Smita Mohanty

Tragedy

3  

Smita Mohanty

Tragedy

ଦିଗନ୍ତ ର ଯାତ୍ରା ପଥେ

ଦିଗନ୍ତ ର ଯାତ୍ରା ପଥେ

2 mins
186


ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି ଆମେ ସାଥୀ ହୋଇ ଚାଲିଛୁ।ସେ ମୋତେ ଆଉ ମୁଁ ତାକୁ ଦେଖି ମନ ବୁଝାଇ ନେଉଛୁ।ଜୀବନର ଚଲାପଥେ ଏମିତି ସାଥି ହୋଇ ଚାଲିଥିବୁ ଆମ ଜୀବନ ଯାତ୍ରା ଚାଲିଥିବ ଦିଗରୁ ଦିଗନ୍ତ ଯାଏ । ଶରୀର ରେ ଶେଷ ନିଶ୍ବାସ ଥିବା ଯାଏ। ଦିଗନ୍ତ ର ଯାତ୍ରା ପଥେ ଆମେ ଏକ ମନ ଏକ ପ୍ରାଣ ହୋଇ ଚାଲିବା ସହିତ ଉଭୟେ ଉଭୟଙ୍କୁ ପ୍ରତି ଶୃତି ଦେବୁ ଆଗାମୀ ସାତ ଜନ୍ମ ଯାଏ ସାଥୀ ହୋଇ ରହିଥିବୁ।ଅମୃତା ଆଉ ମୁଁ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉ। ସେ ମୋ ବିନା ଗୋଟେ ମୁହୁର୍ତ୍ତ ବି ରହି ପାରେନା।ମୁଁ ତା ବିନା ଶ୍ବାସ କ୍ରିୟା କରିବାକୁ ପସନ୍ଦ ବି କରେନା।ବିଧିର ବିଧାନ କେ କରିବ ଆନ pନିୟତିର ବରାଦ କିନ୍ତୁ ଭିନ୍ନ ଥିଲା।ଏମିତି ଜୀବନର ଚଲାପଥରେ ଚାଲୁଥିଲୁ ହେଲେ ଏଇ ଚଲାପଥରେ ଏତେ ବଡ ପ୍ରତିରୋଧକ ସାଜି ଅମୃତାର ଜୀବନ ଡୋରି ମୋ ହାତରୁ ଖସି ଯିବ ମୁଁ ସ୍ବପ୍ନ ରେ ବି ଭାବି ନ ଥିଲି।ସେଦିନର ସେ ଘଟଣା ମୋତେ ଆଜି ପରି ଲାଗୁଛି ,ସକାଳୁ ମୁଁ ନିତ୍ୟକର୍ମ ସାରି ବାହାରିଲି ହେଲେ ହଠାତ ମୋର ନଜର ପଡିଗଲା ଅମୃତା ଉପରେ ସେ ବେହୋସ ହୋଇ ପଡିଛି। ମୁଁ ତାକୁ ଦେଖି ଡରିଗଲି ,ତା ପାଖକୁ ଦୌଡ଼ି ଯାଇ ତାକୁ ଉଠାଇବାକୁ ଚେଷ୍ଟା କଲି, ହେଲେ ସେ ଉଠିଲା ନାହିଁ।ତାକୁ ଗାଡି କରି ମେଡିକାଲ ନେଇ ଗଲି ।ଡକ୍ଟର କହିଲେ ନା ସେ ଆଉ ନାହାଁନ୍ତି।ମୁଁ ତ କହିଥିଲି କୋଉ ମୁହୁର୍ତ୍ତରେ କଣ ହେବ ତା ଜଣା ନାହିଁ ତେଣୁ ଆପଣ ଏତେ ଅଧୈର୍ଯ୍ୟ ହୁଅନ୍ତୁ ନାହିଁ। ଅମୃତାକୁ କ୍ୟାନ୍ସର ହୋଇଥିଲା ,ସେ ସମ୍ପୂର୍ଣ୍ଣ ଅସୁସ୍ଥ ଥିଲା ଆଉ ମୁଁ ତା ସ୍ବାମୀ ହିସାବରେ ଗୋଟିଏ କ୍ଷଣ ଅବହେଳା କରିନି ।ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥଲି ସେ ଭଲ ହୋଇ ଯାଉ ।ଯାହା ସମ୍ବଳ ଥିଲା ସେ ସବୁକୁ ମୁଁ ବାଜି ଲଗାଇ ଦେଇଥିଲି ତା ଜୀବନ ପାଇଁ, ତା ଜୀବନ ଟା ତାର ନଥିଲା ସେ ମୋର ଥିଲା।ମୁଁ ସବୁବେଳେ ତାକୁ ଖୁସି ରେ ରଖିବାକୁ ଚେଷ୍ଟା କରିଥିଲି। ତା ଠାରୁ ଅଲଗା ହୋଇ ରହିବାକୁ ଚାହିଁ ନ ଥିଲି, ହେଲେ ଭଗବାନଙ୍କର ଇଛା କିଛି ଅଲଗା ଥିଲା ।ଅମୃତା ସବୁବେଳେ କୁହେ ମୋତେ ଏକା କରି ଯିବନି।ଆଉ ଆଜି ଚାରିଆଡେ ନଜର ବୁଲାଇଲା ବେଳକୁ ମୋର କହିବାକୁ କେହି ନାହାଁନ୍ତି। ଦିଗନ୍ତ ର ଯାତ୍ରା ପଥେ ମୁଁ ସମ୍ପୂର୍ଣ୍ଣ ଏକା।ଯଦି କୋଉଠି ମୁଁ ଝୁଣ୍ଟି ପଡେ ଆହାଃ କହିବାକୁ କେହି ନାହାଁନ୍ତି।ବାସ୍ତବରେ ଦେଖିବାକୁ ଗଲେ କେବଳ ସେହି ଗୋଟିଏ ଲୋକ ହିଁ ଚିନ୍ତା କରେ ଯାହାକୁ ଆମେ ଜୀବନସାଥୀ

ବୋଲି କହି ଥାଉ। ଆଉ ମୋ ସାଥୀମୋ ହାତ ଛଡା କରି ମୋ ଠାରୁ ଅନେକ ଦୁରକୁ ଚାଲିଯାଇଛି। ମୁଁ କେବଳ ତାକୁ ମନେ ପକାଇ ପାରିବି ହେଲେ ତା ସହିତ କଥା ହେଲା ପାରିବିନି।ସତରେ ବହୁତ ଯନ୍ତ୍ରଣା ଦିଏ ସେ ମୁହୁର୍ତ୍ତ ଯେତେବେଳେ ତୁମ ଅତି ନିଜର ବୋଲାଯାଉଥିବା ମଣିଷ ଟି ତୁମଠୁ ଦୁରେଇ ଯାଏ।ମୁଁ ଠିକ୍ ସେମିତି ଅପେକ୍ଷା କରିଛି କେବେ ମୋତେ ସୁଯୋଗ ମିଳିବ ତା ପାଖକୁ ଯିବାକୁ ଆଉ ପୁଣି ଆମେ ମିଶିଯିବୁ ସାଥୀ ହୋଇ ଚାଲିବୁ ଦିଗନ୍ତ ର ଯାତ୍ରା ପଥେ......



Rate this content
Log in

Similar oriya story from Tragedy