷେ ଦିଅନ୍ତି ପ୍ରକୃତ 

ମଣିଷ ପ୍ରେମୀ ଦେଶପ୍ରେମୀଂକୁ ଜେଲ ଯାତନା

ଭୋଅଟ ପରେ ଭୁଲନ୍ତି ସେମାନେ ଉଦର ପୋଷଣ 

ନିମିତ୍ତ ଶ୍ରମିକ କୃଷକ ପାଉଛି କେତେ ଯନ୍ତ୍ରଣା |୭|


କୃଷକ ରୁଣଗସ୍ତ ହୋଇ ପ୍ରସ୍ତୁତ ହୁଏ ନିଜର ଆତ୍ମକୁ

ଦାହ କରିବା ପାଇଁ

ଯୁବ ପିଢି କାମ ଅଭାବରେ ଘୁରି ବୁଲେ ଏଠି ସେଠି

ଚାକିରୀ ଚାକିରୀ ହୋଇ |୮|


ମଣିଷର ମନେ ଆସେ ଆଜି ହତାଶା, ସଂସାରଟା

ଖାଲି ପାଣି ଫୋଟକାର ଭାବ

ହତାଶା ମଧ୍ୟରେ, ଉଦର ପୋଷଣେ, ଚିିନ୍ତା କରେ 

ଓ ଖୋଜେ କିପରି ମାଗଣା ପାଇବ |୯|


ଦେଶର କୃଷକ ଶ୍ରମିକ ମନରେ ପବନ ବୋହୁଅଛି

ହୃଦୟରେ ଆସୁ ତୁମର ସ୍ୱର

ଇତିହାସ ପୃଷ୍ଠାର ତୁମ୍ଭ ସେ ବଳିଦାନ ତୁମ୍ଭର ଆଦର୍ଶ

ଆଜି ହୋଇବ ଆମ ସହଚର |୧୦|


ମୌଳିକ ଅଧିକାର ଓ ସୁବିଧା ପାଇବା ପାଇଁ କି ମନେ

ରଖିବାକୁ ହେବ ତୁମର ସେ ଦମ୍ଭ ଓ ବଳ

ଲିଭି ଯାଉଥିବା ନିଚ୍ଛକ ହସରେ ତୁମ ଆଦର୍ଶ ବତରି 

ଶକ୍ତି ଦିଅ ନାଶିବାକୁ ସରବ ଯାତନା ଜଞ୍ଜାଳ |୧୧|



ଜାଗି ଉଠ ସବୁ ଦେଶର ଜନତା ମୁକତିର ପଥେ 

ଏହା ଶହୀଦର ବାର୍ତ୍ତା |


Rate this content
Log in

Similar oriya story from Inspirational