Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ହୋଇବା ଆମେ ଦେଶପ୍ରେମୀ

ହୋଇବା ଆମେ ଦେଶପ୍ରେମୀ

3 mins
387



ଆନନ୍ଦରେ ଅଛି ବୋଲି, ଭାବୁଛି ମୁଁ | ବାରମ୍ବାର କହୁଛି ମୁଁ ଆନନ୍ଦରେ ଅଛି | କିନ୍ତୁ ମନକୁ ପଚାରିଲେ ମୁଁ ଜାଣୁଛି, ଏଇ ସମାଜରେ ମୁଁ ଓ ଅନ୍ୟମାନେ ଦୁଃଖରେ ଅଛେ | ପରଖିଲେ ଆମେ ସମସ୍ତେ ଜାଣି ପାରିବା ଯେ, ମୁଁ ଆନନ୍ଦରେ ଅଛି ବୋଲି କହୁଛେ, ଅନ୍ୟକୁ ଭଣ୍ଡେଇବାକୁ ।

   ଶିକ୍ଷା ଦ୍ୱାରା ଚେତନା ଆସିଲେ ଓ ପ୍ରେରଣା ମିଳିଲେ ମଣିଷ ନିଜର ଅଧିକାରକୁ ଜାଣେ ଓ ଉତ୍ତର ଦାୟିତ୍ଵକୁ ଠିକ ଭାବେ ତୁଲାଇ ଥାଏ |

 ଏହି ସମାଜରେ ବ୍ଯକ୍ତିର ସୁରକ୍ଷା ଓ ମାନବିକବୋଧ ସବୁ ମଣିଷର ଚରିତ୍ର ଉପରେ ନିର୍ଭର କରେ | 

   ପ୍ରତ୍ୟେକ ମଣିଷର ଧୈର୍ଯ୍ଯ, ବିଶ୍ବାସ, ଭରସା, ସହନଶୀଳତା, ନମ୍ରତା, ସମଭାବାପନ୍ନ ସମାଜ ପାଇଁ ପରିକଳ୍ପନା, ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀତା ବ୍ୟବହାର ଦ୍ୱାରା ପ୍ରତ୍ୟେକ ସମାଜର ଉନ୍ନତି ହୁଏ | 

      ସାମୁହିକ ଦୃଢ ସଙ୍କଳ୍ପ ଓ ପ୍ରତିବଦ୍ଧତା, ଶୁଦ୍ଧ ସ୍ଵଛ ହୃଦୟ, ସତ୍ଯତା, ଶାନ୍ତି ତଥା ନିଷ୍ଠାପର ଅନୁସନ୍ଧିତ୍ସୁ ଆଭିମୂଖ୍ୟ ଦ୍ୱାରା ଏକ ସମାଜ ସଂସାରରେ ଉନ୍ନତ ଚିନ୍ତାଧାରାରେ ପହଂଚି ପାରେ | ସେଥିପାଇଁ ବିଭିନ୍ନ ମହାନ୍ ମଣିଷ ତାଂକର ଯୋଗ, ତପସ୍ୟା, ସାଧନା ଓ ଜ୍ଞାନ ବଳରେ ଯେଉଁ କଥା ଓ ଚିନ୍ତାକୁ ଯୁକ୍ତି ଓ ତର୍କ ମାଧ୍ୟମରେ ଜନ ମାନସରେ କହି ଯାଇଛନ୍ତି ଓ କିଛି ଜ୍ଞାନୀ ବ୍ୟକ୍ତି ଶୁଣି ଓ ମନେ ରଖି ଲେଖି ଯାଇଛନ୍ତି ତାହାକୁ ଆମର ସନାତନ ଧର୍ମୀ ଲୋକ ଧର୍ମଶାସ୍ତ୍ର ବୋଲି ସ୍ଵୀକୃତ କରିଛେ | ସବୁ ଭାବନା ଯୁଗାନୁଯୋଗୀ ହୋଇଥିଲେ ହେଁ, କିଛି ତତ୍ତ୍ୱ ଚିରନ୍ତନ ସତ୍ୟ ଉପରେ ପର୍ଯ୍ୟବେସିତ | ତେଣୁ ଯାହା ଚିରନ୍ତନ ସତ୍ୟ ଓ କିଛି ଯୁଗାନୁଯୋଗୀ ଭାବନାକୁ ନେଇ ଶିକ୍ଷା ଦିଆ ଗଲେ ବ୍ୟକ୍ତିର ଚରିତ୍ର ପରିମାର୍ଜନା ଓ ସିଦ୍ଧିଲାଭ ହୋଇଥାଏ | ବ୍ଯକ୍ତିତ୍ବ ଓ ଆଦର୍ଶର ଆଲୋଡନ ନିମନ୍ତେ, ସୂକ୍ଷ୍ମ ସରଳ ପବିତ୍ର ଭାବନା, ସାଧାରଣ ବେଶଭୁଷା, ପ୍ରେମ, ଆନ୍ତରିକତା ତଥା ଆବେଗପୂର୍ଣ୍ଣ ଭାବମୂର୍ତ୍ତି, ସମସାମୟିକ ଉପସ୍ଥିତ ଜ୍ଞାନ, ବୁଦ୍ଧି, ଚତୁରତା, ସମବେଦନା ସହାନୁଭୂତି ଚିନ୍ତାଧାରା, ଆତ୍ମ ଅନୁଚିନ୍ତନ କରିବାର ମନୋବୃତ୍ତି, ଭ୍ରାତୃଭାବ, ପ୍ରତ୍ୟେକ ମଣିଷର ତଥା ସମାଜର ସଫଳତା ପାଇଁ ନିହାତି ଦରକାର | ସ୍ଵାର୍ଥକୈନ୍ଦ୍ରୀକ ମାନସିକତା, ମାନବିକତାବିହୀନ ଉଦ୍ଦେଶ୍ଯ, ରାଜନୈତିକ ଭୟ, ଅହେତୁକ ଆଶଙ୍କା, ମିଥ୍ଯା ଆତ୍ମପ୍ରକାଶ, ବ୍ଯକ୍ତିଗତ ମଣିଷ ତଥା ସମାଜର ବିକାଶର ପରିପନ୍ଥୀ | ଆତ୍ମପ୍ରତିଷ୍ଠା, ଅହଙ୍କାର, ମିଥ୍ୟା ଓ ଛଳନାତ୍ମକ ପ୍ରତିଶ୍ରୃତି ଓ ମନ୍ତବ୍ଯ ତଥା ଘୃଣାଭାବ ମଣିଷକୁ ଅଧୋଃପତନ ଆଡକୁ ଟାଣି ନିଏ ଓ ତାହା ସମାଜର ପରମ ଶତ୍ରୁ ଭାବେ କାର୍ଯ୍ୟ କରେ |  

ସୁସ୍ଥ ଶରୀର, ସରଳ ନିରାମୟ ସ୍ଵଭାବ ମଣିଷକୁ ଭଦ୍ର, ଶୃଙ୍ଖଳିତ ଓ ମୃଦୁତା ଯୋଗାଇ ଥାଏ |


  ଆମେ ପାଇବା ଆମ ଦେଶରେ ଅଗସ୍ତି ମୁନିଂକୁ | ସମୁଦ୍ରର ଅସୀମତାକୁ ଦେଖି ବିଶ୍ଵ ଯେବେ ଭୟରେ ଚାହିଁ ରହୁଥିଲା, ଅଗସ୍ତି ମୁନି ପିଇ ନେଇ ଥିଲେ ସାତ ସମୁଦ୍ରକୁ ଏବଂ ଏହି ବ୍ୟକ୍ତିର କାର୍ଯ୍ୟ, ଦ୍ବୀପ ପରେ ଦ୍ଵୀପ ଡେଇଁ ଦେଶ ବିଦେଶରେ ମୋ ଦେଶର ଦୁଃସାହସର ଧ୍ବଜା ଉଡାଇଥିଲା।


       ମୋର ଛୁଆଦିନୁ ମୋତେ ଏପରି ଶିକ୍ଷା ମଳିଛି, ଯାହା ଫଳରେ ମୁଁ ସବୁବେଳେ ''ମୁଁ ଜଣେ ଓଡ଼ିଆ" ବୋଲି ଗର୍ବ କରେ | ପୃଥିବୀର ଯେ କୌଣସି ସ୍ଥାନରେ ଠିଆହୋଇ ଏହା କହିବାରେ ମୋର ଖୁବ୍ ଆନନ୍ଦ ଆସେ। ମୁଁ ସବୁବେଳେ ଭାବେ ପୃଥିବୀର ସମୃଦ୍ଧ ସଭ୍ୟ ସୃଜନ ଭାଷା ଭିତରୁ ମୋ ଭାଷା ଗୋଟିଏ ଓ ପୃଥିବୀର ଯେ କୌଣସି ଗୌରବମୟ ସଂସ୍କୃତି ମଧ୍ୟରୁ ମୋ ଓଡିଆର ସ°ସ୍କୃତିର ଅଛି ସ୍ଵତନ୍ତ୍ର ସ୍ଥାନ । ସ୍ଵତନ୍ତ୍ର କଳାର ସୃଜନବୃନ୍ଦ ପଥର ନିହାଣରେ କିମ୍ବଦନ୍ତି ଗଢ଼ି ତୋଳିଛନ୍ତି ବିଶ୍ଵରେ କୋଣାର୍କ, ଜଗନ୍ନାଥ ମନ୍ଦିର ପ୍ରଭୃତି | 

   ମୋତେ ଶୈଶବରେ ଏପରି ଶିକ୍ଷା ମଳିଛି, ଯେଉଁଥି ପାଇଁ ମୁଁ ଗର୍ବ କରେ ମୋ ଓଡିଆ ସାହିତ୍ୟ ପାଇଁ | କାନ୍ତକବି ଲକ୍ଷ୍ମୀକାନ୍ତ ଯାହା ଲେଖି ଯାଇଛନ୍ତି, ତାହା ପାଇବାକି ଅନ୍ୟ ସାହିତ୍ୟରୁ ? ଉଦାହରଣ ସ୍ୱରୂପ:

  " କେଉଁ ଫୁଲ କୁସୁମରୁ ଲାବଣ୍ଯ ନିଗାଡି

       କେ ବୋଳିଛି ଶିଶୁର ଆନନେ

    ଆସିଛି ଦେବତା କେଉଁ ସ୍ବର୍ଗରାଜ୍ଯ ଛାଡି

       ଭ୍ରମିବାକୁ ଏ ମର ଭୂବନେ। "

  ମୋତେ ଶୈଶବରେ ଏପରି ଶିକ୍ଷା ମଳିଛି, ଯେଉଁଥି ପାଇଁ ମୁଁ ଗର୍ବ କରେ ମୋ ଓଡିଆ ସାହିତ୍ୟ ପାଇଁ, କାରଣ ଏଇ ମାଟିର ସ୍ଵବର୍ଣ୍ଣପୁର କବି ଭୀମଭୋଇଙ୍କର କବିତା ସ୍ଵର୍ଣ୍ଣିଭ ଅକ୍ଷରରେ ବିଶ୍ଵ ଜାତିସଂଘର ଲଲାଟରେ ଖୋଦିତ ହୋଇଛି :

" ମୋ ଜୀବନ ପଛେ ନର୍କେ ପଡିଥାଉ;  

      ଏ ମାଟିର କବି ଲେଖି ପାରିଛି ମହାଭାରତ ଓ ଭାଗବତ | ମୋ ମାଟିର ପୁଅ ଗଙ୍ଗାଧରଙ୍କ 'ତପସ୍ଵିନୀ' ବିଶ୍ଵ ଆଧୁନିକ ସାହିତ୍ୟ ଆକାଶରେ ଉଦିତ ହୋଇଛି। ସାହିତ୍ୟ ଆକାଶରେ ଅନେକ ଆଙ୍କିଛନ୍ତି ଲେଖା ଯଥା, ଫକୀର ମୋହନ ,ରାଧାନାଥ, ଗୋପବନ୍ଧୁ, କୁନ୍ତଳା, ମନୋଜ, ମାୟାଧର, ଗୋପିନାଥ, ସୁରେନ୍ଦ୍ର ପ୍ରଭୃତି ଅନେକ ଅନେକ ନକ୍ଷତ୍ର।

     ଏ ସବୁ ଲେଖିବାର ଉଦ୍ଦେଶ୍ୟ ହେଲା ଶିଶୁବସ୍ଥାରେ ମନୁଷ୍ଯ ପ୍ରତ୍ଯେକ ବସ୍ତୁକୁ ନୂତନ ଭାବରେ ଦେଖେ। ଶିଶୁ ସଦା ସର୍ବଦା ନିଷ୍କଳଙ୍କ ନିଷ୍ଷାପ, ପବିତ୍ର ଓ ସେ ନିର୍ମଳ ତାର ମନ ଓ ହୃଦୟରେ ଆବିଳତା ସ୍ପର୍ଶ କରି ନଥାଏ। ତାର ମନରେ ଛନ୍ଦ ନାହିଁ, କପଟ ନାହଁ | ସେ ସଦା ଢଳଢଳ ସୁନିର୍ମଳ। ସେ ପଡି ପୁଣି ସେ ଉଠେ। ଆଗକୁ ଚାଲେ। ସେଥିପାଇଁ ଶିଶୁଙ୍କ ମଣିଷ ଭଳି ବଂଚିବାର ଅଧିକାର ଓ ତାର ଶିକ୍ଷା ପାଇବାର ଅଧିକାର ବିଷୟରେ ସଚେତନ ଓ ଜାଗରୁକତା ପାଇଁ ଆମେ ସଂଗ୍ରାମ କଲେ, ଆମେ ପ୍ରକୃତ ଦେଶପ୍ରେମୀ ଓ ଧର୍ମପ୍ରେମୀ ବୋଲି କହି ପାରିବା |



Rate this content
Log in

Similar oriya story from Inspirational